ରାଜଧାନୀରୁ ଆଜି ୨୩୩ ଜଣ କରୋନା ପଜିଟିଭ ଚିହ୍ନଟ

coronavirus-11

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୨୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୫୧ ଜଣ ସଂଗରୋଧ ଓ ୧୮୨ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୭ ହଜାର ୨୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୪ ହଜାର ୧୪୩ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୨୯୨୭ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୩୭ ଜଣଙ୍କର ମୃତ୍ୟୁ ହୋଇଛି। ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ୫୧ଜଣଙ୍କ ମଧ୍ୟରୁ ବରମୁଣ୍ଡା, ଭରତପୁର, ଭିମଟାଙ୍ଗୀ, ଭିମପୁର, ବିଜେବି ନଗର, ଗଜପତି ନଗର ଓ ଗଙ୍ଗାନଗରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ ୨ଜଣ, ଓଲଡ ଟାଉନରୁ ୪ଜଣ, ପଟିଆରୁ ୫ଜଣ, ପାତ୍ରପଡ଼ାରୁ ୪ଜଣ ଓ ପ୍ରଶାନ୍ତି ବିହାରରୁ ୩ଜଣ ଲେଖାଏଁ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଓଟିଭି ସାମ୍ବାଦିକଙ୍କୁ ପୁଲିସ ଉଠାଇନେବା ଘଟଣା : ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ପରେ ବୈଜୟନ୍ତଙ୍କୁ ଘେରିଲେ ବିରୋଧୀ

Sun Oct 18 , 2020
ଭୁବନେଶ୍ୱର: ଓଟିଭି ସାମ୍ବାଦିକଙ୍କୁ ପୁଲିସ ଉଠାଇନେବା ଘଟଣାକୁ ନେଇ ଟୁଇଟ ଯୁଦ୍ଧ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ବିଜେପି ନେତା ବୈଜୟନ୍ତ ପଣ୍ଡା ଟୁଇଟ କରିବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି। ଗତକାଲି ବୈଜୟନ୍ତ ଟୁଇଟ କରି କହିଥିଲେ, ସାମ୍ବାଦିକଙ୍କୁ ଉଠାଇନେବା, ଦୁର୍ବ୍ୟବହାର କରିବା ଓ ହେପାଜତକୁ ନେଇ ଜେରା କରିବା ଭଳି ଲଜ୍ଜାକର କାମ କରୁଛନ୍ତି ଓଡ଼ିଶା ପୁଲିସ […]
baijaynt-700x430

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial