ନନ୍ଦନକାନନରେ ସିଂହୀ ‘ସୁପ୍ରିୟା’ର ମୃତ୍ୟୁ

ନନ୍ଦନକାନନରେ ସିଂହୀ ‘ସୁପ୍ରିୟା’ର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ସିଂହୀ ‘ସୁପ୍ରିୟା’ର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ନନ୍ଦନକାନନରେ ରହୁଥିବା ସୁପ୍ରିୟାକୁ ୧୫ ବର୍ଷ ହୋଇଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ‘ସୁପ୍ରିୟା’ର ଶରୀର ଅବସ୍ଥା ଠିକ୍ ନ ଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଯା‌ଏ ଓ ପୁଣି କିଛିଦିନ ବ୍ୟବଧାନରେ ସିଂହୀର ଶରୀର ଅସୁସ୍ଥ ହୋଇଯାଏ। ଏପରି ଅବସ୍ଥାରେ ତା’ର ଚିକିତ୍ସା ଜାରି ରହିଥିବା ବେଳେ ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ମୃତ୍ୟୁ ହୋଇଛି। ସିଂହୀ ସୁପ୍ରିୟାର ଜନ୍ମ ୧୯୯୪ ମସିହାରେ ହୋଇଥିଲା।

Share Now:

Kalinga News Beuro

Next Post

ବିଧାନସଭା ଇତିହାସରେ ପ୍ରଥମ : କରୋନା ପାଇଁ ବଦଳିଲା ନିୟମ

Wed Sep 30 , 2020
ନବୀନ ନିବାସରୁ ଭାଗନେଲେ ମୁଖ୍ୟମନ୍ତ୍ରୀ,ବିଧାୟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଭୁବନେଶ୍ବର: ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ଭିତରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ପୂର୍ବ ଅଧିବେଶନ ତୁଳନାରେ ଆଜିର ଦୃଶ୍ୟ ଥିଲା ସଂପୂର୍ଣ୍ଣ ଭିନ୍ନ। ସାମାଜିକ ଦୂରତା ରକ୍ଷା ପାଇଁ ବିଧାନସଭା ମୁଖ୍ୟ ହଲ୍‌ରେ ୭୮ ଜଣ ବିଧାୟକମାନଙ୍କ ପାଇଁ ଆସନ ବ୍ୟବସ୍ଥା କରାଯାଇଥିବା ବେଳେ ଗୃହରେ ୫୦ରୁ ୬୦ ବିଧାୟକ ଉପସ୍ଥିତ ଥିଲେ। ସମସ୍ତଙ୍କ ମୁହଁରେ ଥିଲା […]
Odisha-Assembly

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial