ପାନ ଆଣିବା କାଳ ହେଲା: ଜାତୀୟ ରାଜପଥରେ ଧକ୍କା ଦେଲା ଟ୍ରକ୍‌, ଯୁବକ ମୃତ

ପାନ ଆଣିବା କାଳ ହେଲା

ବାହାନଗା: ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଖନ୍ତାପଡା ଡାଇଭର୍ସନ ନିକଟରେ ପାନ ଆଣିବାକୁ ଯାଉଥିବା ବେଳେ ଜଣେ ଯୁବକଙ୍କର ଟ୍ରକ ଧକ୍କାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଭଦ୍ରକ କିସ୍ମତ କୃଷ୍ଣପୁର ଗ୍ରାମର ସୁରେନ୍ଦ୍ର ପରିଡାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର(୪୭)। ସୂଚନା ମୁତାବକ କିଛିଦିନ ଧରି ଖନ୍ତାପଡ଼ାରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ସନ୍ଧ୍ୟା ୫ଟା ସମୟରେ ଡାଇଭର୍ସନ ନିକଟରେ ରାସ୍ତା ପାର ହୋଇ ପାନ ଆଣିବାକୁ ଯାଉଥିଲେ। ଏହି ସମୟରେ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇଥିଲା। ଟ୍ରକ ଧକ୍କାରେ ଘଟଣାସ୍ଥଳରେ ପୂର୍ଣ୍ଣଚନ୍ଦ୍ର ରାସ୍ତା ଉପରେ ଛିଟିକି ପଡି ଗୁରୁତର ହୋଇଥିଲେ। ଖବରପାଇ ଜାତୀୟ ରାଜପଥ ଆମ୍ବୁଲାନ୍‌ସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବାବେଳକୁ ପ୍ରାଣବାୟୁ ଉଡିଯାଇଥିବାର ଜଣାପଡିଥିଲା। ଖବର ଲେଖା ହେବା ବେଳକୁ ଦୁର୍ଘଟଣା ଘଟାଇଥିବା ଟ୍ରକର ପତ୍ତା ମିଳିପାରିନାହିଁ।

Share Now:

Kalinga News Beuro

Next Post

ନୌସେନାରେ ସାମିଲ ହେଲା ଯୁଦ୍ଧପୋତ ଆଇଏନ୍‌ଏସ୍‌ ‘କବରତ୍ତୀ’

Thu Oct 22 , 2020
ବିଶାଖାପଟନମ୍: ଗୁରୁବାର ଦିନ ବିଶାଖାପଟନମ୍‌ସ୍ଥିତ ନେଭାଲ୍‌ ଡକ୍‌ୟାର୍ଡରେ ଭାରତର ସେନାମୁଖ୍ୟ ଜେନେରାଲ୍‌ ମନୋଜ ମୁକୁନ୍ଦ ନରୱଣେଙ୍କ ଦ୍ୱାରା ବୁଡ଼ାଜାହାଜ ଚିହ୍ନଟକାରୀ କ୍ଷୁଦ୍ର ଯୁଦ୍ଧପୋତ ଆଇଏନ୍‌ଏସ୍‌ ‘କବରତ୍ତୀ’କୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ବୁଡ଼ାଜାହାଜ ଠାବ କରି ସେମାନଙ୍କୁ ମୁକାବିଲା କରିବା ନିମନ୍ତେ ‘କବରତ୍ତୀ’ରେ ସେନ୍‌ସର୍‌ ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ଏହି କ୍ଷୁଦ୍ର ଯୁଦ୍ଧପୋତର ଆତ୍ମରକ୍ଷା ସାମର୍ଥ୍ୟ ମଧ୍ୟ ରହିଛି। ଦୀର୍ଘକାଳୀନ ମୁତୟନ ନିମନ୍ତେ ମଧ୍ୟ ଏହା ଉପାଦେୟ। ଭାରତୀୟ […]
ଯୁଦ୍ଧପୋତ ଆଇଏନ୍‌ଏସ୍‌ ‘କବରତ୍ତୀ’-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial