ଦେଶବ୍ୟାପୀ ଗୋଟିଏ ନମ୍ବରରେ ବୁକିଂ ହେବ ଇଣ୍ଡେନ ଗ୍ୟାସ

ଇଣ୍ଡେନ ଗ୍ୟାସ

ଭୁବନେଶ୍ବର: ସାରା ଭାରତରେ ଇଣ୍ଡିଆନ ଅଏଲର ଇଣ୍ଡେନ ଗ୍ୟାସ ବୁକିଂ ଗୋଟିଏ ମୋବାଇଲ ନମ୍ବରରେ ହେବ। ସେହି ନମ୍ବରଟି ହେଉଛି ୭୭୧୮୯୫୫୫୫୫। ଆସନ୍ତା ୩୧ ତାରିଖ ଅର୍ଦ୍ଧରାତ୍ରିରୁ ଉପଭୋକ୍ତାଙ୍କ ପାଇଁ ଏହି ନମ୍ବର ଦିନରାତି ୨୪ ଘଣ୍ଟା ଉପଲବ୍ଧ ହେବ। ଯଦି ଜଣେ ଉପଭୋକ୍ତା ଗୋଟିଏ ଟେଲିକମ ସର୍କଲରୁ ଅନ୍ୟ ଏକ ଟେଲିକମ ସର୍କଲକୁ ସ୍ଥାନାନ୍ତର ହୁଅନ୍ତି ତାଙ୍କୁ ଆଉ ଭିନ୍ନ ଭିନ୍ନ ନମ୍ବରରେ ଗ୍ୟାସ ବୁକିଂ ଜନିତ ଅସୁବିଧାର ସମୁଖୀନ ହେବାକୁ ପଡ଼ିବ ନାହିଁ। ବର୍ତ୍ତମାନ ଇଣ୍ଡେନ ଏଲ୍‌ପିଜି ରିଫିଲ ବୁକିଂ ପାଇଁ ଚାଲୁଥିବା ଫୋନ ନମ୍ବରଟି ୩୧ ତାରିଖ ଅର୍ଦ୍ଧରାତ୍ରିରୁ ଅଚଳ ହୋଇଯିବ ଏବଂ ନୂଆ ବୁକିଂ ନମ୍ବରଟି କାର୍ଯ୍ୟ ଆରମ୍ଭ କରିବ। ‌ତେବେ ଏଲପିଜି ବୁକିଂ କେବଳ ଉପଭୋକ୍ତାଙ୍କ ପଞ୍ଜୀକୃତ ମୋବାଇଲ ନମ୍ବର ମାଧ୍ୟମରେ ହୋଇପାରିବ। ଯଦି ଉପଭୋକ୍ତାଙ୍କ ନମ୍ବର ପୂର୍ବରୁ ପଞ୍ଜୀକୃତ ନଥାଏ, ତେବେ ଉପଭୋକ୍ତା ୧୬ ଅଙ୍କ ବିଶିଷ୍ଟ କଞ୍ଜ୍ୟୁମର ନମ୍ବର ଦେଇ ନିଜ ମୋବାଇଲ ନମ୍ବର ପଞ୍ଜୀକୃତ କରିପାରିବେ। ଆଇଭିଆରଏସ୍‌ କଲରେ ଏହାର ପ୍ରମାଣୀକରଣ କରାଯିବ। ଫଳରେ ମୋବାଇଲ ନମ୍ବର ପଞ୍ଜୀକୃତ ହେବା ସହ ଏଲପିଜି ରିଫିଲ ବୁକିଂ ମଧ୍ୟ ଗୃହୀତ ହୋଇଯିବ।

Share Now:

Kalinga News Beuro

Next Post

କୁଆଡ଼େ ଗଲା ୪୦୦ ‘ମୋ ବସ‌’ ? ୨୦୨୦ ସୁଦ୍ଧା ଚାଲିବାର ଥିଲା ୬୦୦ ବସ୍‌, ଗଡ଼ୁଛି ୨୦୦

Fri Oct 30 , 2020
୨୦୨୫ ସୁଦ୍ଧା ୧୨୦୦ ବସ‌ ଚାଲିବାନେଇ ଅନିଶ୍ଚିତତା ଭୁବନେଶ୍ୱର : ନଭେମ୍ବର ୬, ୨୦୧୮ରେ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା ‘ମୋ ବସ‌’ ସେବା। ପୂର୍ବରୁ ରାଜଧାନୀରେ ସିଟି ବସ‌ ଚାଲୁଥିଲେ ହେଁ ଏହାକୁ ନୂଆ ରୂପରେ ଅଣାଯାଇଥିଲା। ନୂଆ ବସ୍‌ କିଣି ନୂଆ ରୁଟ୍‌ରେ ଚଲାଯାଇଥିଲା। ‘ମୋ ବସ‌’ ଯେପରି ଭୁବନେଶ୍ବର ସମେତ ପୁରୀ, କଟକ, ଖୋର୍ଦ୍ଧାର ଗମନାଗମନ ବ୍ୟବସ୍ଥାକୁ ବଦଳାଇ ଦେବ ସେନେଇ ଏକ ଲମ୍ବା ଚଉଡ଼ା ମାଷ୍ଟରପ୍ଲାନ୍‌ […]
‘ମୋ ବସ୍‌’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial