ଭୁବନେଶ୍ୱରରୁ ଆଜି ୨୦୧ କରୋନା ପଜିଟିଭ୍‌ ଚିହ୍ନଟ: ସୁସ୍ଥ ହେଲେ ୨୯୨ ଜଣ ଆକ୍ରାନ୍ତ

ଆଇସିୟୁ ଭର୍ତ୍ତି, ୱାର୍ଡ ଖାଲି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୨୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୬୪ ଜଣ ସଙ୍ଗରୋଧ ଓ ୧୫୭ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୨୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ବଡ଼ଗଡ଼ରୁ ୪ ଜଣ, ରସୁଲଗଡ଼, ୟୁନିଟ-୮, ଖଣ୍ଡଗିରି, ମଞ୍ଚେଶ୍ୱର, କଳିଙ୍ଗନଗର, ଜୟଦେବ ବିହାର, ଗ୍ୟାରେଜ ଛକ, ଚନ୍ଦ୍ରଶେଖରପୁରରୁ ୩-୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ବଡ଼ଗଡ଼ରୁ ୧୦ ଜଣ, ପଟିଆରୁ ୮ ଜଣ, ରସୁଲଗଡ଼, ସହିଦନଗରରୁ ୬-୬ ଜଣ, ଭରତପୁର ଓ ଚନ୍ଦ୍ରଶେଖରପୁରରୁ ୪ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୮ ହଜାର ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୫ ହଜାର ୩୫୨ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୨ ହଜାର ୫୯୧ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୪୬ ଜଣଙ୍କର ମୃତ୍ୟୁ ହୋଇଛି।

Share Now:

Kalinga News Beuro

Next Post

ହିମାଳୟ ଯୋଗୁଁ ଭବିଷ୍ୟତରେ ଘଟିପାରେ ବଡ଼ ଧରଣର ଭୂମିକମ୍ପ

Thu Oct 22 , 2020
ନୂଆଦିଲ୍ଲୀ: ଗୋଟିକ ପରେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ଘଟାଇବାକୁ ସମଗ୍ର ହିମାଳୟ ଶ୍ରେଣୀ ପ୍ରସ୍ତୁତ ହୋଇ ରହିଥିବା କଥା ଏକ ଅଧ୍ୟୟନରୁ ଜଣାପଡ଼ିଛି। ୮ରୁ ଅଧିକ ତୀବ୍ରତାସମ୍ପନ୍ନ ପରବର୍ତ୍ତୀ ଭୂମିକମ୍ପ ଆମ ଜୀବଦ୍ଦଶା ମଧ୍ୟରେ ବି ହୋଇପାରେ ବୋଲି ଭୂବିଜ୍ଞାନ ସମ୍ବନ୍ଧୀୟ, ଐତିହାସିକ ଏବଂ ଭୂତାତ୍ତ୍ବିକ ତଥ୍ୟାବଳୀ ସମୀକ୍ଷା କରି ଏହି ଅଧ୍ୟୟନ କହିଛି। ହିମାଳୟ ଶ୍ରେଣୀ ଅନ୍ତର୍ଗତ ଜନଗହଳିପୂର୍ଣ୍ଣ ଦେଶମାନଙ୍କରେ ଏହି ଭୂମିକମ୍ପ ଯୋଗୁଁ ମୃତ୍ୟୁସଂଖ୍ୟା ଅଭୂତପୂର୍ବ […]
ହିମାଳୟ ଯୋଗୁଁ ଘଟିପାରେ ବଡ଼ ଧରଣର ଭୂମିକମ୍ପ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial