ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ-1

ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଆରମ୍ଭ ହୋଇଛି। ଆଜି ମୋଟ ୭୧ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଏହି ପର୍ଯ୍ୟାୟ ପାଇଁ ମୋଟ ୨ କୋଟି ୧୫ ଲକ୍ଷ ଭୋଟର ଭୋଟ ଦେବେ। ସେମାନଙ୍କ ମଧ୍ୟରୁ ୧ କୋଟି ୧୨ ଲକ୍ଷ ପୁରୁଷ ଥିବାବେଳେ ୧ କୋଟି ମହିଳା ଭୋଟର ଅଛନ୍ତି। ଏହା ସହିତ ୫୯୯ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି।

ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ୯୫୨ ଜଣ ପୁରୁଷ ଓ ୧୧୪ ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ନିର୍ବାଚନ ପୂର୍ବରୁ ଆଜି ଔରଙ୍ଗାବାଦ ଜିଲ୍ଲାରେ କେତେକ ଆଇଇଡି ଜବତ ହୋଇଛି। ଏହାପରେ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

Share Now:

Kalinga News Beuro

Next Post

ଆହ୍ଲାବାଦ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ହେବ ହାଥରାସ‌ ଗଣଦୁଷ୍କର୍ମ ହତ୍ୟା ମାମଲାର ସିବିଆଇ ତଦନ୍ତ: ସୁପ୍ରିମକୋର୍ଟ

Wed Oct 28 , 2020
ନୂଆଦିଲ୍ଲୀ: ହାଥରାସ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ସିବିଆଇ ତଦନ୍ତକୁ ଅନୁଧ୍ୟାନ କରିବେ ଆହ୍ଲାବାଦ ହାଇକୋର୍ଟ। ଆଜି ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ହାଥରାସ‌ ଗଣଦୁଷ୍କର୍ମ ମାମଲାରେ କୋର୍ଟ‌ ପରିଚାଳନାରେ ତଦନ୍ତ ହେବାକୁ ଦାବି କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ୍‌ ଦାଖଲ ହୋଇଥିଲା। ଆଜି ଏହି ପିଟିସନ୍‌ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କୁ ଏଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଅନ୍ୟପକ୍ଷେ ହାଥରାସ‌ ଗଣଦୁଷ୍କର୍ମ ମାମଲାର […]
ସୁପ୍ରିମକୋର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial