କାର୍ତ୍ତିକ ପୂର୍ଣ୍ଣିମାରେ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

କାର୍ତ୍ତିକ ପୂର୍ଣ୍ଣିମାରେ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ: ନଭେମ୍ବର ୩୦ ତାରିଖରେ ଏବର୍ଷର ଶେଷ ଚନ୍ଦ୍ର ଗ୍ରହଣ ସଂଘଠିତ ହେବ। ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଥିବା ଏଥର ଏହି ମହାଜାଗତିକ ଘଟଣା ହେଉଛି ଏକ ‘ଉପଛାୟା ଚନ୍ଦ୍ର ଗ୍ରହଣ’। ଚନ୍ଦ୍ର ପୃଥିବୀ ଛାୟାର ବାହ୍ୟ ଭାଗ ଦେଇ ଗତି କରିବା ବେଳେ ‘ଉପଛାୟା ଗ୍ରହଣ’ ସଂଘଠିତ ହୋଇଥାଏ। ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଠିକ୍‌ ଭାବରେ ଗୋଟିଏ ସରଳ ରେଖାରେ ଅବସ୍ଥାନ ନ କରିବା ଯୋଗୁଁ ଏ ଭଳି ହୋଇଥାଏ।

ଏହି ଗ୍ରହଣ ଯୋଗୁଁ ଚନ୍ଦ୍ର ଝାପ୍‌ସା ଅନ୍ଧାରିଆ ଦେଖାଯାଏ। ତେଣୁ, ଏହା ଅନ୍ୟ ଗ୍ରହଣ ଭଳି ଦୃଶ୍ୟମାନ ହୁଏନାହିଁ। ଅନ୍ୟାନ୍ୟ ଗ୍ରହଣରେ ଚନ୍ଦ୍ର ପ୍ରାୟ ୮୨% କଳା ପଡ଼ିଯାଏ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହି ଗ୍ରହଣ ଭାରତ, ଅଷ୍ଟ୍ରେଲିଆ, ଆମେରିକା, ପ୍ରଶାନ୍ତ ମହାସାଗର ଏବଂ ଏସିଆରେ ଦୃଶ୍ୟମାନ ହେବ। ନଭେମ୍ବର ୩୦ ତାରିଖ ଅପରାହ୍ନ ୧:୦୪ରେ ଏହି ‘ଉପଛାୟା ଚନ୍ଦ୍ର ଗ୍ରହଣ’ର ସ୍ପର୍ଶ ଆରମ୍ଭ ହୋଇ ଅପରାହ୍ନ ୩:୧୩ରେ ମଧ୍ୟ-ଗ୍ରାସ ହେବ। ସନ୍ଧ୍ୟା ୫: ୨୨ରେ ପୂର୍ଣ୍ଣ ମୋକ୍ଷ ବା ଗ୍ରହଣ ଛାଡ଼ିବ।

Share Now:

Kalinga News Beuro

Next Post

ଜଳବାୟୁ ପରିବର୍ତ୍ତନ: ୩ ଶହ କୋଟି ଲୋକଙ୍କ ପାଇଁ ସତର୍କ ଘଣ୍ଟି

Mon Nov 23 , 2020
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟା ଆଗକୁ ଭୟଙ୍କର ରୂପ ନେବାକୁ ଯାଉଛି। ଏକ ଅଧ୍ୟୟନ ଅନୁଯାୟୀ ୨୦୭୦ ସୁଦ୍ଧା ବିଶ୍ବରେ ପ୍ରାୟ ୩ ଶହ କୋଟି ଲୋକ ଏଭଳି ସ୍ଥାନରେ ରହୁଥି‌ବେ ଯେଉଁଠି ସହ୍ୟ କଲାଭଳି ତାପମାତ୍ରା ନଥିବ। ଯେଉଁ ପର୍ଯ୍ୟନ୍ତ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ର ନିର୍ଗମନରେ ହ୍ରାସ ପାଇବ ନାହିଁ, ସେ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଲୋକେ ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟର ସମୁଖୀନ ହେବାକୁ ବାଧ୍ୟ ହେବେ। ପୂରା […]
୩ ଶହ କୋଟି ଲୋକଙ୍କ ପାଇଁ ସତର୍କ ଘଣ୍ଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial