୧୯ରେ ଆଉ ପୁଣି ଏକ ଲଘୁଚାପ ସମ୍ଭାବନା

୧୯ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଲଘୁଚାପ ପରେ ପୁଣି ଏକ ଲଘୁଚାପ ସମ୍ଭାବନା ସୃଷ୍ଟି ହୋଇଛି। ବଙ୍ଗୋପସାଗରରେ ଆସନ୍ତା ୧୯ ତାରିଖ ବେଳକୁ ଦାନାବାନ୍ଧି ପାରେ ଆଉ ଏକ ଲଘୁଚାପ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ଏନେଇ ବିସ୍ତୃତ ସୂଚନା ବା ପୂର୍ବାନୁମାନ ଆସିନାହିଁ। ପୂର୍ବରୁ ଲଘୁଚାପ ବର୍ଷାରେ ଦକ୍ଷିଣ ଓଡ଼ିଶାର ସ୍ଥିତି ବେହାଲ ହୋଇଥିବା ବେଳେ ଆଉଏକ ଲଘୁଚାପ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପୁଣି ଚିନ୍ତା ବଢାଇଛି। ପ୍ରକାଶଥାଉକି, ବିଗତ ଦିନରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲା। ଏହା କ୍ରମଶଃ ଅବପାତ ଓ ଗଭୀର ଅବପାତର ରୂପ ନେଇ ୧୩ ତାରିଖ ସକାଳେ ଆନ୍ଧ୍ର ଉପକୂଳର ସ୍ଥଳଭାଗ ଛୁଇଁଥିଲା। ଏହାର ପ୍ରଭାବରେ କୋରାପୁଟ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ସମେତ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହୋଇଥିଲା।

Share Now:

Kalinga News Beuro

Next Post

ବନ୍ଧା ହେଲେ କୋଟିପତି ହିନ୍ଦୀ ଶିକ୍ଷକ: ଆୟ ବହିର୍ଭୁତ ସମ୍ପତ୍ତିର ମୂଲ୍ୟ ୪ କୋଟିରୁ ଅଧିକ

Thu Oct 15 , 2020
ବ୍ରହ୍ମପୁର : କୋଟିପତି ହିନ୍ଦୀ ଶିକ୍ଷକ ଗିରଫ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଶିକ୍ଷକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶିକ୍ଷକଙ୍କ ସମ୍ପତ୍ତିି ୪.୯୩ କୋଟି। ଆୟ ବହିର୍ଭୂତ ସମ୍ପତ୍ତିି ମାମଲାରେ ଫସିଛନ୍ତି ଗଂଜାମ ଜିଲ୍ଲା ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ। ତାଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଶିକ୍ଷକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ହେଉଛି […]
କୋଟିପତି ହିନ୍ଦୀ ଶିକ୍ଷକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial