ଛାତ୍ରମାନେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଜଣାପଡ଼ିବା ପରେ ଶୋପିଆଁର ଧାର୍ମିକ ସ୍କୁଲ୍‌ ଉପରେ ତଦନ୍ତ ଏଜେନ୍ସିଙ୍କ ନଜର

ଶୋପିଆଁର ଧାର୍ମିକ ସ୍କୁଲ୍‌ ଉପରେ ତଦନ୍ତ ଏଜେନ୍ସିଙ୍କ ନଜର-1

ଶୋପିଆଁ: ୧୩ଜଣ ଛାତ୍ର ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିବା କଥା ଜଣାପଡ଼ିବା ପରେ ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାରେ ଥିବା ଏକ ଧାର୍ମିକ ସ୍କୁଲ୍‌ ଉପରେ ତଦନ୍ତ ଏଜେନ୍‌ସିମାନଙ୍କ ନଜର ପଡ଼ିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ୨୦୧୯ ଫେବୃଆରୀରେ ହୋଇଥିବା ପୁଲ୍‌ୱାମା ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ସାଜାଦ ଭଟ ମଧ୍ୟ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଛାତ୍ର। ସେ ସ୍କୁଲ୍‌ର ଛାତ୍ରମାନେ ବିଶେଷତଃ, ଦକ୍ଷିଣ କଶ୍ମୀରର କୁଲଗାମ୍, ପୁଲ୍‌ୱାମା ଏବଂ ଅନନ୍ତନାଗ ଜିଲ୍ଲାରୁ ଆସୁଛନ୍ତି। ଏହି ଅଞ୍ଚଳ ସବୁ ଆତଙ୍କବାଦର ଉତ୍ପତ୍ତିସ୍ଥଳ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ବିଭିନ୍ନ ଆତଙ୍କବାଦ ସଙ୍ଗଠନ ଲାଗି ଚୟନ କରାଯିବାର ଏନ୍ତୁଡ଼ିଶାଳ ବୋଲି ଗୁଇନ୍ଦା ଏଜେନ୍‌ସିମାନେ ବିଚାର କରନ୍ତି। ଏହି ସ୍କୁଲ୍‌ରେ ଉତ୍ତରପ୍ରଦେଶ, କେରଳ ଏବଂ ତେଲେଙ୍ଗାନା ଆଦି ରାଜ୍ୟରୁ ମଧ୍ୟ ଛାତ୍ର ଅଛନ୍ତି। କିନ୍ତୁ, ଧାରା ୩୭୦ ଉଚ୍ଛେଦ ହେବା ପରେ ସେମାନଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ଜଣେ ସରକାରୀ ଅଧିକାରୀ କହନ୍ତି, ‌ସେ ସ୍କୁଲ୍‌ର ଅଧିକାଂଶ ଛାତ୍ର ଓ ଶିକ୍ଷକ ଶୋପିଆଁ ଏବଂ ପୁଲୱାମା ଭଳି ଆତଙ୍କବାଦୀ ସଂକ୍ରମିତ ଜିଲ୍ଲାର ହୋଇଥିବାରୁ ଆତଙ୍କବାଦ ଆଦର୍ଶ ସେମାନଙ୍କୁ ଅନୁପ୍ରାଣିତ କରୁଥାଇ ପାରେ। ଏହି କାରଣରୁ ଅନ୍ୟାନ୍ୟ ଜାଗାରୁ ଆସିଥିବା ଛାତ୍ରମାନେ ମଧ୍ୟ ପ୍ରଭାବିତ ହେଉଥାଇ ପାରନ୍ତି। ଏକ ଅଭ୍ୟନ୍ତର ରିପୋର୍ଟ ଅନୁସାରେ, ଅନ୍ୟୂନ ୧୩ ଜଣ ତାଲିକାଭୁକ୍ତ ଆତଙ୍କବାଦୀ ଏବଂ ସେମାନଙ୍କୁ ସହଯୋଗ କରୁଥିବା ଶତାଧିକ ‘ଓଭର୍‌ ଗ୍ରାଉଣ୍ଡ୍‌ ୱାର୍କର’ ଏହି ଶିକ୍ଷାନୁଷ୍ଠାନର ଛାତ୍ର। ଏହି ୧୩ ଜଣଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଶୋପିଆଁ ଏବଂ ପୁଲ୍‌ୱାମା ଜିଲ୍ଲାବାସୀ।

Share Now:

Kalinga News Beuro

Next Post

ରେଳବାଇର ନୂତନ ଯୋଜନା: ମେଲ ଓ ଏକ୍ସପ୍ରେସ ଟ୍ରେନରୁ ବାଦ ପଡ଼ିବ ସ୍ଲିପର କୋଚ, କେବଳ ରହିବ ଏସି କୋଚ

Sun Oct 11 , 2020
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ରେଳ ନେଟୱାର୍କର ନବୀକରଣ ପାଇଁ ଚିନ୍ତା କରୁଛି। ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ଅନୁଯାୟୀ ଦୂର ସ୍ଥାନକୁ ଯାତ୍ରା କରୁଥିବା ମେଲ୍ ଓ ଏକ୍ସପ୍ରେସ ଟ୍ରେନରୁ ସ୍ଲିପର କୋଚକୁ ସଂପୂର୍ଣ୍ଣଭାବେ ହଟାଇ ଦିଆଯିବ। ଅର୍ଥାତ୍ ଏହି ‌ଟ୍ରେନଗୁଡ଼ିକରେ କେବଳ ଏସି କୋଚ୍ ହିଁ ରହିବ। ଏହି ଟ୍ରେନର ବେଗ ଘଣ୍ଟା ପ୍ରତି ୧୩୦/୧୬୦ କିମି ରହିବ। କାରଣ ମେଲ ଓ ଏକ୍ସପ୍ରେସ ଟ୍ରେନରେ ୧୩୦ କିମି ପ୍ରତି […]
ରେଳବାଇର ନୂତନ ଯୋଜନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial