ଅନଲାଇନର ତାଲିମର ବିକଳ ଚିତ୍ର: ବିପଜ୍ଜନକ ଘାଟି ରାସ୍ତାର ସୁରକ୍ଷାବାଡ଼ ଉପରେ ବସି ତାଲିମ ନେଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ

ପୁଣି ସାମ୍ନାକୁ ଆସିଲା ଅନଲାଇନର ବିକଳ ଚିତ୍ର-1

ଦେବଗଡ଼: କରୋନା ସଂକ୍ରମଣର ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ପିଲାମାନଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି। ଏପରି କ୍ଷେତ୍ରରେ ରାଜ୍ୟ ସରକାର ବିଭିନ୍ନ ହ୍ବାଟସଆପ ଗୃପ ଅନଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏପଟେ ରାଜ୍ୟ ସରକାର ଅନଲାଇନ୍ ମାଧ୍ୟମରେ ପାଠ ପଢାଇବା କଥା କହୁଥିବାବେଳେ ଅନ୍ୟପ‌ଟେ କେନ୍ଦ୍ର ସରକାର ଡିଜିଟାଲ୍ ଇଣ୍ଡିଆର ନାରା ଦେଉଛନ୍ତି। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମୋବାଇଲ୍ ନେଟୱାର୍କ ନଥିବାବେଳେ କେବେ କେବେ ମୋବାଇଲ ନେଟୱାର୍କ ଥିଲେ ନେଟ୍ ସ୍ଲୋ ରହୁଛି, ତ କେତେବେଳେ ମଧ୍ୟ ନେଟୱାର୍କ କଟିଯାଉଛି। ଫଳରେ ଛାତ୍ରଛାତ୍ରୀମାନେ ଠିକ୍ ଭାବେ ଅନଲାଇନରେ କ୍ଲାସ୍ କରିପାରୁନଥିବା ହେତୁ ଅସୁବିଧାର ସମୁଖୀନ ହେଉଛନ୍ତି। ଏହାପରେ ଏଥିରୁ ବାଦ ପଡ଼ିନାହାନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ମୋବାଇଲ ନେଟୱାର୍କ ନଥିବାରୁ ଜିଲ୍ଲାର ଗଇଲୋ ଘାଟି ରାସ୍ତାର ସୁରକ୍ଷା ବାଡ଼ ଉପରେ ବିପଦ ସଂକୁଳ ଅବସ୍ଥାରେ ବସି ତାଲିମ ନେଉଛନ୍ତି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ। ମିଳିଥିବା ସୂଚନା ଅନୁଯାୟୀ, ତିଲେଇବଣୀ ବ୍ଲକ୍ ଅନ୍ତର୍ଗତ ଲଇମୁରା, ଗଣ୍ଡମ, ଝରାଗୋଗୁଆ, ଝାରମୁଣ୍ଡା,ପାରପୋଷି, ଡିମିରିକୁଦା ପଞ୍ଚାୟତ ଆଦିବାସୀ ବହୁଳ ଗ୍ରାମ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି ସତ, ଆଜି ବି ଉକ୍ତ ଅଞ୍ଚଳର ଲୋକମାନଙ୍କ ପାଖରେ ଉକ୍ତ ଯୋଜନାଗୁଡ଼ିକ ‌ଅପହଞ୍ଚ। ଉକ୍ତ ଅଞ୍ଚଳରେ ବିକାଶ ଅପହଞ୍ଚ ହୋଇପଡ଼ିଥିବା ଯୋଗୁଁ ବେଶ କିଛି ବର୍ଷ ସେହି ଅଞ୍ଚଳ ମାଓବାଦୀଙ୍କ ଚରାଭୂଇଁ ପାଲଟିଥିଲା। କିନ୍ତୁ ଏବେ ପୁଲିସ ପକ୍ଷରୁ ବାରମ୍ବାର କମ୍ବିଂ ଅପରେସନ ଫଳରେ ଉକ୍ତ ଅଞ୍ଚଳରେ ମାଓ ଗତିବିଧି ହ୍ରାସ ପାଇଛି। ‌କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିଜିଟାଲ୍ ଇଣ୍ଡିଆର ନାରା ଦିଆଯାଉଥିବା ବେଳେ ଉକ୍ତ ୬ଟି ପଞ୍ଚାୟତରେ ମୋବାଇଲ ଟାୱାର୍ ରହିଛି ସତ କିନ୍ତୁ ତାହା ବି କେତେବେଳେ କାର୍ଯ୍ୟକ୍ଷମ ତ ଆଉ କେତେବେଳେ କାର୍ଯ୍ୟ ମଧ୍ୟ କରୁନାହିଁ। ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ୧୬ ତାରିଖଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅନଲାଇନ୍ ମାଧ୍ୟମରେ ନିଷ୍ଠା ତାଲିମ ଦିଆଯାଉଛି।

ମାତ୍ର ଜିଲ୍ଲା ତିଳେଇବଣି ବ୍ଲକର ଝରାଗୋଗୁଆ, ପାରପୋଷି, ଗଣ୍ଡମ, ଝାରମୁଣ୍ଡା, ଲାଇମୁରା ଓ ଦିମିରିକୁଦା ଆଦି ଛଅ ପଞ୍ଚାୟତରେ ମୋବାଇଲ ନେଟୱାର୍କ ନ ଥିବା ହେତୁ ଏ ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ତାଲିମ ନେବାରେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି। ଏ ସମସ୍ତ ଅଞ୍ଚଳର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଦେବଗଡ଼ ସହରକୁ ଆସିବା ପାଇଁ ଗଇଲୋ ଘାଟିର ରାସ୍ତାର କିଛି ସ୍ଥାନରେ ନେଟୱାର୍କ ଆସୁଥିବାରୁ ଏଠାକୁ ପ୍ରତିଦିନ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆସି ତାଲିମ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ନେଟୱାର୍କ ନ ଥିବାରୁ ଜିଲ୍ଲାର ଅନେକ ଅଞ୍ଚଳରେ ଛାତ୍ରଛାତ୍ରୀ ଅନଲାଇନ ପାଠପଢ଼ାରୁ ବଞ୍ଚିତ ହୋଇ ଆସୁଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି। ଗୋଟିଏ ପକ୍ଷରେ ସରକାର ଡିଜିଟାଲ ଇଣ୍ଡିଆ ନେଇ ପରିକଳ୍ପନା କରୁଥିବାବେଳେ ଦେବଗଡ଼ ଜିଲ୍ଲାର ଏହି ଦୃଶ୍ୟ ଦେଖିଲେ ସରକାରଙ୍କ ପରିକଳ୍ପନା ଏଠାରେ ଉପହାସ ସଦୃଶ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଉକ୍ତ ଅଞ୍ଚଳରେ ମୋବାଇଲ ସେବାର ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବି କରୁଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Share Now:

Kalinga News Beuro

Next Post

ଏନ୍‌ଆଇଏର ଜେରା ପରେ ରାଜଧାନୀରେ ଭୟ

Thu Oct 22 , 2020
ଭୁବନେଶ୍ୱର : ଗତକାଲି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଖଣ୍ଡଗିରି ଯଦୁପୁର ଅଞ୍ଚଳର ଜଣେ ଛାତ୍ରଙ୍କୁ ୫ ଘଣ୍ଟା ଜେରା କରିବା ପରେ ରାଜଧାନୀକୁ ଆତଙ୍କବାଦ ଭୟ ଘାରିଛି। ରାଜଧାନୀର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବାରୁ ସହରବାସୀ ଭୟର ବାତାବରଣ ଭିତରେ ଅଛନ୍ତି। ସହରର ସବୁ ପ୍ରବେଶ ପଥ ଖୋଲାମେଲା ପଡ଼ିଛି। କିଏ ଯାଉଛି କିଏ ଆସୁଛି କାହା ପାଖରେ ଖବର ନାହିଁ। ଏଣୁ ଯେ କୌଣସି ସମୟରେ ଯେ କେହି […]
ଏନ୍‌ଆଇଏର ଜେରା ପରେ ରାଜଧାନୀରେ ଭୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial