୧୦ ଥର ମାଉଣ୍ଟ ଏଭରେଷ୍ଟ ଆରୋହଣକାରୀ ‘ସ୍ନୋ ଲିଓପାର୍ଡ’ଙ୍କ ପରଲୋକ

ଅଙ୍ଗ୍‌ ରୀତା ଶେରପା

ନେପାଳ: ମାଉଣ୍ଟ ଏଭରେଷ୍ଟ ଉପରକୁ ଏକାଧିକବାର ଚଢ଼ି ରେକର୍ଡ କରିଥିବା ନେପାଳୀ ପର୍ବତାରୋହୀ ଅଙ୍ଗ୍‌ ରୀତା ଶେରପାଙ୍କର ପରଲୋକ ହୋଇଯାଇଛି। ସେ ତାଙ୍କ ଜୀବନକାଳ ମଧ୍ୟରେ ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢ଼ିଛନ୍ତି। ଏତେଥର ମାଉଣ୍ଟ ଏଭରେଷ୍ଟ ଚଢିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ଅଙ୍ଗ୍‌ ରୀତା ଶେରପା। ତାଙ୍କର ଏହି ସଫଳତା ପାଇଁ ୨୦୧୭ରେ ସେ ଗିନିଜ ବୁକ୍‌ ଅଫ ରେକର୍ଡ ଜିତିଥିଲେ। ତାଙ୍କ ପରିବାର ପକ୍ଷରୁ କୁହାଯାଇଛି, ଦୀର୍ଘ ସମୟ ଧରି ସେ ରୋଗଗ୍ରସ୍ତ ହୋଇଥିଲେ। ଶେଷରେ ୭୨ ବର୍ଷ ବୟସରେ ଗତ ସୋମବାର ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର ମୃତ୍ୟୁରେ ସାରା ନେପାଳ ଏବଂ ପର୍ବତାରୋହୀଙ୍କୁ ଗଭୀର ଧକ୍କା ଦେଇଛି। ଅଙ୍ଗ୍‌ ରୀତା ଶେରପା ୧୦ ଥର ଯାକ ବିନା ଅକ୍ସିଜେନ ସିଲିଣ୍ଡରରେ ଏଭରେଷ୍ଟ ଚଢିଥିଲେ। ସେଥିପାଇଁ ସେ ‘ସ୍ନୋ ଲିଓପାର୍ଡ’ ନାମରେ ପରିଚିତ ଥିଲେ। ପ୍ରଥମ ଥର ପାଇଁ ସେ ୧୯୯୩ରେ ମାଉଣ୍ଟ ଏଭରେଷ୍ଟ ଚଢିଥିଲେ। ଏହାପରେ ୧୯୯୬ ଭିତରେ ୧୦ ଥର ଚଢିଥିଲେ। ତାଙ୍କର ନାତି ଫୁର୍ବା ତଶେରିଙ୍ଗଙ୍କ କହିବା ଅନୁଯାୟୀ, ତାଙ୍କର ମୃତ୍ୟୁ କାଠମାଣ୍ଡୁ ସ୍ଥିତ ବାସଭବନରେ ହୋଇଥିଲା।

Share Now:

Kalinga News Beuro

Next Post

ରାଜ୍ୟରେ ୭୭୭ରେ ପହଞ୍ଚିଲା କରୋନା ଜନିତ ମୃତ୍ୟୁ: ଆଜି ଆଉ ୧୫ଜଣଙ୍କ ମୃତ୍ୟୁ

Fri Sep 25 , 2020
ଭୁବନେଶ୍ବର: କରୋନାରେ ପୁଣି ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ଯେଉଁ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ଖୋର୍ଦ୍ଧାର ଭୁବନେଶ୍ବରରୁ ୪, ପୁରୀରୁ ୩ ଜଣ , ମୟୂରଭଞ୍ଜରୁ ୨ ଜଣ, କେନ୍ଦ୍ରାପଡ଼ା, ବଲାଙ୍ଗୀର, କନ୍ଧମାଳ, ଅନୁଗୁଳ, କଟକ ଓ ରାୟଗଡ଼ାରୁ ଜଣେ […]
ରାଜଧାନୀରେ କରୋନା ସ୍ଥିତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial