ଚୋରା ଲୁହା ପଥର ଚାଲାଣ କରୁଥିବା ୨ ଡମ୍ଫର ଜବତ, ୫ ମାଫିଆ ଗିରଫ

ଚୋରା ଲୁହା ପଥର ଚାଲାଣ କରୁଥିବା ୫ ମାଫିଆ ଗିରଫ

ଗୋରୁମହିଷାଣୀ: ବେଆଇନ ଭାବରେ ଚାଲାଣ କରୁଥିବା ଦୁଇଟି ଲୁହାପଥର ବୋଝେଇ ଡମ୍ଫରକୁ ଜବତ କରିଛି ବହଳଦା ପୁଲିସ। ଏହା ସହ ୫ ଜଣ ପଥର ମାଫିଆଙ୍କୁ ମଧ୍ୟ ଗିରଫ କରିଛି। ଦୀର୍ଘଦିନ ଧରି ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଲୌହଖଣି ଆଖପାଖ ଅଞ୍ଚଳରୁ ବେଆଇନ ଭାବରେ ଲୌହ ପଥର ଖନନ କରି ମାଫିଆ ଗୋଷ୍ଠୀ ଝାଡଖଣ୍ଡକୁ ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଥିଲା। ତେବେ ମଙ୍ଗଳବାର ବେଆଇନ ଭାବେ ଲୁହାପଥର ଚାଲାଣ ହେଉଥିବା ଖବର ପାଇ ପୁର୍ବ ପ୍ରସ୍ତୁତ ଥିବା ପୋଲିସ ଟିମ ଚଢ଼ାଉ କରିଥିଲେ। ଦୁଇଟି ଲୁହାପଥର ବୋଝେଇ ଡ଼ମ୍ଫର (ଓଆର-୧୪-ଏନ୍‌-୮୯୭୪ ଓ ଓଆର୍‌-୦୪-ଜେ-୦୪୯୩)ଜବତ କରିବା ସହିତ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୁଲିସ। କିନ୍ତୁ ମୁଖ୍ୟ ଚାଲାଣକାରୀ ଦୁଇରୁ ତିନି ଜଣ ଅନ୍ଧାରର ସୁଯୋଗ ନେଇ ଖସି ଯିବାରେ ସଫଳ ହୋଇଛନ୍ତି। ବହଳଦା ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହିତ କାରବାରରେ ଜଡିତ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ଅନଲାଇନର ତାଲିମର ବିକଳ ଚିତ୍ର: ବିପଜ୍ଜନକ ଘାଟି ରାସ୍ତାର ସୁରକ୍ଷାବାଡ଼ ଉପରେ ବସି ତାଲିମ ନେଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ

Thu Oct 22 , 2020
ଦେବଗଡ଼: କରୋନା ସଂକ୍ରମଣର ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ପିଲାମାନଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି। ଏପରି କ୍ଷେତ୍ରରେ ରାଜ୍ୟ ସରକାର ବିଭିନ୍ନ ହ୍ବାଟସଆପ ଗୃପ ଅନଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏପଟେ ରାଜ୍ୟ ସରକାର ଅନଲାଇନ୍ ମାଧ୍ୟମରେ ପାଠ ପଢାଇବା କଥା କହୁଥିବାବେଳେ ଅନ୍ୟପ‌ଟେ କେନ୍ଦ୍ର ସରକାର ଡିଜିଟାଲ୍ ଇଣ୍ଡିଆର ନାରା ଦେଉଛନ୍ତି। ଜିଲ୍ଲାରେ ବିଭିନ୍ନ ସ୍ଥାନରେ […]
ପୁଣି ସାମ୍ନାକୁ ଆସିଲା ଅନଲାଇନର ବିକଳ ଚିତ୍ର-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial