କରୋନା ଟିକା ପାଇଁ ଟାସ୍କଫୋର୍ସ: କମିଟିର ଅଧ୍ୟକ୍ଷ ରହିବେ ବିଡିଓ

କରୋନା ଟିକା ପାଇଁ ଟାସ୍କଫୋର୍ସ

ଭୁବନେଶ୍ବର: କରୋନା ଟିକାକରଣ ପାଇଁ ସରକାର ଗତକାଲି ବ୍ଲକ୍ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି। ସ୍ଥାନୀୟ ବିଡିଓଙ୍କୁ ଏହାର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଏଥିରେ ଅନ୍ୟମାନଙ୍କୁ ସଦସ୍ୟ ଭାବେ ସାମିଲ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ରାଜ୍ୟସ୍ତରୀୟ ଟାସ୍କଫୋର୍ସ କମିଟି ସହିତ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ କରାଯାଇଛି। ଏ ଦୃଷ୍ଟିରୁ ବ୍ଲକ୍ ଟାସ୍କଫୋର୍ସ ଗଠନ ଜରୁରୀ ହୋଇପଡ଼ିଥିଲା। ବିଡିଓ ଏହାର ଅଧ୍ୟକ୍ଷ ଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ‌କେନ୍ଦ୍ରର ମେଡିକାଲ ଅଧିକାରୀ ଏହାର ଆବାହକ ରହିବେ। ଏହାସହ ସିଡିପିଓ, ବ୍ଲକ୍ ଶିକ୍ଷା ଅଧିକାରୀ, ପଞ୍ଚାୟତ ଲୋକପ୍ରତିନିଧି, ଏନ୍‌ସିସି, ନେହରୁ ଯୁବ କେନ୍ଦ୍ର, ଏନ୍‌ଏସ୍‌ଏସ୍‌, ପୂର୍ତ୍ତ ବିଭାଗ, ପ୍ରାଣୀ ସଂପଦ, ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏନ୍‌ଜିଇଓ, ଡବ୍ଲୁଏଚ୍‌ଓ, ୟୁନିସେଫ୍, ସ୍ଥାନୀୟ ଏନ୍‌ଜିଓ, ରୋଟାରି, ଲାୟନ୍ସ କ୍ଲବ୍‌ର ସଦସ୍ୟ ଓ ସ୍ଥାନୀୟ ଧାର୍ମିକ ନେତୃମଣ୍ଡଳୀ ଏହାର ସଦସ୍ୟ ରହିବା ଲାଗି ନିଷ୍ପତ୍ତି ହୋଇଛି। ସପ୍ତାହରେ ଅତିକମ୍‌ରେ ଥରେ ଏହି କମିଟିର ବୈଠକ ଅନୁଷ୍ଠିତ ହେବ। ବ୍ଲକ୍‌ସ୍ତରରେ ଟିକାକରଣକୁ ତ୍ବରାନ୍ବିତ କରିବା, କରୋନା ଟିକାକରଣ ସମୟରେ ଯେପରି ଅନ୍ୟ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ନ ହୁଏ, ତାହାର ନିରୀକ୍ଷଣ କରିବା ଲାଗି କୁହାଯାଇଛି। ଟିକାକୁ ନେଇ କୌଣସି ପ୍ରକାର ଗୁଜବକୁ ରୋକିବା ଦିଗରେ ମଧ୍ୟ କମିଟି ଗୁରୁତ୍ବ ଦେବ। ବିଭିନ୍ନ ସ୍ଥାନରେ ଟିକାକୁ ନେଇ ଯଥେଷ୍ଟ ସଂଖ୍ୟକ ସୂଚନାଧର୍ମୀ ଡିସପ୍ଲେ ଜାରି କରିବା, ଆଶା, ଏଭିଡିଙ୍କୁ ଠିକ୍ ସମୟରେ ପ୍ରୋତ୍ସାହନ ରାଶି ପ୍ରଦାନ ଓ ଟିକାକୁ ନେଇ ତୃଣମୂଳସ୍ତରରେ ଆସୁଥିବା ଗୁଣାତ୍ମକ ସୂଚନା ପ୍ରଦାନ କରିବା ଲାଗି କୁହାଯାଇଛି।

Share Now:

Kalinga News Beuro

Next Post

ଲିଙ୍ଗରାଜ ସେବାୟତଙ୍କ ସହ ସିଧାକଥା ହେଲେ ମୁଖ୍ୟମନ୍ତ୍ରୀ

Wed Dec 2 , 2020
ଭୁବନେଶ୍ବର: ଆଜି ଲିଙ୍ଗରାଜ ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ସିଧାକଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକାମ୍ରଯୋଜନାରେ ଯେତେବେଳେ ଶ୍ରୀଲିଙ୍କରାଜ ମନ୍ଦିର ପରିଦର୍ଶନ କରି ସୌନ୍ଦର୍ଯ୍ୟକରଣ ଅନୁଧ୍ୟାନ କରୁଥିଲେ ମୁଖ୍ୟମନ୍ତ୍ରୀ ସେହି ଅବସରରେ ସେବାୟତଙ୍କ ସହ ୱାନ ଟୁ ୱାନ୍ କଥା ହୋଇଥିଲେ ନବୀନ। ସେବାୟତଙ୍କ ସମସ୍ୟା ନେଇ ନିଜେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ଆଉ ସେବାୟତମାନେ ମଧ୍ୟ ସେମାନଙ୍କ ସମସ୍ୟା ଓ ସୁଖଦୁଃଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ତେବେ ମନ୍ଦିର […]
ସେବାୟତଙ୍କ ସହ ସିଧାକଥା ହେଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial