ସରିଲା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ: ତିର୍ତ୍ତୋଲରେ ୮, ବାଲେଶ୍ୱରରେ ନାମାଙ୍କନ ଭରିଲେ ୯ ପ୍ରାର୍ଥୀ

ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରଚାର ମଧ୍ୟ ଜମୁଛି। ଆଉ ଏହାରି ଭିତରେ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ନେଇ ବିସ୍ତୃତ ତଥ୍ୟ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା। ତେବେ ତିର୍ତ୍ତୋଲରେ ମୋଟ‌ ୮ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ବାଲେଶ୍ୱର ସଦରରେ ୯ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ତେବେ କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ, ୮୦ ବର୍ଷରୁ ଅଧିକ ବୟସ୍କ ଭୋଟର, ଭିନ୍ନକ୍ଷମ ଏବଂ ସଂଗରୋଧରେ ଥିବା ଲୋକଙ୍କ ପାଇଁ ପୋଷ୍ଟାଲ ବାଲାଟରେ ଜରିଆରେ ଭୋଟଗ୍ରହଣ ହେବ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବଚନ ଅଧିକାରୀ ସୁଶୀଲ ଲୋହାନୀ। ଶ୍ରୀ ଲୋହାନୀ କହିଛନ୍ତି, ଉଭୟ ନିର୍ବାଚନ ମଣ୍ଡଳୀରେ ୨୩ ପ୍ରତିଶତ କେବଳ ପୋଷ୍ଟାଲ ଭୋଟ ପାଇଁ ସହମତି ଦେଇଛନ୍ତି। ୫୬ ପ୍ରତିଶତ ମନା କରିଛନ୍ତି। ବାଲେଶ୍ୱର ଓ ତିର୍ତ୍ତୋଲରେ ମୋଟ ୫୪୦୮ ଜଣ ପୋଷ୍ଟାଲ ବାଲାଟରେ ଭୋଟ ଦେବେ। ସ୍ୱତନ୍ତ୍ର ପୋଲିଂ ପାର୍ଟି ଅକ୍ଟୋବର ୨୦ରୁ ନଭେମ୍ବର ୨ ତାରିଖ ମଧ୍ୟରେ ସେମାନଙ୍କ ଘରକୁ ଯାଇ ପୋଷ୍ଟାଲ ବାଲାଟ ଗ୍ରହଣ କରିବେ। ଏହାର ଭିଡିଓଗ୍ରାଫି ମଧ୍ୟ ହେବ। ୧୯ରେ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ତା’ପରେ ଅନ୍ୟ ପ୍ରକ୍ରିୟା ଆଗକୁ ବଢ଼ିବ।

Share Now:

Kalinga News Beuro

Next Post

୭୫ ବର୍ଷରେ ପାଦ ଦେଲେ ଅପ୍ରତିଦ୍ଵନ୍ଦୀ ଜନନାୟକ ନବୀନ ପଟ୍ଟନାୟକ

Fri Oct 16 , 2020
ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର: ଆଜି ହେଉଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ସେ ୭୫ ବର୍ଷରେ ପାଦ ଥାପିଛନ୍ତି। ବର୍ତ୍ତମାନ ସମୟରେ ଓଡ଼ିଶାର ତଥା ଭାରତବର୍ଷର ସେ ହେଉଛନ୍ତି ଜଣେ ଅପ୍ରତିଦ୍ଵନ୍ଦୀ ଜନନାୟକ। ତାଙ୍କ ଆଗରୁ ଏମିତି ଦୀର୍ଘ ସମୟ ଧରି ଲଗାତାର ଲୋକମାନଙ୍କର ବିପୁଳ ସମର୍ଥନ ପାଇ ମୁଖ୍ୟମନ୍ତ୍ରୀ ହେବାରେ ସେ ଇତିହାସ ରଚିଛନ୍ତି। […]
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial