ଟିକା ନ ବାହାରିବା ପର୍ଯ୍ୟନ୍ତ ଦିଲ୍ଲୀରେ ବନ୍ଦ୍‌ ରହିବ ସ୍କୁଲ୍‌: ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

ଟିକା ନ ବାହାରିବା ପର୍ଯ୍ୟନ୍ତ ଦିଲ୍ଲୀରେ ବନ୍ଦ୍‌ ରହିବ ସ୍କୁଲ୍

ନୂଆଦିଲ୍ଲୀ: ଦିଲ୍ଲୀର ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର କହିଛନ୍ତି ଯେ କରୋନାଭାଇରସ୍‌ ଟିକା ନ ବାହାରିବା ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ସ୍କୁଲ୍‌ ଖୋଲିବ ନାହିଁ। ସେ କହିଛନ୍ତି କି ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ସ୍କୁଲ୍‌ ଖୋଲିବା ନେଇ କୌଣସି ଯୋଜନା ନାହିଁ। ଖୁବ୍ ଶୀଘ୍ର ଏକ ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି ବୋଲି ନିଶ୍ଚିତ ନହେବା ଯାଏ ଦିଲ୍ଲୀରେ ସ୍କୁଲ୍‌ ଖୋଲିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବୁଧବାର ଦିଲ୍ଲୀରେ ୬୧ ହଜାର କରୋନା ନମୁନା ପରୀକ୍ଷଣ ଫଳାଫଳ ବାହାରିଥିଲା। ସେଥିରୁ ପଜିଟିଭ୍‌ ବାହାରିଥିଲା ୫ ହଜାରରୁ ଅଧିକ। ଦିଲ୍ଲୀରେ ପଜିଟିଭ୍‌ ହାର ୮.୪୯ ପ୍ରତିଶତକୁ ହ୍ରାସ ପାଇଥିଲା। ନଭେମ୍ବର ୭ ତାରିଖରେ ଦିଲ୍ଲୀରେ ପଜିଟିଭ୍‌ ହାର ସର୍ବାଧିକ ୧୫.୨ ପ୍ରତିଶତ ରହିଥିଲା। ୧୦ ଦିନ ତଳେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ହୋଇଥିବା ଏକ ବୈଠକ ପରେ ସରକାର ଏବେ ପରୀକ୍ଷଣ(ବିଶେଷ କରି ଆର୍‌ଟି-ପିସିଆର୍‌) ବୃଦ୍ଧି କରାଇବା ପାଇଁ ଚିନ୍ତା କରୁଛନ୍ତି। ଏହାବ୍ୟତୀତ ସରକାର ଗବେଷକମାନଙ୍କୁ କେଉଁ କାରଣରୁ ସଂକ୍ରମିତଙ୍କର ବେଶି ମୃତ୍ୟୁ ଘଟୁଛି ଓ କ’ଣ କଲେ ମୃତ୍ୟୁ ହାର କମ୍‌ କରାଯାଇ ପାରିବ ବୋଲି ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ସହରରେ ଗତ ୧୦ ଦିନ ମଧ୍ୟରେ ଦିନକୁ ପ୍ରାୟ ୧୦୦ରୁ ଅଧିକ କରୋନାଜନିତ ମୃତ୍ୟୁ ରିପୋର୍ଟ ହେଉଛି।

Share Now:

Kalinga News Beuro

Next Post

ମାଲକାନଗିରି ପୁଲିସକୁ ବଡ଼ ସଫଳତା: ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ମୃତ, ଏକେ-୪୭ ବନ୍ଧୁକ ଜବତ

Thu Nov 26 , 2020
ସ୍ବାଭିମାନ ଅଞ୍ଚଳର ତୋଟାଗୁଡାରେ ଏନକାଉଣ୍ଟର ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ମାଲକାନଗିରି ପୁଲିସ ଆଜି ବିଶେଷ ସୂତ୍ରରୁ ଖବର ପାଇ ଗୋରାସେତୁ ନିକଟରେ ଥିବା ତୋଟାଗୁଡା ଜଙ୍ଗଲରେ ବୁଲୁଥିବା ନକ୍ସଲମାନଙ୍କ ଉପରେ ଚଢଉ କରିଥିଲା। ପୁଲିସକୁ ଦେଖି ନକ୍ସଲ ପ୍ରଥମେ ଗୁଳି ଚଳାଇଥିବା ବେଳେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ବର୍ତ୍ତମାନ ମଧ୍ୟ ଗୁଳି ବିନିମୟ ଚାଲିଛି। ଘଟଣାସ୍ଥଳରୁ ଜଣେ ମିଲିଟ୍ରି ପ୍ଲାଟୁନ କମାଣ୍ଡରର […]
ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ମୃତ, ଏକେ-୪୭ ବନ୍ଧୁକ ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial