ଖ୍ରୀଷ୍ଟମାସ ସୁଦ୍ଧା ଟିକା ବିତରଣ କରିବ ଫାଇଜର!

ଖ୍ରୀଷ୍ଟମାସ ସୁଦ୍ଧା ଟିକା ବିତରଣ କରିବ ଫାଇଜର

ନୂଆଦିଲ୍ଲୀ: ଗତକାଲି ଆମେରିକାର ବହୁରାଷ୍ଟ୍ରୀୟ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଫାଇଜର ଦ୍ବାରା ତିଆରି କୋଭିଡ ଟିକାର ନୈଦାନିକ ପରୀକ୍ଷଣ ଶେଷ ହେବା ସହ ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନି ଦାବି କରିଥିଲା। ତେବେ କମ୍ପାନି ପକ୍ଷରୁ ଏଭଳି ଦାବି କରାଯିବା ପରେ ସବୁ କିଛି ଠିକ୍ ରହିଲେ ଖ୍ରୀଷ୍ଟମାସ ସୁଦ୍ଧା ଟିକା ବିତରଣ ଆରମ୍ଭ କରିଦିଆଯିବ ବୋଲି ବାୟୋଏନ୍‌ଟେକ୍‌ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଉଗୁର ସଚିନ କହିଛନ୍ତି। ତାଙ୍କ କହିବା ମୁତାବକ, ଯଦି ସବୁ କିଛି ଠିକ୍ ରୁହେ ତେବେ ମୁଁ ଆଶା କରୁଛି ଯେ, ଡିସେମ୍ବର ମାସ ଦ୍ୱିତୀୟ ଭାଗରେ ଆମେ ଆମେରିକା ସରକାରଙ୍କଠାରୁ ଜରୁରୀକାଳୀନ ଅନୁମତି ପାଇବୁ ଏବଂ ଖ୍ରୀଷ୍ଟମାସ ପୂର୍ବରୁ ବିତରଣ ଆରମ୍ଭ କରିବୁ। ଫାଇଜର୍’ ଏବଂ ‘ବାୟୋଏନ୍‌ଟେକ୍‌’ଦ୍ବାରା ମିଳିତ ଭାବେ ବିକଶିତ ଟିକା କୋଭିଡ୍‌-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୫% ଫଳପ୍ରଦ ହୋଇଥିବା କଥା କମ୍ପାନି କହିବା ପ‌ରେ ବାୟୋଏନ୍‌ଟେକ୍‌ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଉଗୁର ସଚିନ ଏଭଳି ବୟାନ ଦେଇଛନ୍ତି। ଗତକାଲି ଔଷଧ ନିର୍ମାତା ଫାଇଜର୍ କହିଥିଲା ଯେ, ଟିକାକରଣର ଶେଷ ପର୍ଯ୍ୟୟରେ ଏହା ୯୫% ଫଳପ୍ରଦ ପ୍ରମାଣିତ ହୋଇଛି। ସବୁ ବର୍ଗର କରୋନା ରୋଗୀଙ୍କ ଉପରେ ଏହାର ପ୍ରଭାବ ଭଲ ରହିଥିବା ସହ କୌଣସି ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ବିଶେଷ କରି ୬୫ବର୍ଷରୁ ଅଧିକ ବୟସ୍କ ରୋଗୀଙ୍କ ଶରୀରରେ ଏହି ଟିକା ୯୪% ଫଳପ୍ରଦ ହୋଇଛି। ଶେଷ ପର୍ଯ୍ୟାୟ ରିପୋର୍ଟ ଅନୁଯାୟୀ ଏହି ଟିକାର ବ୍ୟବହାର ସାରା ବିଶ୍ୱରେ ବ୍ୟାପକ ଭାବରେ ହୋଇପାରିବ। ଏହି ଫଳାଫଳ ଆସିବା ପରେ ଆମେରିକା ସରକାରଙ୍କଠାରୁ ଜରୁରୀକାଳୀନ ଅନୁମତି ପାଇଁ ଆବେଦନ କରିବାକୁ କମ୍ପାନି ଯୋଜନା କରୁଥିବା କହିଥିଲା।

Share Now:

Kalinga News Beuro

Next Post

ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର

Thu Nov 19 , 2020
କଟକ: ଚୌଦ୍ବାରା ଥାନା ଅନ୍ତର୍ଗତ କରଞ୍ଜି ପଞ୍ଚାୟତର ବଡ଼କୁସନପୁର ଗ୍ରାମ ନିକଟରେ ଏକ ହାତ ଗୋଡ଼ ବନ୍ଧା ମୃତଦେହ ଉଦ୍ଧାର ହୋଇଛି। ଚୌଦ୍ବାର ଥାନା ଠାରୁ ପ୍ରାୟ ୨୦ କିଲୋମିଟର ଦୂର ବଡ଼କୁସନପୁର ବିଲ ରାସ୍ଥା ନିକଟରେ ଏକ ଅଖା ବସ୍ତା ପଡ଼ିଥିବା ଓ ସେଥିରୁ ଦୁର୍ଗନ୍ଧ ଆସୁଥିବାରୁ ସ୍ଥାନୀୟ ଲୋକେ ଚୌଦ୍ବାର ଥାନା ପୁଲିସକୁ ଜଣାଇଥିଲେ। ଖବର ପାଇ ଚୌଦ୍ବାର ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହାତ […]
ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial