ରାହୁଲ‌ ଓ ପ୍ରିୟଙ୍କାଙ୍କ ସମେତ ପାଞ୍ଚଜଣ କଂଗ୍ରେସ ନେତାଙ୍କୁ ହାଥ‌ରସ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବା ଲାଗି ଅନୁମତି

ରାହୁଲ୍‌ ଓ ପ୍ରିୟଙ୍କାଙ୍କ ସମେତ ପାଞ୍ଚଜଣ କଂଗ୍ରେସ ନେତା

ନୂଆଦିଲ୍ଲୀ: ହାଥ‌ରସ‌ର ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ଲାଗି ଶନିବାର ଦିନ ଉତ୍ତରପ୍ରଦେଶ ପ୍ରଶାସନ କଂଗ୍ରେସ ନେତା ରାହୁଲ‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅନୁମତି ପ୍ରଦାନ କରିଛି। ସେମାନଙ୍କ ସାଥୀରେ ଅନ୍ୟ ତିନିଜଣ କଂଗ୍ରେସ ନେତା ମଧ୍ୟ ଯିବେ। କେ ସି ବେଣୁଗୋପାଳ, ଅଧୀର ରଞ୍ଜନ ଚୌଧୁରୀ ଏବଂ ପିଏଲ୍‌ ପୁନିଆ ରାହୁଲ୍‌ ଓ ପ୍ରିୟଙ୍କାଙ୍କ ସହ ଯାଇପାରନ୍ତି ବୋଲି ଆଶା କରାଯାଉଛି। ଯିବା ପୂର୍ବରୁ ଆଜି ସକାଳେ ରାହୁଲ‌ ଗାନ୍ଧୀ ଟୁଇଟ୍‌ କରି ଲେଖିଥିଲେ-ଶୋକସନ୍ତପ୍ତ ପରିବାରକୁ ଭେଟି ସେମାନଙ୍କ ଦୁଃଖ ଶୁଣିବାକୁ ହାଥ୍‌ରସ‌ ଯିବାଲାଗି ଦୁନିଆରେ କେହି ମତେ ଅଟକାଇ ପାରିବେ ନାହିଁ।

ଆଜି ଅପରାହ୍ନ ଦୁଇଟା ପରେ କଂଗ୍ରେସ ନେତା ରାହୁଲ୍ ଓ ପ୍ରିୟଙ୍କା ପୀଡ଼ିତାଙ୍କ ପରିବାରର ଲୋକମାନଙ୍କୁ ଭେଟିବାକୁ ସେମାନଙ୍କ ଗାଁ ଅଭିମୁଖେ ବାହାରିଥିଲେ। ଯିବା ସମୟରେ ପ୍ରିୟଙ୍କା କହିଥିଲେ, ଯଦି ଏଥର ଛଡ଼ା ନ ଯାଏ, ପୁଣି ଥରେ ଯିବାକୁ ଚେଷ୍ଟା କରିବି। ପ୍ରିୟଙ୍କା ନିଜେ କାର୍‌ ଚଳାଇ ହାଥ୍‌ରସ୍ ଅଭିମୁଖେ ଯାତ୍ରା କରୁଥିବା ବେଳେ ଅନେକ କଂଗ୍ରେସ ନେତା ଓ କର୍ମୀ ସ୍ଲୋଗାନ ଦେଇ ସେମାନଙ୍କ ପଛେ ପଛେ ଯାତ୍ରା କରୁଥିଲେ।

ଏଥିଲାଗି ଦିଲ୍ଲୀ-ନୋଇଡା କରିଡର‌ରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାନ୍ତରେ ବେରିକେଡ୍‌ ବସାଯାଇଥିଲା। ଏହାଛଡ଼ା, ଶଶୀ ଥରୁରଙ୍କ ସମେତ ପ୍ରାୟ ୩୫ଜଣ କଂଗ୍ରେସ ସାଂସଦ ଏକ ବସ‌ରେ ରାହୁଲ‌ ଓ ପ୍ରିୟଙ୍କାଙ୍କ ଦଳରେ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ଯାଉଥିଲେ।

Share Now:

Kalinga News Beuro

Next Post

ଧରାପଡିଲା ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ, ୨ ଅଟକ

Sat Oct 3 , 2020
ନଡ଼ିଆକତା ବୋଝେଇ ଟ୍ରକରୁ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠରୁ ଆଜି ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିବା ଜଣାଯାଇଛି। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଚଢାଉ କରାଯାଇ ଏହି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହି ମାମଲରେ ଦୁଇଜଣଙ୍କୁ ଅଟକ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶରୁ ବାଲେଶ୍ବର ଯାଉଥିବା ଏକ ନଡ଼ିଆ କତା ବୋଝେଇ ଟ୍ରକରେ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଚୋରାଚାଲାଣ […]
ନଡ଼ିଆକତା ବୋଝେଇ ଟ୍ରକରୁ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial