ତିହିଡି ବ୍ଲକରେ କୌଣସି ଦୁର୍ନୀତିକୁ ପ୍ରଶୟ ଦିଆଯାଉନାହିଁ :ବିଜେଡି

BJD MEETING-2020

ଭାଜପା ମିଥ୍ୟା ଆରୋପରୁ ନିବୃତ୍ତ ରହୁ – ବ୍ଲକ ଅଧ୍ୟକ୍ଷା

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଗତ କିଛିଦିନ ତଳେ ଧାମନଗର ବିଧାୟକ ବିଷ୍ଣୁ ସେଠୀ ତିହିଡି ବ୍ଲକରେ ୧୩ ପଂଚାୟତର ଉନ୍ନୟନ କାର୍ଯ୍ୟକୁନେଇ ବିଡ଼ିଓ ଓ କନିଷ୍ଠଯନ୍ତ୍ରୀ ମାନଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉକ୍ତ ସମୀକ୍ଷା ବୈଠକରେ ବିଧାୟକ ଶ୍ରୀ ସେଠୀ ଓ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ନାୟକ ମୁହାଁମୁହିଁ ହୋଇଥିଲେ। ଯାହାକୁ ନେଇ ଗୁରୁବାର ଅପରାହ୍ନରେ ବିଜେଡି କାର୍ଯ୍ୟାଳୟରେ ବ୍ଲକ ସଭାପତି ରଘୁନାଥ ପଣ୍ଡାଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସାମ୍ବାଦିକ ସମ୍ମିଳନୀରେ ତିହିଡି ବ୍ଲକରେ କୌଣସି ଦୁର୍ନୀତିକୁ ପ୍ରଶୟ ଦିଆଯାଉନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ନାୟକ ଯୋଗଦେଇ ଧାମନଗର ବିଧାୟକ ଶ୍ରୀ ସେଠୀ ଓ ତାଙ୍କ ଭାଜପା ଦଳ ମିଥ୍ୟା ଆରୋପ କରିବାରୁ ନିବୃତ ରହୁ ବୋଲି କହିଥିଲେ। ସୁଶ୍ରୀ ନାୟକ ଆହୁରି କହିଥିଲେ ଯେ ସମୀକ୍ଷା ବୈଠକରେ କୋଭିଡ ଗାଇଡ଼ ଲାଇନ୍କୁ ବିଧାୟକ ଶ୍ରୀ ସେଠୀ ଉଲ୍ଲଙ୍ଘନକରି ଶତାଧିକ କର୍ମୀଙ୍କୁ ନେଇ ପହଂଚିବା ଆଯୁକ୍ତିକର। ଜଣେ ମହିଳା ଅଧ୍ୟକ୍ଷାଙ୍କୁ ସମୀକ୍ଷା ବୈଠକରେ ଅଶାଳୀନ ମନ୍ତବ୍ୟ ଦେବା ଯୁକ୍ତିସଙ୍ଗତ ନୁହେଁ। ବ୍ଲକରେ ଚାଲିଥିବା କୌଣସି ଯୋଜନାରେ ଦୁର୍ନୀତି ହୋଇନାହିଁ। ଯଦି ଭାଜପା ଦଳର ସତସାହସ ଅଛି ତେବେ ନିର୍ଦ୍ଧିଷ୍ଟ ପଞ୍ଚାୟତର ନିର୍ଦ୍ଧିଷ୍ଟ ପ୍ରକଳ୍ପ ଉପରେ ଅଭିଯୋଗ କଲେ ଉଚିତ ହେବ। ପଞ୍ଚାୟତିରାଜ ନିୟମ ଅନୁସାରେ ଅଧ୍ୟକ୍ଷାଙ୍କ ବିନା ଅନୁମତିରେ ବିଡ଼ିଓ କୌଣସି କାର୍ଯ୍ୟ କରିପାରିବେ ନାହିଁ। ଏହି ସମୀକ୍ଷା ବୈଠକରେ ତାଙ୍କର ଯୋଗଦାନ ଆଇନ ସଙ୍ଗତବୋଲି ସେ କହିଥବାବେଳେ ପ୍ରାକୃତିକ ବିପର୍ଯ୍ୟରେ ସରକାର ଯେଉଁ ଅନୁଦାନ ଦେଇଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁଶ୍ରୀ ନାୟକ କୃତଜ୍ଞତା ଜଣାଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କମଳାକାନ୍ତ ଭୋଇ , ଜିଲ୍ଲାପରିଷଦ ସଭ୍ୟ କମଳାକାନ୍ତ ଦାସ ,ଚିନ୍ତାମଣି ଦାସ ,ସରପଞ୍ଚ ମାନସୀ ମଲିକ,ମାନସ ସାହୁ ,ଆମର ଦାସ ,କୀର୍ତ୍ତନ ରାଉତ ,ଭାଗିରଥି ମଲ୍ଲିକ ,ସମିତିସଭ୍ୟ ଦାଶରଥି ମହାପାତ୍ର , ବିଜେଡି ନେତା ଯତୀନ୍ଦ୍ର ବେହେରା ,ନିତ୍ୟାନନ୍ଦ ବେହେରା ,ଅନିରୁଦ୍ଧ ବାରିକ ପ୍ରତାପ ଜେନା ,ପ୍ରବୀର ନାୟକ ,ଉତ୍ତମ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

Share Now:

Kalinga News Beuro

Next Post

ଜମିବାଡ଼ି ବିବାଦରୁ ସାନ ଭାଇର ଭୁଜାଲି ଚୋଟରେ ବଡ଼ଭାଇ ମୃତ

Fri Oct 16 , 2020
ଗରଦପୁର : ପାଟକୁରା ଥାନା ସାନ ଅଡ଼ଙ୍ଗା ପଞ୍ଚାୟତ ଧସଣାପାରୀ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସାନଭାଇର ‌ଭୁଜାଲି ଚୋଟରେ ବଡ଼ଭାଇର ପ୍ରାଣ ଯାଇଛି। ପୁଲିସ ଶବ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ସୂଚନା ଅନୁସାରେ, ଧସଣାପାରୀ ଗ୍ରାମର କାମିନୀ ମିଶ୍ରଙ୍କ ବଡ଼ ପୁଅ ଉମାକାନ୍ତ ଓ ସାନ ପୁଅ ଲୋକନାଥ କିଛିବର୍ଷ ଧରି ଗୋଆରେ ରହୁଥିଲେ। ବଡ଼ପୁଅ ଉମାକାନ୍ତ ଗାଁକୁ ଫେରିଆସି ଘରେ ଅଲଗା […]
କୁଚିଣ୍ଡା ଅଞ୍ଚଳରେ ଚାଞ୍ଚଲ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial