ରାଜ୍ୟରେ ୫ଶହ ତଳକୁ ଖସିଲା କରୋନା ସଂକ୍ରମଣ

ରାଜ୍ୟରେ ୫ଶହ ତଳକୁ ଖସିଲା ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ ଲଗାତାର ଦ୍ବିତୀୟ ଦିନ ଲାଗି କରୋନା ମୃତ୍ୟୁ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା କରାଯାଇଛି। ଏଥିରେ ଖୋର୍ଦ୍ଧାରେ ୩ ଓ ନୂଆପଡ଼‌ାରେ ୨ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୭୩୯କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫ ମାସ ପରେ ୫ଶହ ତଳକୁ ଖସି ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୧୮ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୩ଲକ୍ଷ ୧୮ହଜାର ୭୨୫କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଆଜି ରାଜ୍ୟରେ ୮୦୯ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୧୨ହଜାର ୬୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୪୮୬୮ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

Share Now:

Kalinga News Beuro

Next Post

ବିନା ଡାକ୍ତରରେ ପ୍ରସବ: ନବଜାତକର ଅସୁସ୍ଥତା ନେଇ ଘରୋଇ ହସ୍ପିଟାଲରେ ଉତ୍ତେଜନା

Tue Dec 1 , 2020
ବାରଙ୍ଗ : ବାରଙ୍ଗ ଥାନା ଅଧୀନ ନରଣପୁର ପେଟ୍ରୋଲ ପମ୍ପ ପାଖରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଗତକାଲି ଏକ ନବଜାତ ଶିଶୁ ଅସୁସ୍ଥ ହୋଇପଡ଼ିବାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ବାପାମା’ଙ୍କୁ ନ ଜଣାଇ ହସ୍ପିଟାଲ କର୍ତ୍ତୃପକ୍ଷ ଶିଶୁକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରି ଦେଇଥିବାରୁ ଏହି ଉତ୍ତେଜନା ସୃଷ୍ଟି ହୋଇଛି। ତେବେ ସ୍ଥାନୀୟ ଭଦ୍ରଲୋକ, ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଏହି ବିବାଦର ଆପୋଷ […]
ବିନା ଡାକ୍ତରରେ ପ୍ରସବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial