ସରିଲା ବିଧାନସଭା ମୌସୁମୀ ଅଧିବେଶନ : ସିଏଜି ରିପୋର୍ଟ ଉପସ୍ଥାପିତ

ଆଜି ରାଜ୍ୟ ବଜେଟ୍

ଭୁବନେଶ୍ବର: ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ଶେଷ ହୋଇଛି ବିଧାନସଭା ଅଧିବେଶନ। ଅଧିବେଶନ ଶେଷ ନେଇ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆଜି ଶେଷ ଦିନରେ ୫ଟି ବିଲ୍ ଗୃହୀତ ହେବା ସହ ସିଏଜିଙ୍କ ରିପୋର୍ଟ ମଧ୍ୟ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ। ଏଥର ମୌସୁମୀ ଅଧିବେଶନରେ ମୋଟ ୭ଟି ବିଲ୍ ଗୃହୀତ ହୋଇଛି । ଆଜି ଗୋଟିଏ ଦିନରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ୫ଟି ବିଲ୍ ପାରିତ ହୋଇଛି। ସେଗୁଡ଼ିକ ମଧ୍ୟରେ ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ, ଓଡିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ, ଓଡିଶା ପୌର ବିଧି ସଂଶୋଧନ ବିଲ, ଶିଳ୍ପ ବିବାଦ ଓଡିଶା ସଂଶୋଧନ ବିଲ ରହିଛି। ଆଜି ବହୁ ହଟ୍ଟଗୋଳ ଭିତରେ ବିଧାନସଭାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ ହୋଇଥିଲା। ଏ ନେଇ ବିଜେପି ଓ କଂଗ୍ରେସର ବିଧାୟକମାନେ ବାରମ୍ବାର ହଟ୍ଟଗୋଳ କରିବା ସହ ଏହି ବିଲ୍ ପାରିତ ହେଲେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶାସକ ଦଳର ପ୍ରାର୍ଦୁଭାବ ବଢିବ ବୋଲି ଅଭିଯୋଗ କରିଥିଲେ। ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଧ୍ୱନିମତ ସହାୟତାରେ ଏହି ବିଲକୁ ପାରିତ କରାଇ ନେଇଥିଲେ। ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଉତ୍ତର ଦେଇ ଶ୍ରୀ ସାହୁ କହିଛନ୍ତି କି କେନ୍ଦ୍ର ଓ ରାଜ୍ୟ ଆଇନ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଅନ୍ୟ ରାଜ୍ୟରେ କୁଳପତି ଚୟନରେ ଯେଉଁ ବ୍ୟବସ୍ଥା ରହିଛି, ଆମ ରାଜ୍ୟରେ ଭିନ୍ନ। ସେହି ସବୁ ରାଜ୍ୟ କୁଳପତି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି। କିନ୍ତୁ ରାଜ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତା ଭିତରେ କୁଳପତି ଚୟନ କରାଯାଇଥାଏ। ଏହି ଅଧିବେଶନ ସମୟରେ ମୋଟ ୩ଟି ମୁଲତବୀ ପ୍ରସ୍ତାବ ଆସିଥିଲା। କରୋନା କାଳରେ ଚର୍ଚ୍ଚାରେ ରହିଥିଲା ବିଧାନସଭା ଅଧିବେଶନ। କରୋନା କଟକଣା ମଧ୍ୟରେ ବିଧାନସଭା ଶେଷ ହୋଇଛି। ଚଳିତ ଅଧିବେଶନରେ ପ୍ରଶ୍ନକାଳ ରହି ନଥିଲା।

Share Now:

Kalinga News Beuro

Next Post

କୋଭିଡ୍‌-୧୯ ପରିଚାଳନା ପାଇଁ ଆ‌ୟୁର୍ବେଦକୁ ପ୍ରାଧାନ୍ୟ ଦେଇ ପ୍ରୋଟକଲ୍‌ ଜାରି କଲା କେନ୍ଦ୍ର

Tue Oct 6 , 2020
ନୂଆଦିଲ୍ଲୀ: କୋଭିଡ -୧୯ ଲକ୍ଷଣ ଜାଣିବା ପରେ ଆୟୁର୍ବେଦ ଏବଂ ଯୋଗ ମାଧ୍ୟମରେ ମହାମାରୀ କରୋନା ଭାଇରସ୍‌କୁ ନିୟନ୍ତ୍ରଣ କରିବାକୁ ମଙ୍ଗଳବାର କେନ୍ଦ୍ର ସରକାର ଏକ ପ୍ରୋ‌ଟକଲ୍‌ ଜାରି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଆୟୁଷ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ଜାତୀୟ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍‌ରେ କିପରି ପାରମ୍ପରିକ ପଦ୍ଧତି ମାଧ୍ୟମରେ କୋଭିଡ୍ -୧୯ର ସାମ୍ନା କରି ହେବ ସରକାର ଏକ ବିବୃତିରେ ଏ ନେଇ ସୂଚନା ଦେଇଛନ୍ତି। […]
ଆ‌ୟୁର୍ବେଦ ପ୍ରୋଟକଲ୍‌ ଜାରି କଲା କେନ୍ଦ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial