ଏକଜିଟ୍ ପୋଲ : ବିହାରରେ ଆରଜେଡ଼ି ମେଣ୍ଟ ସରକାର ଗଢିବା ସମ୍ଭାବନା

ବିହାରରେ ଆରଜେଡ଼ି ମେଣ୍ଟ ସରକାର

ପାଟନା : ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ୩ୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ମିଳିଥିବା ସୂଚନା ଅନୁସାରେ ୩ୟ ପର୍ଯ୍ୟାୟରେ ୫୪ ପ୍ରତିଶତ ମତଦାନ ହୋଇଛି। ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ଦ୍ବାରା ବୁଥ ବାହୁଡ଼ା ମତାମତ ସର୍ଭେ ବା ଏକଜିଟ ପୋଲ ସର୍ଭେ ପ୍ରକାଶ ପାଇଛି। ଅଧିକାଂଶ ଏକଜିଟ ପୋଲ ରିପୋର୍ଟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତୃତ୍ବାଧୀନ ମହାଗଠବନ୍ଧନ ଏନଡିଏ ତୁଳନାରେ ଆଗୁଆ ଥିବା ଦର୍ଶାଯାଇଛି। ବିହାର ବିଧାନସଭାରେ ମୋଟ ୨୪୩ଟି ଆସନ ଥିବାବେଳେ ସରକାର ଗଢିବା ପାଇଁ ଅନ୍ୟୁନ ୧୨୨ଟି ଆସନ ଆବଶ୍ୟକ। ରିପବ୍ଲିକ-ଜନ କୀ ବାତର ରିପୋର୍ଟ ଅନୁସାରେ ଏହି ନିର୍ବାଚନରେ ଏନଡିଏ ୯୧-୧୧୭ଟି ଓ ମହାଗଠବନ୍ଧନ ୧୧୮ରୁ ୧୩୮ଟି ଆସନ ପାଇବ। ସେହିପରି ଟାଇମ୍ସ ନାଓ-ସିଭୋଟରର ସର୍ଭେ ଅନୁସାରେ ଏନଡିଏ ୧୧୬ଟି ଓ ମହାଗଠବନ୍ଧନ ୧୨୦ଟି ଆସନ ପାଇବ। ଅନ୍ୟପକ୍ଷରେ ଏବିପି-ସିଭୋଟର ଅନୁସାରେ ଏନଡିଓ ୧୦୪-୧୨୮ ଓ ମହାଗଠବନ୍ଧନ ୧୦୮ରୁ ୧୩୧ଟି ଆସନ ପାଇବ।

Share Now:

Kalinga News Beuro

Next Post

ମହଙ୍ଗା ପଡ଼ିଲା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ : ୨ ଆକାଉଣ୍ଟାଣ୍ଟ‌ ଗିରଫ

Sat Nov 7 , 2020
ବ୍ରହ୍ମପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦୁଇ ଜୁନିୟର ଆକାଉଣ୍ଟାଣ୍ଟଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଆକାଉଣ୍ଟାଣ୍ଟ ଦ୍ବୟ ହେ‌ଲେ ଖୋର୍ଦ୍ଧାଜିଲ୍ଲା ବାଲୁଗାଁ ସ୍ଥିତ ଚିଲିକା ବନ୍ୟପ୍ରାଣୀ ମଣ୍ଡଳ ଡିଏଫ୍‌ଓଙ୍କ କାର୍ଯ୍ୟାଳୟର ଜୁନିଅର୍‌ ଆକାଉଣ୍ଟାଣ୍ଟ୍‌ ନବୀନ ଚନ୍ଦ୍ର ବିଷୋୟୀ ଏବଂ ବ୍ରହ୍ମପୁର ଡିଏଫ୍‌ଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୂର୍ଯ୍ୟନାରାୟଣ ତ୍ରିପାଠୀ। ଶ୍ରୀ ବିଷୋୟୀଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ପରିମାଣ ୯୨ଲକ୍ଷ ୫୩ ହଜାର ୨୭୯ଟଙ୍କା […]
ଆକାଉଣ୍ଟାଣ୍ଟ‌ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial