ରାଜଧାନୀରେ କମୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୪୩

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ କମୁଛି। ରାଜଧାନୀର କରୋନା ସ୍ଥିତି ନେଇ ସୂଚନା ଦେଇ ଏଭଳି କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀରେ କରୋନା କେସ କମୁଥିବାରୁ ଦୁଇଟି କୋଭିଡ କେୟାର ସେଣ୍ଟର ବନ୍ଦ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଜାମୁଝରି ଓ ଜଟଣୀରେ ଥିବା ଦୁଇଟି ସିସିସିର ୭୫୦ ବେଡ୍ ବନ୍ଦ କରାଯାଇଥିବା ସେ କହିଛନ୍ତି। ଏହା ବ୍ୟତୀତ ପୂଜା ଋତୁରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କମିଶନର। ଅନ୍ୟପଟେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୨୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୮ କ୍ୱାରେଣ୍ଟିନ୍‌ କେସ୍ ରହିଥିବା ବେଳେ ୧୭୫ ଲୋକାଲ କଣ୍ଟାକ୍ଟ କେସ୍ ରହିଥିବା ଟ୍ୱିଟ୍ କରି ସୂଚନା ଦେଲା ବିଏମ୍‌ସି।

Share Now:

Kalinga News Beuro

Next Post

ତିହିଡି ବ୍ଲକରେ କୌଣସି ଦୁର୍ନୀତିକୁ ପ୍ରଶୟ ଦିଆଯାଉନାହିଁ :ବିଜେଡି

Fri Oct 16 , 2020
ଭାଜପା ମିଥ୍ୟା ଆରୋପରୁ ନିବୃତ୍ତ ରହୁ – ବ୍ଲକ ଅଧ୍ୟକ୍ଷା ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଗତ କିଛିଦିନ ତଳେ ଧାମନଗର ବିଧାୟକ ବିଷ୍ଣୁ ସେଠୀ ତିହିଡି ବ୍ଲକରେ ୧୩ ପଂଚାୟତର ଉନ୍ନୟନ କାର୍ଯ୍ୟକୁନେଇ ବିଡ଼ିଓ ଓ କନିଷ୍ଠଯନ୍ତ୍ରୀ ମାନଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉକ୍ତ ସମୀକ୍ଷା […]
BJD MEETING-2020

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial