‘ଏଲ୍‌ଜେପି’ କ୍ଷମତାକୁ ଆସିଲେ ନୀତୀଶ କୁମାର ଜେଲ୍‌ ଯିବେ : ଚିରାଗ ପାସୱାନ

ନୀତୀଶ କୁମାର ଜେଲ୍‌ ଯିବେ

ବକ୍ସର : ତାଙ୍କ ଦଳ ଭୋଟ‌ ପାଇ କ୍ଷମତାକୁ ଆସିଲେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଲ୍‌ ଯିବେ‌ ବୋଲି ‘ଲୋକ ଜନଶକ୍ତି ପାର୍ଟି’ର (ଏଲ୍‌ଜେପି) ନେତା ଚିରାଗ ପାସୱାନ ରବିବାର ଦିନ ଏକ ନିର୍ବାଚନୀ ରାଲିରେ କହିଛନ୍ତି। ବକ୍ସର‌ ଅନ୍ତର୍ଗତ ଦୁମରାଓଁରେ ବିହାର ବିଧାନସଭା ନିର୍ବାଚନ ପ୍ରଚାର ରାଲିରେ ଉଦ୍‌ବୋଧନ ଦେଇ ପାସୱାନ ରାଜ୍ୟବାସୀଙ୍କୁ କେତେକ ପ୍ରଶ୍ନ ପଚାରିଥିଲେ। ସେ ପଚାରିଥିଲେ, ଯେଉଁ ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ, ଯୁବ ବିରୋଧୀ, ବିହାରକୁ ନଷ୍ଟ କରନ୍ତି, ଯୁବବର୍ଗଙ୍କୁ ବିହାର ଛାଡ଼ି ଚାଲିଯିବାକୁ ବାଧ୍ୟ କରନ୍ତି– ସେଭଳି ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହୋଇ ରହିବା କଥା କି? ସେଭଳି ମୁଖ୍ୟମନ୍ତ୍ରୀ ବଦଳିବା କଥା ନା, ନାହିଁ? ଏହାପରେ ସେ ଏପରି ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍ ପଠାଇ ଦେବା କଥା ବୋଲି କହିଥିଲେ। ପାସୱାନ ଆହୁରି କହିଥିଲେ ଯେ, ବିହାରରେ ନିଶା ନିଷେଧ ବିଫଳ ହୋଇଛି। ଚାରିଆଡ଼େ ବେଆଇନ ମଦ ବିକ୍ରି ହେଉଛି ଏବଂ ନୀତୀଶ କୁମାର ଲାଞ୍ଚ ନେଉଛନ୍ତି। ଏହି ରାଲିରେ ଏକ ନୀତିଶ ମୁକ୍ତ ସରକାର ଲାଗି ଏଲ୍‌ଜେପି ନେତା ଚିରାଗ ପାସୱାନ ଆହ୍ବାନ ଦେଇଥିଲେ। ହିନ୍ଦୀରେ ସେ ଟୁଇଟ୍‌ କରିଛନ୍ତି, ମୋର ଅନୁରୋଧ ଦୟାକରି ‘ବିହାର ଆଗ, ବିହାରୀ ଆଗ’ ନ୍ୟାୟରେ ‘ଏଲ୍‌ଜେପି’ ପ୍ରାର୍ଥୀମାନଙ୍କୁ ଭୋଟ୍‌ ଦିଅନ୍ତୁ। ଆଗାମୀ ସରକାର ନୀତୀଶ ମୁକ୍ତ ସରକାର ହେବ। ପୂର୍ବରୁ ଏନ୍‌ଡିଏ ମେଣ୍ଟରେ ଥିବା ଏଲ୍‌ଜେପିର ମୁଖ୍ୟ ଚିରାଗ ପାସୱାନ୍ ଏବେ ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୀତୀଶ କୁମାରଙ୍କୁ କଟୁ ସମାଲୋଚନା କରୁଛନ୍ତି। କିନ୍ତୁ, ନିଜକୁ ‘ମୋଦୀଙ୍କ ହନୁମାନ’ କହି ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରିବେ ବୋଲି ସେ ଘୋଷଣା କରିଛନ୍ତି।

Share Now:

Kalinga News Beuro

Next Post

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

Sun Oct 25 , 2020
ଭୁବନେଶ୍ୱର: ପୁଣି ବରମୁଣ୍ଡା ବ୍ରିଜ ତଳ ନାଳ ଭିତରୁ ଖଣ୍ଡଗିରି ଥାନା ପୁଲିସ ଏକ ଅଜଣା ମୃତଦେହ ଉଦ୍ଧାର କରିଛି। ତା’ ସହିତ ଏକ ବାଇକ (ଓଡି୦୨କ୍ୟୁ ୨୯୬୫)ମଧ୍ୟ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଗାଡ଼ିଟିର ଡାହାଣ ପାର୍ଶ୍ଵ ଲେଗ୍ ଗାର୍ଡ ଭାଙ୍ଗି ଯାଇଛି। ଏହା ସହ ପୁଲିସ ଉଦ୍ଧାର କରିଥିବା ମୃତକର ବେକରେ କଟା ଦାଗ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଛି। ପାରିପାର୍ଶ୍ବିକ ପରିସ୍ଥିତିରୁ ପୁଲିସ […]
ଯୁବକଙ୍କ କ୍ଷତାକ୍ତ ମୃତଦେହ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial