ଆଜି ନନ୍ଦନକାନନରେ ବୁଲିଲେ ୩୮୧୬ ଦର୍ଶକ

ଆଜି ନନ୍ଦନକାନନରେ ବୁଲିଲେ ୩୮୧୬ ଦର୍ଶକ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ଲାଗି ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ସ୍ଥାନ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ଦିନକୁ ଦିନ ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ମୋଟ୍‌ ୩ ହଜାର ୮୧୬ଜଣ ଦର୍ଶକ ନନ୍ଦନକାନନ ବୁଲିଛନ୍ତି। ଦର୍ଶକମାନଙ୍କ ମଧ୍ୟରୁ ୩ ହଜାର ୬୫୩ ଜଣ କାଉଣ୍ଟର ମାଧ୍ୟମରେ ଟିକେଟ‌ କିଣିଥିଲେ। କିନ୍ତୁ ଜଣ ୧୬୩ ଜଣ ଅନ୍‌ଲାଇନ୍‌ ମାଧ୍ୟମରେ ଟିକେଟ୍‌ କିଣିଥିଲେ। ନନ୍ଦନକାନନର ଉପ ନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ବଟାନିକାଲ ଗାର୍ଡେନ୍‌କୁ ଆଜି ୩୨୮ ଜଣ ଦର୍ଶକ ବୁଲିବାକୁ ଯାଇଥିଲେ। ଗତ ୪ ତାରିଖରେ ଖୋଲିଥିବା ପ୍ରାଣୀ ଉଦ୍ୟାନରେ ଦର୍ଶକଙ୍କ ଲାଗି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କରୋନା ପାଇଁ ବନ୍ଦ ପ୍ରାଣୀ ଉଦ୍ୟାନ ପୁଣି ଥରେ ଦର୍ଶକଙ୍କ ପାଇଁ ଖୋଲିବା ପରେ ଗତ ୪ ତାରିଖରେ ୩୦୬ ଜଣ ଲୋକ ବୁଲିଥିଲେ। କରୋନା କଟକଣାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କୁ ସୁରକ୍ଷିତଭାବେ ବୁଲାଇବା ପାଇଁ ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଟିକେଟ୍‌ କାଉଣ୍ଟରଠାରୁ ଆରମ୍ଭ କରି ପ୍ରାଣୀ ଖୁଆଡ଼ ପର୍ଯ୍ୟନ୍ତ ସବୁଠାରେ ଯେମିତି ସାମାଜିକ ଦୂରତା ବଜାୟ ରହିବ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ନନ୍ଦନକାନନ ପରିସରକୁ ବିଶୋଧନ କରିବା ଲାଗି ଯଥେଷ୍ଟ ପରିମାଣର ହାତ ମେସିନ୍‌ ଓ ୨ଟି ବିଦ୍ୟୁତ ଚାଳିତ ସିଞ୍ଚନ ମେସିନ୍‌ ଲଗାଯାଇଛି। ସେହିଭଳି ପର୍ଯ୍ୟଟକଙ୍କ ଶରୀର ତାପମାତ୍ରା ମାପି ଭିତରକୁ ଛାଡ଼ିବା ପାଇଁ ତାପମାତ୍ରା ମାପକ ଯନ୍ତ୍ର ରଖାଯାଇଛି। ପର୍ଯ୍ୟଟକଙ୍କୁ ବାଧ୍ୟତାମୂଳକଭାବେ ମୁହଁରେ ମାସ୍କ ଲଗାଇ ଧାଡ଼ି ବାନ୍ଧି ସାମାଜିକ ଦୂରତା ରକ୍ଷା କରି ବୁଲି ଦେଖିବାକୁ ପଡ଼ିବ। ଖିଲାପ କଲେ ଜରିମାନା କରାଯିବ ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କରୋନା ଭାଇରସ୍‌ ମହାମାରୀ ଯୋଗୁ ନନ୍ଦନକାନନକୁ ଗତ ମାର୍ଚ୍ଚ ୧୫ ତାରିଖ ଠାରୁ ବନ୍ଦ ରଖାଯାଇଥିଲା।

Share Now:

Kalinga News Beuro

Next Post

ପୁଣି ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ : ଗୋଡାଇଲେ ସ୍ୱାମୀ, ବାଇକ ଓ ମୋବାଇଲ ଛାଡ଼ି ପଳାଇଲେ ଲୁଟେରା

Sun Oct 25 , 2020
ଲୁଟେରାକୁ ଧରିବାକୁ ପୁଲିସର ଛାନଭିନ ରଗଡି: ଯାଜପୁର ଜିଲ୍ଲା କୋରେଇ ଥାନା ରଗଡି ଅଞ୍ଚଳରୁ ଚୋରି ରାହାଜାନି ଥମିବାର ନାଁ ଧରୁନି। ଲୁଟେରାଙ୍କ ଟାର୍ଗେଟରେ ରହିଛି ଜାତୀୟ ରାଜପଥ। ମହିଳାଙ୍କୁ ପିଛା କରି ସୁନା ଚେନ ଲୁଟ କରିବା ଉପରେ ରହିଛି ସେମାନଙ୍କ ଆଖି । ପୂର୍ବରୁ ଏକାଧିକ ମହିଳା ଲୁଟର ଶିକାର ହେଉଥିବା ବେଳେ ଆଜି ପୁଣି ଜଣେ ମହିଳାଙ୍କ ବେକରୁ ୨ ଭାରି ଓଜନର ଏକ ସୁନା […]
ଝାମ୍ପିନେଲେ ସୁନା ଚେନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial