କ୍ଷମା ମାଗିଲେ ବିଧାୟକ ଉମା ସାମନ୍ତରାୟ

କ୍ଷମା ମାଗିଲେ ବିଧାୟକ ଉମା ସାମନ୍ତରାୟ

ପୁରୀ: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଘଟଣାରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କ୍ଷମା ମାଗିଛନ୍ତି। ସେ ଏକ ଭିଡିଓ ଜାରି କହିଛନ୍ତି ଯେ ଗତ ୪ ତାରିଖରେ କରୋନା ସଂକ୍ରମିତ ହୋଇ ମଧ୍ୟ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଭୁଲ୍ ଥିଲା। ପ୍ରଦୀପ ମହାରଥୀ ତାଙ୍କର ବଡ଼ ଭାଇ ଓ ସେ ତାଙ୍କର ଆଦର୍ଶ ବି। ତାଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାର ଯାଇଥିଲେ ଏବଂ ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାର ଯିବା ସଂପୂର୍ଣ୍ଣ ଭୁଲ୍ ଥିଲା ବୋଲି ସେ କହିଛନ୍ତି। ସରକାରଙ୍କ ଆଇନ ଉର୍ଦ୍ଧ୍ବରେ କେହି ନୁହନ୍ତି । ତେବେ ଆଇନ ଅନୁଯାୟୀ ତାଙ୍କ ପ୍ରତି ଯେଉଁ ପଦକ୍ଷେପ ନିଆଯିବ ସେ ତାକୁ ମାନିବାକୁ ପ୍ରସ୍ତୁତ ଏବଂ ‘ଭୁଲ ପାଇଁ ସମସ୍ତଙ୍କ ପାଖରେ କ୍ଷମା ମାଗୁଛି’ ବୋଲି ଉମା ସାମନ୍ତରାୟ କହିଛନ୍ତି। ସୂଚନାଯୋଗ୍ୟ, ଜଗନ୍ନାଥ ସେନା ଓ ବିଜେପି ଯୁବମୋର୍ଚ୍ଚା ଦ୍ୱାରା ଗତ ୫ ତାରିଖରେ ହୋଇଥିବା ଅଭିଯୋଗ ଆଧାରରେ ପୁଲିସ ଷ୍ଟେସନ ଡାଏରି କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତ ସମୟରେ ସିଡିଏମଓଙ୍କୁ ଉମା ସାମନ୍ତରାୟଙ୍କ କୋଭିଡ ରିପୋର୍ଟ ମାଗିଥିଲା। ରିପୋର୍ଟକୁ ଆଧାରକରି ଜାଣିବାକୁ ପାଇଥିଲା ଯେ, ମହାରଥୀଙ୍କ ଅନ୍ତିମ ସଂସ୍କାର ସମୟରେ ଉମା କୋଭିଡ ଆକ୍ରାନ୍ତ ଥିଲେ। ସେହି ସମୟରେ ଉମାଙ୍କର ଗୃହ ସଂଗରୋଧ ଅବଧି ଶେଷ ହୋଇ ନ ଥିଲା। ତେଣୁ ପୁଲିସ ପୁରୀ ସମୁଦ୍ରକୂଳ ଥାନାରେ ମାମଲା ରୁଜୁ କରିଛି।

Share Now:

Kalinga News Beuro

Next Post

ହାଥ‌ରସ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କ ମାମଲା ପରିଚାଳନା କରିବେ ନିର୍ଲଜ ଓକିଲ ଏ.ପି. ସିଂହ

Sat Oct 10 , 2020
ହାଥ‌ରସ: ହାଥ‌ରସ ଗଣଦୁଷ୍କର୍ମ ଘଟଣାର ଚାରି ଅଭିଯୁକ୍ତଙ୍କ ମାମଲା ପରିଚାଳନା କରିବେ ବୋଲି ଶନିବାର ଦିନ ହାଥ‌ରସ‌ରେ ପହଞ୍ଚିଥିବା ନିର୍ଭୟା ଦୋଷୀଙ୍କ ନିର୍ଲଜ ଓକିଲ ଏ.ପି. ସିଂହ ଘୋଷଣା କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଅଖିଳ ଭାରତୀୟ କ୍ଷେତ୍ରୀୟ ମହାସଭାର ସଦସ୍ୟ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନବେନ୍ଦ୍ର ସିଂହଙ୍କ ସହ ଶ୍ରୀ ସିଂହ ହାଥ‌ରସ‌ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଅଭିଯୁକ୍ତଙ୍କ ପରିବାରର ସଦସ୍ୟମାନଙ୍କୁ ଭେଟିଥିଲେ। ହାଥ‌ରସ‌ ଗଣଦୁଷ୍କର୍ମ […]
ନିର୍ଭୟା ଦୋଷୀଙ୍କ ଓକିଲ ଏ.ପି. ସିଂହ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial