ଆଜି ବିହାରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ୯୪ ଆସନରେ ୧୪୬୩ ପ୍ରାର୍ଥୀ

ବିହାରରେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ପାଟନା: ଆଜି ବିହାରରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ଏହି ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ ନିର୍ବାଚନମଣ୍ଡଳୀରେ ଭୋଟ୍‌ ଗ୍ରହଣ ହେବ। ୨.୮୬ କୋଟିରୁ ଅଧିକ ଭୋଟର ୧୪୬୩ ପ୍ରାର୍ଥୀଙ୍କ ଭାଗ୍ୟଫଳ ନିର୍ଦ୍ଧାରଣ କରିବେ। ୧୪୬୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୩୧୬ ଜଣ ପୁରୁଷ, ୧୪୬ ଜଣ ମହିଳା ଏବଂ ଜଣେ କିନ୍ନର ଅଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ଆସନରେ ଭୋଟ ଗ୍ରହଣ ହେବ ସେଗୁଡ଼ିକ ହେଉଛି ରାଘୋପୁର, ହାସନପୁର, ବାଙ୍କିପୁର, ବେଗୁସରାଇ, ଝାଂଝାରପୁର। ରାଘୋପୁରରେ ଆର୍‌ଜେଡିର ତେଜସ୍ବୀ ଯାଦବ ଏବଂ ବିଜେପିର ସତୀଶ କୁମାରଙ୍କ ମଧ୍ୟରେ ତୀବ୍ର ଲଢ଼େଇ ଦେଖିବାକୁ ମିଳିଥିବାବେଳେ ହାସନପୁରରେ ତେଜପ୍ରତାପ ଯାଦବ ଏବଂ ଜେଡିୟୁର ରାଜକୁମାର ରାୟ ପରସ୍ପର ବିରୋଧରେ ଲଢ଼ୁଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ବିଜେପି ୪୬ ଆସନରେ ନିର୍ବାଚନ ଲଢ଼ୁଥିବାବେଳେ ଜେଡିୟୁ ୪୩, ଭିଆଇପି (ବିକାଶଶୀଳ ଇନ୍‌ସାନ୍‌ ପାର୍ଟି) ୫ ଆସନରେ ନିର୍ବାଚନ ଲଢ଼ୁଛି। ବିରୋଧୀଙ୍କ ମଧ୍ୟରେ ଆର୍‌ଜେଡି ୫୬ ଆସନରେ ନିର୍ବାଚନ ଲଢ଼ୁଥିବାବେଳେ କଂଗ୍ରେସ ୨୪ ଆସନରେ ନିର୍ବାଚନ ଲଢ଼ୁଛି। ତେବେ ଅନ୍ୟ ଦଳମାନଙ୍କ ମଧ୍ୟରେ ଏଲ୍‌ଜେପି ୫୨ ଆସନ, ଆର୍‌ଏଲଏସ୍‌ପି ୩୬ ଆସନରେ ନିର୍ବାଚନ ଲଢ଼ୁଛି। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଏନ୍‌ଡିଏ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ଏହି ପର୍ଯ୍ୟାୟରେ ୯୪ ଆସନରୁ ବିଜେପି ସର୍ବାଧିକ ୪୬ ଟି ଆସନରେ ନିର୍ବାଚନ ଲଢ଼ୁଛି। ବିଜେପିର ମେଣ୍ଟ ସହଯୋଗୀ ଭିଆଇପି ୫ଟି ଆସନରୁ ନିର୍ବାଚନ ଲଢ଼ୁଛି। ଉଭୟ ୫୧ଟିରେ ନିର୍ବାଚନ ଲଢ଼ୁଛନ୍ତି। ଜେଡିୟୁ ବାକି ୪୩ଟି ଆସନରେ ଲଢ଼ୁଛି।

Share Now:

Kalinga News Beuro

Next Post

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆଜି

Tue Nov 3 , 2020
ନିର୍ଣ୍ଣାୟକ ଭୂମିକା ନେବ ୫୩୮ ଇଲେକ୍ଟୋରାଲ ଭୋଟ ୱାସିଂଟନ: ଆଜି (ନଭେମ୍ବର ୩) ଆମେରିକାର ରାଷ୍ଟ୍ରପତି ନିର୍ବାଚନ। ୫୦ ଟି ରାଜ୍ୟରେ ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଛି। ଦେଶର ୪୬ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ତାଙ୍କ ରିପବ୍ଲିକାନ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ଡେମୋକ୍ରାଟିକ ଦଳରୁ ପ୍ରାର୍ଥୀ ହୋଇଛନ୍ତି ଜୋ ବାଇଡେନ। ତେଣୁ ଟ୍ରମ୍ପ୍‌ ପୁଣି ଥରେ […]
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆଜି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial