୨୦୨୧ ଜୁନ ସୁଦ୍ଧା ବଜାରକୁ ଆସିବ କୋଭାକ୍ସିନ ଟିକା : ଭାରତ ବାୟୋଟେକ୍

୨୦୨୧ ଜୁନ ସୁଦ୍ଧା ବଜାରକୁ ଆସିବ କୋଭାକ୍ସିନ ଟିକା

ହାଇଦ୍ରାବାଦ : କରୋନା ଟିକା କୋଭାକ୍ସିନ ପ୍ରସ୍ତୁତ କରୁଥିବା କମ୍ପାନି ଭାରତ ବାୟୋଟେକ କହିଛି ଯେ ଆସନ୍ତା ବର୍ଷ ଜୁନ ସୁଦ୍ଧା ଏହି ଟିକା ବଜାରକୁ ଆସିବ। କୋଭାକ୍ସିନର ୩ୟ ଅର୍ଥାତ ବିଳମ୍ବିତ ପର୍ଯ୍ୟାୟ ପରୀକ୍ଷଣ ପାଇଁ କମ୍ପାନିକୁ ନିକଟରେ ଅନୁମତି ମିଳିଥିଲା। ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ ଜୁନ ସୁଦ୍ଧା ଏହି ଟିକା ଲୋକଙ୍କୁ ଦେବା ପାଇଁ ପ୍ରସ୍ତୁତ ହୋଇଯାଇଥିବ। ତେବେ ଯଦି ସରକାର ଜରୁରୀକାଳୀନ ଭିତ୍ତିରେ ଆଦେଶ ଦିଅନ୍ତି ତେବେ ଏହାକୁ ତା ପୂର୍ବରୁ ବି ବଜାରକୁ ଛଡ଼ାଯାଇପାରେ ବୋଲି ଭାରତ ବାୟୋଟେକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସାଇ ପ୍ରସାଦ କହିଛନ୍ତି। କମ୍ପାନି ପକ୍ଷରୁ କୁହାଯାଇଛି ଯେ କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ ନଭେମ୍ବର ମାସରେ କରାଯିବ। ଏଥିଲାଗି ସାରା ଦେଶରେ ପ୍ରାୟ ୨୬ ହଜାର ସ୍ଵେଚ୍ଛାସେବୀଙ୍କ ପଞ୍ଜିକରଣ କରାଯିବ। ଦେଶର ୩୦ଟି ପରୀକ୍ଷଣ କେନ୍ଦ୍ରରେ ଏହି ପରୀକ୍ଷଣ କରାଯିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋଭାକ୍ସିନ ଟିକାକୁ ଭାରତ ସରକାରଙ୍କ ଭାରତୀୟ ଭେଷଜ ଅନୁସଂଧାନ ପରିଷଦ (ଆଇସିଏମଆର) ଅନ୍ତର୍ଗତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜୀ ଦ୍ୱାରା ବିକଶିତ କରାଯାଉଛି। ଅନ୍ୟପକ୍ଷରେ ଭାରତୀୟ ଫାର୍ମା କମ୍ପାନି ଜାଇଡସ କାଡିଲା ମଧ୍ୟ ଏକ ଟିକାର ପରୀକ୍ଷଣ କରୁଛି। ସେହିପରି ଅକ୍ସଫୋର୍ଡ ଟିକା କୋଭିସିଲଡର ମଧ୍ୟ ପରୀକ୍ଷଣ ଚାଲିଛି।

Share Now:

Kalinga News Beuro

Next Post

ଆଜି ନନ୍ଦନକାନନରେ ବୁଲିଲେ ୩୮୧୬ ଦର୍ଶକ

Sun Oct 25 , 2020
ଭୁବନେଶ୍ୱର: ପର୍ଯ୍ୟଟକଙ୍କ ଲାଗି ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ସ୍ଥାନ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ଦିନକୁ ଦିନ ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ମୋଟ୍‌ ୩ ହଜାର ୮୧୬ଜଣ ଦର୍ଶକ ନନ୍ଦନକାନନ ବୁଲିଛନ୍ତି। ଦର୍ଶକମାନଙ୍କ ମଧ୍ୟରୁ ୩ ହଜାର ୬୫୩ ଜଣ କାଉଣ୍ଟର ମାଧ୍ୟମରେ ଟିକେଟ‌ କିଣିଥିଲେ। କିନ୍ତୁ ଜଣ ୧୬୩ ଜଣ ଅନ୍‌ଲାଇନ୍‌ ମାଧ୍ୟମରେ ଟିକେଟ୍‌ କିଣିଥିଲେ। ନନ୍ଦନକାନନର ଉପ ନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଏହି […]
ଆଜି ନନ୍ଦନକାନନରେ ବୁଲିଲେ ୩୮୧୬ ଦର୍ଶକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial