ବିଧାନସଭା ମୌସୁମୀ ଅଧିବେଶନ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଆଜି ରାଜ୍ୟ ବଜେଟ୍

ଭୁବନେଶ୍ୱର: ଆସନ୍ତା ୨୯ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୭ ତାରିଖ ଯାଏ ଚାଲିବ ଏହି ଅଧିବେଶନ। ବିଧାନସଭା ଗୃହ କାର୍ଯ୍ୟ କଭରେଜ୍ ଲାଗି ଯଥା ସମ୍ଭବ କମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଛି। ଏ ନେଇ ବିଧାନସଭା ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଗଣମାଧ୍ୟମ ସଂସ୍ଥାକୁ କୁହାଯାଇଛି। ଏଥି ସହିତ ବିଧାନସଭା କଭରେଜ କରୁଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରାଯିବ ବୋଲି ମଧ୍ୟ କୁହାଯାଇଛି। ଯେଉଁ କର୍ମଚାରୀମାନେ କଭରେଜ୍ ପାଇଁ ଯିବେ, ସେମାନଙ୍କ ନାଁ ଜଣାଇବାକୁ ହେବ। ସେହି ଅନୁସାରେ ପ୍ରତିନିଧିଙ୍କର କରୋନା ଟେଷ୍ଟ କରାଯିବ ବୋଲି କୁହାଯାଇଛି। ସେହିପରି ଅନୁସାରେ ବୈଦ୍ୟୁତିକ ଗଣମାଧ୍ୟମର ଜଣେ ରିପୋର୍ଟର, ଜଣେ କ୍ୟାମେରାପର୍ସନ ଏବଂ ଜଣେ ଆସିଷ୍ଟାଣ୍ଟଙ୍କୁ ମିଶାଇ ୩ ଜଣ ଓ ପ୍ରିଣ୍ଟ ମିଡିଆରୁ ଜଣେ ଲେଖାଏଁ ପ୍ରତିନିଧିଙ୍କୁ କଭରେଜ୍ ଲାଗି ଅନୁମତି ଦିଆଯିବ। ସେହିପରି ବିଧାନସଭାକୁ ୨୮ ତାରିଖରେ ଶେଷ ପର୍ଯ୍ୟାୟ ସାନିଟାଇଜ୍ କରାଯିବ। ଏହା ପରେ ଅନ୍ୟ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

Share Now:

Kalinga News Beuro

Next Post

ଆସନ୍ତା ଅକ୍ଟୋବର ମାସରେ ଖୋଲିପାରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ : ପର୍ଯ୍ୟଟନ ମନ୍ତ୍ରୀ

Sun Sep 27 , 2020
ଭୁ‌ବନେଶ୍ୱର : କୋଭିଡ୍ କଟକଣା ଭିତରେ ଆଗାମୀ ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ଏ ନେଇ ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ଓଡ଼ିଶାରେ ମନ୍ଦିରଗୁଡ଼ିକ କେବେ ଖୋଲିବ, ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି। କୋଭିଡ ପାଇଁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି। […]
ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial