ଭୁବନେଶ୍ବରରେ ୧୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ: ୨ ଗିରଫ

୧୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ

ଭୁବନେଶ୍ବର: ଆଜି ସହିଦ ନଗର ପୁଲିସ ୧୩୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇଜଣ ନିଶା ଔଷଧ ବିକାଳିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ପୁରୀ ଜିଲ୍ଲାର ନିକୁଞ୍ଜ ଜଗଦେବ ଏବଂ ଧୀରେନ୍ଦ୍ର ଜୟସିଂହ। ସେମାନଙ୍କ ଠାରୁ ଉଦ୍ଧାର କରାଯାଇଥିବା ବ୍ରାଉନ୍ ସୁଗାରର ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କାର ହେବ। ପ୍ରାପ୍ତ ସୂଚନା ଅନୁସାରେ, ସେମାନଙ୍କ ସହାୟତାରେ ଏହି ବ୍ରାଉନ୍ ସୁଗାର ବାଲେଶ୍ବରରୁ ଭୁବନେଶ୍ବର ଅଣାଯାଇଥିଲା। ପୁଲିସ କହିବା ଅନୁସାରେ, ଅଭିଯୁକ୍ତମାନେ ସହରର ଯୁବଗୋଷ୍ଠୀଙ୍କୁ ଏହି ରୋରା ନିଶା ଔଷଧ ଯୋଗାଇ ଦିଅନ୍ତି।

Share Now:

Kalinga News Beuro

Next Post

ଅର୍ଜୁନ ଟ୍ୟାଙ୍କ୍‌ରୁ ସଫଳତାର ସହ ‘ଲେଜର୍-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ପରୀକ୍ଷା କଲା ‘ଡିଆର୍‌ଡିଓ’

Wed Sep 23 , 2020
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ‘ଡିଫେନ୍‌ସ୍ ରିସର୍ଚ ଆଣ୍ଡ୍ ଡେ‌ଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍’ (ଡିଆର୍‌ଡିଓ) ଅହମଦନଗରସ୍ଥିତ ଆର୍ମୋର୍‌ଡ୍ କର୍ପସ୍ ସେଣ୍ଟର୍‌ ଆଣ୍ଡ୍ ସ୍କୁଲ୍‌ସ୍ଥିତ କେ କେ ରେଞ୍ଜ୍‌ର୍‌ ଅର୍ଜୁନ୍ କମାଣରୁ ତା’ର ‘ଲେଜର୍‌-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ପରୀକ୍ଷା କରିଛି। ‘ଡିଆର୍‌ଡିଓ’ କହିବା ଅନୁସାରେ, ଏହି ପରୀକ୍ଷାରେ ‘ଲେଜର୍‌-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ତିନି କିଲୋମିଟର୍ ଦୂରରେ ଥିବା ଏକ ଲକ୍ଷ୍ୟସ୍ଥଳକୁ ସଫଳତାର ସହ ଭେଦ କରିଛି। ‘ଏକ୍ସପ୍ଲୋସିଭ୍ ରିଆକ୍ଟିଭ୍ […]
ଅର୍ଜୁନ ଟ୍ୟାଙ୍କ୍-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial