କମିସନରେଟ ପୁଲିସର ‘ଲକ୍ଷ୍ମଣରେଖା’

କମିସନରେଟ ପୁଲିସର ‘ଲକ୍ଷ୍ମଣରେଖା’

ଭୁବନେଶ୍ୱର : ଶୀତ ଦିନ ଆସୁଥିବାରୁ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି। ଏହାର ନାମ ‘ଲକ୍ଷ୍ମଣରେଖା’ ରଖାଯାଇଛି। ଯେଉଁ କର୍ମଚାରୀମାନଙ୍କର ଥଣ୍ଡା, କାଶ, ଜ୍ବର ଭଳି ଲକ୍ଷଣ ଦେଖାଯିବ, ସେମାନେ ପୁଲିସ ମେଡିକାଲ ଡାକ୍ତରଙ୍କ ନଜରରେ ରହିବେ। ଯଦି ୫ଦିନ ଭିତରେ ଥଣ୍ଡା, କାଶ, ଜ୍ବର ନ କମିଲା, ତାହାଲେ କୋଭିଡ୍ ପରୀକ୍ଷା କରାଇବା ବାଧ୍ୟତାମୂଳକ। ଫଳରେ ପ୍ରାଥମିକ ସ୍ତରରେ ସଂକ୍ରମଣକୁ ରୋକିବା ପାଇଁ ତୁରନ୍ତ ଚିକିତ୍ସା କରାଯିବ। କମିସନରେଟ ପୁଲିସରେ ପ୍ରାୟ ୮ ହଜାର କର୍ମଚାରୀଙ୍କ ଭିତରୁ ୧୮୦୦ଜଣ ଆକ୍ରାନ୍ତ ହୋଇଥିଲେ।

Share Now:

Kalinga News Beuro

Next Post

ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ପରଲୋକ

Sat Nov 7 , 2020
କଟକ: ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଭାପତି ଅଶୋକ କୁମାର ମହାପାତ୍ରଙ୍କର ଆଜି (ଶନିବାର) ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ପୂର୍ବରୁ କରୋନ‌ାରେ ସଂକ୍ରମିତ ହୋଇଥିଲେ ମଧ୍ୟ କରୋନାରୁ ଆରୋଗ୍ୟଲାଭ କରି ନିଜ ବାସଭବନକୁ ଫେରି ଆସିଥିଲେ। ପରେ ଏଇ ଗତ କିଛି ଦିନ ହେବ ସେ ଆଉଥରେ ଅସୁସ୍ଥ ହୋଇଥିବାରୁ ପରିବାର ଲୋକେ ତାଙ୍କୁ […]
ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ପରଲୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial