ନୂତନ ଜିଲ୍ଲା ସଂସ୍କୃତି ଅଧିକାରିଣୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sanskruti Adhikari

ଜିଲ୍ଲାପାଳଙ୍କ ପରାମର୍ଶ ନିଆଯାଇ କଳାକାର ମାନଙ୍କ ସମସ୍ୟାର ସମାଧାନ କରାଯିବ

ଭଦ୍ରକ : ଭଦ୍ରକ ଜିଲ୍ଲାର ନୂତନ ସଂସ୍କୃତି ଅଧିକାରିଣୀ ଭାବରେ ଯୋଗଦେଇଥିବା ମନସ୍ବିନୀ ରାଉତଙ୍କୁ କଳାକାରମାନେ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏଥିସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ପୂର୍ବତନ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଗୋଲକ ଚନ୍ଦ୍ର ବେହେରା ,ବରିଷ୍ଠ କର୍ମଚାରୀ ତାପସ ନାୟକ ଓ ନବୀନ ସେନାପତିଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହିତ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଅବସରରେ ସଂସ୍କୃତି ଅଧିକାରିଣୀ ମନସ୍ବିନୀ ରାଉତ କହିଲେ ଯେ ,ଜିଲ୍ଲାପାଳଙ୍କ ପରାମର୍ଶ ନିଆଯାଇ କଳାକାରମାନଙ୍କ ସମସ୍ୟାର ସମାଧାନ କରାଯିବ। ସରକାରୀ ଯୋଜନାର ସଦୁପଯୋଗ କରାଯିବ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବେହେରା ଯୋଗଦେଇ ବର୍ତ୍ତମାନ ସଂସ୍କୃତି ଅଧିକାରୀ ନଥାଇ ମଧ୍ୟ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ। ରାଜ୍ୟ ପାଲାଗାୟକ ପରିଷଦର ଉପସଭାପତି ତଥା ଜିଲ୍ଲା କଳାସଂସ୍କୃତି ସଂଘର ପୂର୍ବତ୍ତନ ଉପସଭାପତି ଓ ବନ୍ତ ବ୍ଲକ କଳାସଂସ୍କୃତି ସଂଘର ଉପସଭାପତି ଲକ୍ଷ୍ମଣ ଚରଣ ରାଉତ ଯୋଗଦେଇ ସଂସ୍କୃତି ଅଧିକାରିଣୀ ପୂର୍ବରୁ ବାଲେଶ୍ବର ଜିଲ୍ଲାରେ ଦକ୍ଷତାର ସହ କାର୍ଯ୍ୟ କରିଆସିଛନ୍ତି। ବର୍ତ୍ତମାନ ସେ ଭଦ୍ରକ ଜିଲ୍ଲାରେ କଳାକାରମାନଙ୍କୁ ମଧ୍ୟ ସହଯୋଗ କରିବେ ବୋଲି ଆଶା ପୋଷଣ କରିଥିଲେ। କଳିଙ୍ଗ କଳାକାର ସଂଘର ସଭାପତି ତଥା ସାମ୍ବାଦିକ ବିଭୁତି ଭୂଷଣ ଗ୍ରହଚାର୍ଯ୍ୟ ଯୋଗଦେଇ ଜିଲ୍ଲାର ସମସ୍ତ ଭତ୍ତାପ୍ରାପ୍ତ କଳାକାରମାନଙ୍କୁ ସରକାରୀ ଭାବେ ପରିଚୟପତ୍ର ପ୍ରଦାନ କରିବାକୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପାଲାଗାୟକ ନବ କୁମାର ଲେଙ୍କା, ଭଦ୍ରକ ବ୍ଲକ କଳାସଂସ୍କୃତି ସଂଘର ଉପସଭାପତି ପ୍ରଶାନ୍ତ ବେହେରା ,ସାମ୍ବାଦିକ ତଥା ଯୁବ ଗାୟକ ଲକ୍ଷ୍ମୀକାନ୍ତ ନାଥ ,କାଳାତୀର୍ଥର ସଭାପତି ତଥା ନାଟ୍ୟକାର ରାମନାରାୟଣ ତ୍ରିପାଠୀ ,କଳିଙ୍ଗ କଳାକାର ସଂଘର ସଂଗଠନ ସମ୍ପାଦକ ତଥା ବୀଣାପାଣି ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାଗିରଥି ଦତ୍ତ ପ୍ରମୁଖ ଉପସ୍ଥିତ ରହି ସଂସ୍କୃତି ଅଧିକାରିଣୀ ରାଉତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

Share Now:

Kalinga News Beuro

Next Post

ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା : ଆତ୍ମହତ୍ୟା ଧମକ ଦେଲେ ଆଦିତ୍ୟଙ୍କ ମା’

Sat Oct 31 , 2020
କ୍ରାଇମବ୍ରାଞ୍ଚ ତଦନ୍ତକୁ ବିତିଲାଣି ତିନି ମାସ ଭୁବନେଶ୍ୱର : ଆଉ ଗୋଟିଏ ସପ୍ତାହ ପରେ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଚାରି ମାସ ପୂରିଯିବ। ଏହା ଭିତରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତିନି ମାସ ବିତି ଗଲାଣି। କିନ୍ତୁ ମାମଲାର ପର୍ଦ୍ଦାଫାସ୍ କରିବାରେ ତଦନ୍ତକାରୀ ଟିମ୍ ବିଫଳ ହୋଇଛି। ତେଣୁ କ୍ରାଇମବ୍ରାଞ୍ଚର ଦକ୍ଷତାକୁ ନେଇ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ଘଟଣା ପଛରେ ରହିଥିବା ରହସ୍ୟର ଉନ୍ମୋଚନ ପାଇଁ ଆଜି […]
ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial