ଓଡିଶା ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ଙ୍କ ପତ୍ନୀ ବିୟୋଗ

ସୁଶୀଳା ଦେବୀଙ୍କ ପରଲୋକ

ଭୁବନେଶ୍ୱର: ଗତ ରାତିରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ଙ୍କ ପତ୍ନୀ ତଥା ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କର ଦେହାନ୍ତ ହୋଇଯାଇଛି। କରୋନାଭାଇରସ୍‌ଦ୍ୱାରା ଆକ୍ରାନ୍ତ ହୋଇ ସେ ଗତ ନଭେମ୍ବର ୧ ତାରିଖରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ଙ୍କ ପତ୍ନୀ ରାଜ୍ୟର ‘ପ୍ରଥମ ମହିଳା’ ଶ୍ରୀମତୀ ସୁଶୀଳା ଦେବୀଙ୍କ ମୃତ୍ୟୁ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ଜଣେ ଅମାୟିକ ଏବଂ ଧର୍ମପ୍ରାଣ ମହିଳା ଭାବେ ଅଭିହିତ କରିବା ସହ ପ୍ରଫେସର୍‌ ଗଣେଶୀ ଲାଲ୍‌ ଏବଂ ତାଙ୍କ ପରିବାରର ଅନ୍ୟ ଶୋକଭିଭୂତ ସଦସ୍ୟମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

Share Now:

Kalinga News Beuro

Next Post

ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ଯୁବକଙ୍କ ପଦଯାତ୍ରା: ବାରଙ୍ଗ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

Tue Nov 24 , 2020
ବାରଙ୍ଗ/ତ୍ରିଶୂଳିଆ: ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ପଦଯାତ୍ରା କରୁଥିବା ଜଗତସିଂପୁର ବାଲିକୁଦାର ସତ୍ୟବ୍ରତ ଦାସ (୨୬) ଆଜି ବାରଙ୍ଗ ବ୍ଲକରେ ପହଞ୍ଚିଥିଲେ। ହାତରେ ଜାତୀୟ ପତାକା ଧରି ଓଡ଼ିଶା ପରିଭ୍ରମଣ କରୁଥିବା ସତ୍ୟବ୍ରତ ଏହି ଅବସରରେ ବିଡିଓ ପ୍ରଭାକର ପଣ୍ଡାଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଜି ସୁଦ୍ଧା ସେ ୫୦୩ ଦିନର ପଦଯାତ୍ରା କରି ୨୭୯ ବ୍ଲକରେ ପହଞ୍ଚି ସାରିଲେଣି। ଏହି ସମୟ ମଧ୍ୟରେ […]
ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ଯୁବକଙ୍କ ପଦଯାତ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial