ସଂକ୍ରମିତ ହୋଇନଥିବା ବ୍ୟକ୍ତି କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସଙ୍କଟର ସମୁଖୀନ

କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସଙ୍କଟ

ମୁମ୍ବାଇ : କେବେ ବି କରୋନା ସଂକ୍ରମିତ ହୋଇନଥିବା ବ୍ୟକ୍ତି କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସଙ୍କଟର ସମୁଖୀନ ହେବା ଚିନ୍ତା ବଢ଼ାଇଛି। ମୁମ୍ବାଇରେ ଏଭଳି ଅନେକ ମାମଲା ଦେଖିବାକୁ ମିଳିଛି। ମୁମ୍ବାଇରେ କିଛି ରୋଗୀ କରୋନା ସଂକ୍ରମିତ ହୋଇନଥିଲେ ମଧ୍ୟ ସେମାନଙ୍କଠାରେ କରୋନା ପରବର୍ତ୍ତୀ ସ୍ୱା‌ସ୍ଥ୍ୟ ସମସ୍ୟା ଦେଖା‌ଦେଇଛି। ମୁମ୍ବାଇର ଜଣେ ୬୦ ବର୍ଷୀୟ ବୃଦ୍ଧ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ନେଇ ହସ୍ପିଟାଲ ଯାଇଥିଲେ। ୬୦ ବର୍ଷୀୟ ଏହି ବୃଦ୍ଧଙ୍କୁ ‌କେବେ ବି କରୋନା ହୋଇନାହିଁ। କିନ୍ତୁ ସିଟି ସ୍କାନ୍‌ରୁ ଜଣାପଡ଼ିଛି ଯେ ସେ କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ତାଙ୍କ ଫୁସ୍‌ଫୁସ୍‌ରେ ହାଲୁକା ସଂକ୍ରମଣ ରହିଛି। ସମ୍ପୃକ୍ତ ରୋଗୀ ଜଣଙ୍କ କହିଛନ୍ତି, ସେ ଗତ ଫେବୃଆରୀ-ମାର୍ଚ୍ଚରେ ବାରଣାସୀ ଯାଇଥିଲେ। ସେଠାରୁ ଫେରିବାପରେ ତାଙ୍କୁ କିଛି ଦିନ ପାଇଁ ଜ୍ବର ହୋଇଥିଲା। ତେବେ ଉକ୍ତ ରୋଗୀଙ୍କ ସମସ୍ତ ତଥ୍ୟ ବିଚାରକୁ ନେବାପରେ ଡାକ୍ତରମାନେ କହିଛନ୍ତି, ଏହା କୋଭିଡ୍‌ ପରବର୍ତ୍ତୀ ସ୍ୱାସ୍ଥ୍ୟ ସଙ୍କଟ। ତାଙ୍କୁ ଷ୍ଟେରଏଡ୍‌ ଏବଂ ଇନ୍‌ହେଲର ଦ୍ୱାରା ଚିକିତ୍ସା କରାଯାଉଛି। ମୁମ୍ବାଇରେ ଅନେକ ରୋଗୀ କରୋନା ସଂକ୍ରମିତ ହୋଇନଥିଲେ ମଧ୍ୟ ସେମାନଙ୍କର କୋଭିଡ୍‌ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି। ଆପୋଲ ହସ୍ପିଟାଲ୍‌ର କନସଲଟାଣ୍ଟ୍‌ ଡ. ଜୟଲକ୍ଷ୍ମୀ କହିଛନ୍ତି, ସେ ଏମିତି ୩୦ ଟି ମାମଲା ଦେଖିଛନ୍ତି। ଏଭଳି ରୋଗୀମାନେ କେବେ ବି କ‌ରୋନା ପଜିଟିଭ୍‌ ନଥିଲେ ମଧ୍ୟ ସେମାନଙ୍କର କୋଭିଡ୍‌ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି।

Share Now:

Kalinga News Beuro

Next Post

ଶିକୁଳିରେ ବନ୍ଧା ବାର୍ଦ୍ଧକ୍ୟ : ପତ୍ନୀଙ୍କ ମୃତ୍ୟୁ ପରେ ଜିଉଛନ୍ତି ବନ୍ଦୀ ଜୀବନ

Sat Oct 24 , 2020
ଚିକିତ୍ସାପାଇଁ ସହଯୋଗ ଲୋଡିଲେ ପୁଅ ଭୁବନେଶ୍ୱର : ଯୋଉ ଘର ଦିନେ ତାଙ୍କୁ ମୁରବି ଆସନ ଦେଇଥିଲା, ଆଜି ସେଇ ଘରର ଏକ କୋଣରେ ସେ ବନ୍ଦୀ। ଏବେ ଆଉ ତାଙ୍କ ହୁକୁମ ଚଳୁନି, ବରଂ ଶିକୁଳି ଫାଶରେ କବର ନେଇଛି ତାଙ୍କର ସବୁ ଆକଟ। ଯେବେଠୁ ତାଙ୍କ ଧର୍ମପତ୍ନୀ ସରସ୍ବତୀ ଆରପାରିକୁ ଚାଲି ଗଲେ, ତା’ ପରଠୁ ସରସ୍ବତୀଙ୍କୁ ଝୁରିଝୁରି ବାଉରୀବନ୍ଧୁଙ୍କର ଏହି ଅବସ୍ଥା। ପାଗଳ ହୋଇଯିବା ପରେ […]
ଶିକୁଳିରେ ବନ୍ଧା ବାର୍ଧକ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial