ଆଜି ଜାତୀୟ ପ୍ରେସ୍‌ ଦିବସ

ଆଜି ଜାତୀୟ ପ୍ରେସ୍‌ ଦିବସ

ନୂଆଦିଲ୍ଲୀ : ଆଜି ଜାତୀୟ ପ୍ରେସ୍‌ ଦିବସ। ୧୯୬୬ ନଭେମ୍ବର‌ ୧୬ରେ କେନ୍ଦ୍ର ସରକାର ‘ଭାରତୀୟ ପ୍ରେସ୍‌ କାଉନ୍‌ସିଲ୍‌’ ଗଠନ କରିଥିଲେ। ଯଦି ସମ୍ବାଦପତ୍ର ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୁଏ, ‘ପ୍ରେସ୍‌ କାଉନ୍‌ସିଲ୍‌’ ହେଉଛି ସମ୍ବାଦପତ୍ରର ନୈତିକ ପ୍ରହରୀ। ସମ୍ବାଦପତ୍ରଗୁଡ଼ିକର କାର୍ଯ୍ୟ-କଳାପ ଉପରେ ସତର୍କ ଦୃଷ୍ଟି ରଖିବା, ଆବଶ୍ୟକ ସ୍ଥଳରେ ପରାମର୍ଶ ଦେବା, ସମୀକ୍ଷା କରିବା, ବିବାଦୀୟ ସମ୍ବାଦ ପ୍ରସାରଣ ଉପରେ ବିଚାର କରିବା ଆଦି ଏହାର ମୁଖ୍ୟ କାର୍ଯ୍ୟ। ୧୯୫୬ରେ କେନ୍ଦ୍ର ସରକାର ପ୍ରଥମ ପ୍ରେସ୍‌ କମିସନ୍‌ ବସାଇଥିଲେ। ଅବିଳମ୍ବେ ‘ପ୍ରେସ୍‌ କାଉନ୍‌ସିଲ୍‌’ ଗଠନ କରିବା ପାଇଁ ଏହି କମିସନ୍‌ ସୁପାରିସ୍‌ କରିଥିଲେ। ତେବେ, ଗଠନ ହେବାକୁ ଲାଗିଯାଇଥିଲା ଏକ ଦଶନ୍ଧି। ‘ପ୍ରେସ୍‌ କାଉନ୍‌ସିଲ୍‌’ ଉପରେ ସ୍ବତନ୍ତ୍ର ବିଚାର କ୍ଷମତା ନ୍ୟସ୍ତ। କୌଣସି ବ୍ୟକ୍ତି ଚାହିଁଲେ କୌଣସି ସମ୍ବାଦପତ୍ର ବିରୋଧରେ ଏହା ନିକଟରେ ଅଭିଯୋଗ କରିପାରିବେ। ଅପରପକ୍ଷେ ଯେକୌଣସି ସମ୍ବାଦପତ୍ର ମଧ୍ୟ ସରକାର ବା ଅନ୍ୟ କାହାର ଅବାଞ୍ଛିତ ହସ୍ତକ୍ଷେପ, ବଳପ୍ରୟୋଗ ଓ କଟକଣା ଆଦି ବିରୋଧରେ ଅଭିଯୋଗ କରିପାରିବେ। ସମ୍ପ୍ରତି ବୈଦ୍ୟୁତିକ ଗଣମାଧ୍ୟମର ଜୟଯାତ୍ରା ସତ୍ତ୍ବେ ଛାପା ଗଣମାଧ୍ୟମର ଅଗ୍ରଗତି ଓ ଲୋକପ୍ରିୟତା ବାଧାପ୍ରାପ୍ତ ହୋଇନାହିଁ। ୨୦୧୫ ମାର୍ଚ୍ଚ ୩୧ ସୁଦ୍ଧା ଆମ ଦେଶରେ ପଞ୍ଜୀକୃତ ମୋଟ ସମ୍ବାଦପତ୍ର ଓ ସାମୟିକ ପତ୍ରିକା ସଂଖ୍ୟା ଥିଲା ୧,୦୫,୪୪୩।

Share Now:

Kalinga News Beuro

Next Post

ସଙ୍ଗୀତଗୁରୁ ସୁଦର୍ଶନ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

Mon Nov 16 , 2020
ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବୀଣାପାଣି ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ତିହିଡି ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ସଙ୍ଗୀତଗୁରୁ ସୁଦର୍ଶନ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କଳିଙ୍ଗ କଳାକାର ସଭାପତି ଓ ସାହିତ୍ୟ ସଂଗଠନ ‘ସଖା’ର ସଭାପତି ବିଭୁତି ଭୂଷଣ ଗ୍ରହଚାର୍ଯ୍ୟ ପୌରାହିତ୍ୟ କରିଥିଲେ। ଏଥିରେ ବୀଣାପାଣି ସଙ୍ଗୀତ ବିଦ୍ୟାଳୟ ଅଧ୍ୟକ୍ଷ ସଙ୍ଗୀତ ଗୁରୁ ଭାଗିରଥି ଦତ୍ତ ,ବିଦ୍ୟାଳୟ ସଭାପତି ନରେନ୍ଦ୍ର […]
Sradhanjali Sabha

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial