ସାତ ଦଶନ୍ଧିପରେ ଲାଲଗଡ଼ରେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ

ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ

ସବୁ ଅସୁବିଧା ଦୂରକରିବାକୁ ପ୍ରତିଶୃତିଦେଲେ ଜିଲ୍ଲାପାଳ ଓ ଏସପି

ମାଲକାନଗିରି : ପ୍ରଥମ କରି ଲାଲଗଡ଼ର ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ। ସ୍ୱାଭିମାନ ଅଞ୍ଚଳର ଅତି ମାଓପ୍ରବଣ ଇଲାକା ଯୋଡାମ୍ବ ଠାରେ ଆଜି ହଠାତ ପହଞ୍ଚିଥିଲା ଜିଲ୍ଲା ପ୍ରଶାସନର ସୁଅ। ଜିଲ୍ଲାପାଳ ମନିଷ ଅଗ୍ରୱାଲ ଜଂତୁରାଈ ଗାଁରୁ ମୋଟର ସାଇକେଲ ଯୋଗେ ଯୋଡ଼ମ୍ବ ପଞ୍ଚାୟତରେ ପହଞ୍ଚି ଲୋକମାନଙ୍କର ସୁଖ ଦୁଃଖ ପଚାରି ବୁଝିଥିଲେ। ପ୍ରଥମକରି ଜିଲ୍ଲାପାଳ ଓ ଏସପିଙ୍କ ସମେତ ପୁରା ଜିଲ୍ଲାପ୍ରଶାସନକୁ ଦେଖି ସ୍ୱାଭିମାନ ଅଞ୍ଚଳବାସୀ ସେମାନଙ୍କର ବର୍ଷ ବର୍ଷର ଦୁଃଖ କଷ୍ଟ ବଖାଣିଥିଲେ। ସ୍ୱାଧୀନତାର ସାତ ଦଶନ୍ଧି ଧରି ଭିନ୍ନ କୌଣସି ଗ୍ରହରେ ରହୁଥିବା ପରି ଭାବୁଥିବ ଅଞ୍ଚଳବାସୀ ଏବେ ନିଜକୁ ଓଡିଶା ବା ମାଲକାନଗିରି ଜିଲ୍ଲାର ଅଂଶବିଶେଷ ବୋଲି ମାନେ କରୁଛନ୍ତି। ପୂର୍ବରୁ ୨୦୧୧ମସିହାରେ ଜିଲ୍ଲାପାଳ ଆର ଭିନୀଲ କ୍ରିଷ୍ଣା ସେହି ଅଞ୍ଚଳକୁ ଯାଇ ମାଓବାଦୀଙ୍କ ଦ୍ୱାରା ଅପହରଣ ହୋଇଥିଲେ। ସେହିଦିନଠାରୁ ବିଛିନ୍ନାଞ୍ଚଳରେ କୌଣସି ସରକାରୀ ବାବୁଙ୍କର ପାଦ ପଡ଼ିନଥିଲା।

ତେବେ ଗତ ଜୁଲାଇ ୨୦୧୮ ମସିହାରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଆସ୍ତେ ଆସ୍ତେ ଲାଲଗଡକୁ ଭେଦ କରିବାରେ ଲାଗିଛି ପ୍ରଶାସନ। ଗତ ଜାନୁଆରୀ ମାସରେ ଜଂତୁରାଈ ଠାରେ ମାଓବାଦୀଙ୍କୁ ଗ୍ରାମବାସୀମାନେ ପିଟିପିଟି ମାରିଦେବା ଘଟଣା ପରେ ଯୋଡାମ୍ବଠାରେ ପହଞ୍ଚିବାରେ ସଫଳ ହୋଇଛି ପ୍ରଶାସନ। ପ୍ରଥମକରି ପାହାଡ଼ ଚିରି ରାସ୍ତା ନିର୍ମାଣ ପରେ ଜିଲ୍ଲାପାଳ ଓ ଏସପି ପହଞ୍ଚି ଲୋକମାନଙ୍କର ଅସୁବିଧା ଦୂର କରିବାକୁ ପ୍ରତିଶୃତି ଦେଇଛନ୍ତି। ସ୍ୱାଭିମାନ ଅଞ୍ଚଳର ଆଣ୍ଡ୍ରାପଲ୍ଲୀ,ପଣଷପୁଟ ଓ ଯନ୍ତ୍ରୀ ପଞ୍ଚାୟତରେ ଏବେବି ପ୍ରଶାସନ ପହଞ୍ଚି ପାରିନାହିଁ। ତେବେ ଆଗାମୀ ଦିନରେ ସରକାରୀ କଳ ସେମାନଙ୍କ ନିକଟରେ ପହଞ୍ଚିବାର ଆଶା ରଖିଛନ୍ତି ଅଞ୍ଚଳବାସୀ।

Share Now:

Kalinga News Beuro

Next Post

ଆସୁଛି ଶୀତ : ସଂକ୍ରମଣ ବଢିବା ଆଶଙ୍କା, ଆସନ୍ତା ୩ ମାସ ଅତି ଗୁରୁତ୍ୱପୂର୍ଣ୍ଣ

Sat Oct 10 , 2020
ଶୀତ ପାଇଁ ପ୍ରସ୍ତୁତ ରହିବାକୁ ବିଶେଷଜ୍ଞଙ୍କ ନିର୍ଦ୍ଦେଶ ନୂଆଦିଲ୍ଲୀ : ପାର୍ବଣ ପରେପରେ ଶୀତ ଆସିଯିବ। କିନ୍ତୁ ଶୀତରେ କରୋନା ସଂକ୍ରମଣ ବଢ଼ିବ ବୋଲି ବି‌ଶେଷଜ୍ଞମାନେ ଚେତାବନୀ ଦେଇ ସାରିଲେଣି। ଶୀତ ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। କୋଭିଡ୍‌ ମହାମାରୀ ପାଇଁ ଡ. ଭିକେ ପୌଲ୍‌ଙ୍କ ନେତୃତ୍ବରେ ଗଠିତ ଏକ ବିଶେଷଜ୍ଞ କମିଟି କହିଛନ୍ତି, ଚଳିତ ଶୀତରେ ରାଜଧାନୀ ଦିଲ୍ଲୀ ଦୈନିକ ୧୫ ହଜାର […]
ରାଜଧାନୀରେ କରୋନା ସ୍ଥିତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial