ଆସିଲା ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍ସ : ରାଜ୍ୟରେ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ

ଆସିଲା ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍ସ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌‌ ଆଜି ଜାରି ହୋଇଛି। ନଭେମ୍ବର ପାଇଁ ଏହି ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ରାଜ୍ୟରେ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ୍‌। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ନବମରୁ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ନଭେମ୍ବର ୩୦ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ଏସଓପି ଅନୁସାରେ ସ୍କୁଲ୍‌ ଖୋଲିବାକୁ ଅନୁମତି।
ଅନ୍‌ଲକ୍-୬ ଗାଇଡ୍‌ଲାଇନ୍‌ରେ ରହିଛି ଏହି ସବୁ ନିୟମ:-
*କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପୂର୍ବଭଳି କଟକଣା ବଳବତ୍ତର ରହିବ
*ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ସ୍ଥିର କରିବେ ଅବରୋଧ ଅଞ୍ଚଳ
*ନଭେମ୍ବର ୧୫ ଯାଏଁ ବନ୍ଦ ରହିବ ସିନେମା ହଲ୍, ସୁଇମିଂ ପୁଲ୍
*ବାହାଘରରେ ସର୍ବାଧତ୍କ ୨୦୦ ଲୋକ ଯୋଗ ଦେଇପାରିବେ
*ଅନ୍ତିମ ସଂସ୍କାରରେ ସର୍ବାଧତ୍କ ୫୦ ଜଣ ଯୋଗ ଦେଇପାରିବେ
*ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ
*ନଭେମ୍ୱର ୧୬ରୁ ଖୋଲିବ ସ୍କୁଲ
*ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ
*ନବମରୁ ଦ୍ୱାଦଶ ବ୍ୟତୀତ ସବୁ ଶିକ୍ଷାନୁଷ୍ଠାନ ୩୦ ଯାଏଁ ବନ୍ଦ
*ସ୍ଥାନୀୟ ପ୍ରଶାସନ ଅନୁମତିରେ ଖୋଲି ପାରିବ ଧର୍ମାନୁଷ୍ଠାନ
*ଅନୁମତି ନେଇ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇ ପାରିବ
*ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ଅନୁମତି ଦେଇପାରିବେ

Share Now:

Kalinga News Beuro

Next Post

ରାଜଧାନୀରେ ଧର୍ମାନୁଷ୍ଠାନ ଖୋଲିବାନେଇ ଅନିଶ୍ଚିତତା !

Sun Nov 1 , 2020
ଭୁବନେଶ୍ୱର : ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାର ସବୁଜ ସଂକେତ ଦେଇଛନ୍ତି। କିନ୍ତୁ ସର୍ତ୍ତ ରଖିଛନ୍ତି ଯେ, କେଉଁ ସହରାଞ୍ଚଳରେ କେଉଁ ମନ୍ଦିର ଖୋଲିବ କି ନଖୋଲିବ ସେ ନିଷ୍ପତ୍ତି ସ୍ଥାନୀୟ ପୌରସଂସ୍ଥା ନେବ। ତେଣୁ ଭୁବନେଶ୍ବରରେ କେଉଁ ମନ୍ଦିର, ମସଜିଦ୍‌, ଚର୍ଚ୍ଚ, ଗୁରୁଦ୍ବାରା କେବେ ଖୋଲିବ, କେତେ ଲୋକ ଆସିପାରିବେ, କିପରି ଦର୍ଶନ ବ୍ୟବସ୍ଥା ରହିବ ସେନେଇ ବିଏମ୍‌ସିକୁ ନିଷ୍ପତ୍ତି ନେବାକୁ କୁହାଯାଇଛି। ହେଲେ ରାଜଧାନୀରେ ଏବେ […]
ଏବେ ଖୋଲିବନି ରାଜଧାନୀର ଧର୍ମାନୁଷ୍ଠାନ!

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial