ଲଦାଖରେ ଚୀନ ସୈନିକକୁ ଗିରଫ କଲା ଭାରତୀୟ ସେନା

ଭାରତୀୟ ସେନା

ନୂଆଦିଲ୍ଲୀ : ଲଦାଖରେ ଭାରତ ଓ ଚୀନ ସେନା ଗତ ପ୍ରାୟ ୬ ମାସ ହେଲା ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଆଜି ଭାରତୀୟ ସେନା ଜଣେ ଚୀନ ସୈନିକକୁ ଗିରଫ କରିଛି ଉକ୍ତ ସୈନିକ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ୬ଷ୍ଠ ମୋଟରାଇଜଡ୍ ଇନଫାଣ୍ଟ୍ରି ଡିଭିଜନର ସଦସ୍ୟ ବୋଲି ଜଣାପଡ଼ିଛି। ଭାରତୀୟ ସେନା ସୁତ୍ରରୁ ଜଣାପଡିଛି ଯେ ଉକ୍ତ ଚୀନ ସୈନିକକୁ ଲଦାଖର ଡେମଚୋକ୍ ଅଂଚଳରୁ ଗିରଫ କରାଯାଇଛି। ତଲାସୀ ବେଳେ ତା ନିକଟରୁ ସେନା ଓ ବ୍ୟକ୍ତିଗତ କାଗଜପତ୍ର ମିଳିଥିବା ଜଣାପଡ଼ିଛି। ତେବେ ତା’ ନିକଟରୁ କୌଣସି ମାରଣାସ୍ତ୍ର ମିଳିନାହିଁ। ସେ ନିଜର ୟାକ୍ (ଚମରୀ ଗାଈ) ସନ୍ଧାନରେ ଏପଟକୁ ଆସିଥିବା କହୁଛି। ଅନ୍ୟପକ୍ଷରେ ସେ ଚୀନର ଜଣେ ଗୁଇନ୍ଦା କି ନା, ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ସେ ଅଜାଣତରେ ସୀମା ଏପଟକୁ ପଳାଇଆସିଥିଲା। ତେବେ ସେନା ପକ୍ଷରୁ ଏକ ଔପଚାରିକ ବିବୃତିରେ କୁହାଯାଇଛି ଯେ ଗିରଫ ସୈନିକର ନାମ କର୍ପୋରାଲ ୱାଙ୍ଗ ୟା ଲଙ୍ଗ। ତାକୁ ଖାଦ୍ୟ ଓ ଶୀତବସ୍ତ୍ର ପ୍ରଦାନ କରାଯାଇଛି। ଆବଶ୍ୟକ ପ୍ରକ୍ରିୟା ପରେ ତାକୁ ଚୀନର ପିଏଲଏକୁ ହସ୍ତାନ୍ତର କରାଯିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ ୧୫ ରେ ଗଲୱାନରେ ଉଭୟ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଏଥିରେ ଚୀନର ମଧ୍ୟ ସୈନିକ ନିହତ ହୋଇଥିଲେ ମଧ୍ୟ ଚୀନ ମୃତକଙ୍କ ସଂଖ୍ୟା ପ୍ରକାଶ କରିନାହିଁ।

Share Now:

Kalinga News Beuro

Next Post

ରାଜଧାନୀ ଭୁବନେଶ୍ୱରରୁ ଆଜି ୨୧୩ ଜଣ କରୋନା ପଜିଟିଭ ଚିହ୍ନଟ

Mon Oct 19 , 2020
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୨୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୬୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୪୫ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୂଚନା ଅନୁସାରେ ଭୁବନେଶ୍ୱରରୁ ଏ ପର୍ଯ୍ୟନ୍ତ ୨୭ ହଜାର ୪୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା […]
୨୧୩ ଜଣ କରୋନା ପଜିଟିଭ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial