ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାତୀ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ

ହାତୀ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ଚିତାପେଡି ପଞ୍ଚାୟତ ବାଙ୍କି ଗାଁର ଜଣେ ବୃଦ୍ଧଙ୍କୁ ହାତୀ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣକ ହେଲେ କ୍ରିଷ୍ଣl ମଲାର (୬୦)। ଖବର ପାଇ ବିଶ୍ରା ରେଞ୍ଜର ମାଣିକ ହାଁସଦା ଓ ବିଶ୍ରା ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ମୃତ ବୃଦ୍ଧଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡର ମନୋହରପୁର ନିକଟସ୍ଥ ବୁମଡି ଗ୍ରାମର କ୍ରିଷ୍ଣl ମଲାର ଗତ ୩ରୁ ୪ ବର୍ଷ ହେବ ବାଙ୍କି ଗାଁ ରେ ରହିଆସୁଥିଲେ। ସେ ଏହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ରହି କାମ କରୁଥିଲେ। ସବୁଦିନ ଭଳି ଆଜି ମଧ୍ୟ ସକାଳେ କ୍ରିଷ୍ଣା ବାଙ୍କି ନାଳ ନିକଟକୁ ଶୌଚ ହେବା ପାଇଁ ଯାଇଥିଲେ। ଶୌଚ ସାରି ଫେରୁଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଏ ବାବଦରେ ଗ୍ରାମବାସୀ ଜାଣିବା ପରେ ସ୍ଥାନୀୟ ରେଞ୍ଜର ଓ ପୁଲିସ କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ କହିବା ମୁତାବକ କିଛି ଦିନ ହେଲା ୮ରୁ ୧୦ଟି ହାତୀ ଝାଡ଼ଖଣ୍ଡ ଜଙ୍ଗଲରୁ ଓଡ଼ିଶା ମୁହାଁ ହୋଇଛନ୍ତି।

Share Now:

Kalinga News Beuro

Next Post

କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ ବାର୍ ସିଲ୍

Mon Oct 19 , 2020
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଏକ ବାର୍ ସିଲ୍ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଇନଫୋସିଟି ଅଞ୍ଚଳରେ ଥିବା ଇକୋ ବାରକୁ ଚଢାଉ କରି ସିଲ୍ କରାଯାଇଛି। ଏହି ବାରରେ ଏକ ଜନ୍ମଦିନ ପାର୍ଟି ଚାଲିଥିଲା। ତେବେ ଏଥିରେ କେହି କରୋନା କଟକଣାକୁ ପାଳନ କରୁ ନ ଥିବା ଅଭିଯୋଗ ଆସିବା ମାତ୍ରେ ଚଢାଉ କରିଥିଲା ପୁଲିସ୍। ଚଢାଉ ପରେ ବାରଟିକୁ ସିଲ୍ […]
ରାଜଧାନୀରେ ବାର୍ ସିଲ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial