କଟକରୁ ୪ଲକ୍ଷ ୧୫ ହଜାର ଟଙ୍କାର ବେଆଇନ କଫସିରଫ ଜବତ

ବେଆଇନ କଫସିରଫ ଜବତ

କଟକ: କଟକ ମର୍କତନଗର ଥାନା ପୁଲିସ ଚଢ଼ାଉ କରି ୪ଲକ୍ଷ ୧୫ ହଜାର ଟଙ୍କାର ବେଆଇନ କଫସିରଫ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ଏମାନଙ୍କ ସହ ଆଉ କିଏ ସଂପୃକ୍ତ ଅଛି ସେନେଇ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛନ୍ତି। ତେବେ ଏହି ବେଆଇନ କଫସିରଫ କାହିଁକି ଓ କାହାକୁ ବିକ୍ରି ହେଉଥିଲା ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ତେବେ ଏହି କଫସିରଫରେ ଏନ ୧୦ ନିଶା ଟାବଲେଟ ମିଶୁଥିଲା। ତା’ ପରେ ଶହେ ଏମ.ଏଲର ଏହି କଫ ସିରପ ବୋତଲ ୧୧୦ଟଙ୍କାରେ ବିକ୍ରି ହେଉଥିଲା। ପ୍ରକୃତ କଥା ହେଲା ମଦ ଭଳି ଏହାକୁ ସେବନ କଲେ କୌଣସି ବାସ୍ନା ହୁଏ ନାହିଁ ହେଲେ ନିଶା କିନ୍ତୁ ଜୋରରେ ହୁଏ। ଖୁବ କମ ଦାମରେ ଏସବୁ ମିଳୁଥିବାରୁ ସାଧାରଣତଃ କଲେଜ ପଢ଼ୁଆ ପିଲା ଏହାର ମୁଖ୍ୟ ଗ୍ରାହକ ସାଜୁଛନ୍ତି। ତେଣୁ ଏକ ବିଶ୍ୱସ୍ତ ସ୍ୱତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଥିଲା।

Share Now:

Kalinga News Beuro

Next Post

ମୁକ୍ତି ଖୋଜୁଛି ମୁକ୍ତି ଦେଉଥିବା ପୁଣ୍ୟ ପୁଷ୍କରିଣୀ

Mon Nov 2 , 2020
ପବିତ୍ର ଗୋସାଗରେଶ୍ବର ଜଳାଶୟ ଏବେ ବର୍ଜ୍ୟକୁଣ୍ଡ ଭୁବନେଶ୍ବର: ପବିତ୍ର ପୁଷ୍କରିଣୀ ଭାବେ ଦିନେ ପ୍ରସିଦ୍ଧି ଅର୍ଜନ କରିଥିବା ଗୋସାଗରେଶ୍ବର ଜଳାଶୟ ବର୍ଜ୍ୟରେ ପରିଣତ ହୋଇଛି। ମୁକ୍ତିର ବାଟ ଦେଖାଉଥିବା ‌ଜଳାଶୟ ଐତିହ୍ୟ ମନ୍ଦିର ପାଇଁ ଏବେ ବିପଦ ସାଜିଛି। ପୌରାଣିକ ଯୁଗ ସହ ଯୋଡ଼ି ହୋଇ ରହିଥିବା ଏହି ପୋଖରୀ ଅସ୍ତିତ୍ବ ହରାଇବାକୁ ବସିଲାଣି। ସରକାରୀ କଳର ଆନ୍ତରିକତାର ଅଭାବ ଓ ଅବହେଳା ଯୋଗୁଁ ଅଣନିଃଶ୍ବାସୀ ହୋଇପଡ଼ିଥିବା ଏହି ପୋଖରୀ […]
ମୁକ୍ତି ଖୋଜୁଛି ମୁକ୍ତି ଦେଉଥିବା ପୁଣ୍ୟ ପୁଷ୍କରିଣୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial