ଫାଇନାଲରେ ମେରିକମ୍‌

ଗୋଲଡ଼କୋଷ୍ଟ: ପାଞ୍ଚଥର ବିଶ୍ୱ ତଥା ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ ପ୍ରଥମ ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ଜିତିବା ଦିଗରେ ଆଉ ଏକ ବଡ଼ ପାଦ ବଢ଼ାଇଛନ୍ତି। ମେରି ଶ୍ରୀଲଙ୍କାର ଦିଲରୁକ୍ସି କୋଦିଥୁଆକୁଙ୍କୁ ଏକତରଫା ଭାବେ ୫-୦ ପଏଣ୍ଟରେ ହରାଇ ୪୮ କିଲୋଗ୍ରାମ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ବର୍ଗରେ ଗୌରବ ସୋଲାଙ୍କି (୫୨ କିଲୋଗ୍ରାମ), ମନୀଷ କୌସିକ (୬୦ କିଲୋଗ୍ରାମ) ଓ ବିଶ୍ୱକପ୍‌ର କାଂସ୍ୟ ପଦକ ବିଜେତା ବିକାଶ କୃଷ୍ଣନ୍‌ (୭୫ କିଲୋଗ୍ରାମ) ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ଫଳରେ ମୁଷ୍ଟିଯୁଦ୍ଧର ପଦକ ପର୍ଯ୍ୟାୟରେ ପ୍ରବେଶ କରିଥିବା ଭାରତୀୟ ମୁଷ୍ଟିଯୋଦ୍ଧାଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ସବୁଠାରୁ ବଡ଼ ଆଶା କିନ୍ତୁ ମେରିକମଙ୍କ ଉପରେ ରହିଛି। ସ୍ୱର୍ଣ୍ଣ ପଦକ ପାଇଁ ସେ ଉତ୍ତର ଆୟର୍ଲାଣ୍ଡର କ୍ରିଷ୍ଟିନା ଓ’ ହରାଙ୍କ ମୁକାବିଲା କରିବେ। ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରୌପ୍ୟ ପଦକ ବିଜୟିନୀ ସରିତା ଦେବୀ ଅବଶ୍ୟ ଦୁର୍ଭାଗ୍ୟଜନକ ଭାବେ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି। ବୁଧବାରର ପ୍ରି-କ୍ୱାର୍ଟର ଲଢ଼େଇରେ ତାଙ୍କୁ ଅଷ୍ଟ୍ରେଲିଆର ଅଞ୍ଜା ଷ୍ଟ୍ରିଡ୍ସମ୍ୟାନ୍‌ ୦-୫ରେ ହରାଇ ଦେଇଥିଲେ। ପିଙ୍କି ସିଂହ ମଧ୍ୟ ୫୧ କିଲୋଗ୍ରାମର କ୍ୱାର୍ଟର ଫାଇନାଲ୍‌ ଲଢ଼େଇ ହାରି ଯାଇଥିଲେ।

Share Now:

Kalinga News Beuro

Leave a Reply

Next Post

କେଉଁ ସମୟରେ ସିଗାରେଟ୍ ଟାଣିବା ଅଧିକ କ୍ଷତିକାରକ ଆସନ୍ତୁ ଜାଣିବା !

Thu Apr 12 , 2018
ସିଗାରେଟ ଟାଣିବା ଏହା ଶରୀରର ପାଇଁ କ୍ଷତିକାରକ ହୋଇଥାଏ। କିନ୍ତୁ କିଛି ଏପରି ସମୟ ଅଛି ଯେତେବେଳେ ସିଗାରେଟ୍ ଟାଣିଲେ ଅଧିକ କ୍ଷତି ହୋଇଥାଏ। ଯଦି ସିଗାରେଟ୍ ଟାଣିବା ଆପଣ ଛାଡ଼ିପାରୁ ନାହାଁନ୍ତି, ତେବେ ଏହି ସମୟରେ ସିଗାରେଟ୍‌ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ୧- କିଛି ଲୋକଙ୍କ ଖାଇବା ପରେ ସିଗାରେଟ୍ ଟାଣିବାର ଭ୍ୟାସ ରହିଥାଏ। ଆପଣ ଜାଣନ୍ତି କି, ଏହି ସମୟରେ ସିଗାରେଟ୍‌ର ପ୍ରଭାବ ୧୦ ଗୁଣା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial