ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣା: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣା

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି-ଫାଶୀଗୁଡ଼ା ରାସ୍ତାର ପାଞ୍ଚ ଆମ୍ବ ପଡିଆ ନିକଟରେ ରବିବାର ସନ୍ଧ୍ୟା ପ୍ରାୟ ୬ ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ୨ ଟି ବାଇକ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ଯୁବକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମ କାର୍ଜିସାହିର ଶୁଭେନ୍ଦୁ ଓରଫ ଶୁଭ ପଣ୍ଡା। ଅନ୍ୟ ଜଣେ ଗୁରୁତର ଆହତ ଯୁବକ ଜଣକ ପାଟପୁର ଥାନା କଲରାପଦର ଗ୍ରାମର ମନୋଜ ସେଠୀ ବୋଲି ଖବର ମିଳିଛି। ଦିଗପହଣ୍ଡି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଉପସ୍ଥିତ ଡ଼ାକ୍ତର ଶୁଭେନ୍ଦୁଙ୍କୁ ମୃତ ଘୋଷଣା କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ମନୋଜଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଶୁଭେନ୍ଦୁଙ୍କ ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପଠାଇଛନ୍ତି।

Share Now:

Kalinga News Beuro

Next Post

‘ଏଲ୍‌ଜେପି’ କ୍ଷମତାକୁ ଆସିଲେ ନୀତୀଶ କୁମାର ଜେଲ୍‌ ଯିବେ : ଚିରାଗ ପାସୱାନ

Sun Oct 25 , 2020
ବକ୍ସର : ତାଙ୍କ ଦଳ ଭୋଟ‌ ପାଇ କ୍ଷମତାକୁ ଆସିଲେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଲ୍‌ ଯିବେ‌ ବୋଲି ‘ଲୋକ ଜନଶକ୍ତି ପାର୍ଟି’ର (ଏଲ୍‌ଜେପି) ନେତା ଚିରାଗ ପାସୱାନ ରବିବାର ଦିନ ଏକ ନିର୍ବାଚନୀ ରାଲିରେ କହିଛନ୍ତି। ବକ୍ସର‌ ଅନ୍ତର୍ଗତ ଦୁମରାଓଁରେ ବିହାର ବିଧାନସଭା ନିର୍ବାଚନ ପ୍ରଚାର ରାଲିରେ ଉଦ୍‌ବୋଧନ ଦେଇ ପାସୱାନ ରାଜ୍ୟବାସୀଙ୍କୁ କେତେକ ପ୍ରଶ୍ନ ପଚାରିଥିଲେ। ସେ ପଚାରିଥିଲେ, ଯେଉଁ ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ, ଯୁବ ବିରୋଧୀ, […]
ନୀତୀଶ କୁମାର ଜେଲ୍‌ ଯିବେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial