ନୂଆ ବର୍ଷରୁ ନୂଆ ଆଇନ : କଡ଼ାକଡ଼ି ହେବ ହେଲମେଟ୍ ଚେକିଂ

ହେଲମେଟ୍ ଚେକିଂ

ରେଡ୍ ଲାଇଟ୍ ଡେଇଁଲେ ୩ ମାସ ପାଇଁ ରଦ୍ଦ ହେବ ଡିଏଲ

ଭୁବନେଶ୍ବର: ଜାନୁଆରୀ ମାସରୁ ପୁଣି ଥରେ କଡାକଡି ହେବ ହେଲମେଟ ଚେକିଂ। ହେଲମେଟ୍ ନପିନ୍ଧିଲେ ଚାଳକଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ (ଡିଏଲ୍‌) ବାତିଲ ନେଇ ରାଜ୍ୟ ପରିବହନ କତ୍ତୃର୍ପକ୍ଷ (ଏସ୍‌ଟିଏ)ଙ୍କ ପକ୍ଷରୁ କୁହାଯିବା ପରେ ଆଜି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି, ବର୍ତ୍ତମାନ ଚେକିଂ ସହ ଲୋକଙ୍କୁ ସଚେତନ କରାଯାଉଛି। ୨୦୧୯ ଠାରୁ କେନ୍ଦ୍ର ସରକାର ଏହି ଆଇନ ଆଣିଛନ୍ତି। କରୋନା ପାଇଁ ଏହାକୁ କୋହଳ କରାଯାଇଥିଲା। ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତି ନିଆଯାଇଛି। ବେପରୁଆ ଗାଡି ଚାଳକଙ୍କୁ କଠୋର ଦଣ୍ଡ ଦିଆଯିବ। ଏଣିକି ଉଭୟ ଚାଳକ ଓ ସହଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ। ଦୁଇ ଜଣ ଯାକ ହେଲମେଟ୍ ନପିନ୍ଧିିଲେ ରଦ୍ଦ ହେବ ଲାଇସେନ୍ସ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ଏହି ନୂଆ ନିୟମ, ନୂଆ ବର୍ଷରୁ ଲାଗୁ ହେଉଥିବା ବେଳେ ଏହାକୁ କଡ଼ାକଡ଼ି କରାଯିବା ନେଇ ଆଜି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ହେଲମେଟ୍ ପିନ୍ଧି ସୁରକ୍ଷିତ ଗାଡ଼ି ଚଳାଇବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ତେବେ ଏହି ନୂଆ ନିୟମ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନିଆଯାଉଥିବା କୁହାଯାଉଛି। ପୂର୍ବରୁ ମୋଟର ସାଇକେଲ ଚଳାଉଥିବା ଚାଳକ ହିଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୁଳକ ଥିଲା। କିନ୍ତୁ ଏହି ନୂଆ ନିୟମ ଲାଗୁ ହେଲେ ଉଭୟ ଚାଳକ ଏବଂ ସହଯାତ୍ରୀଙ୍କୁ ହେଲମେଟ୍ ପିନ୍ଧିବାକୁ ପଡ଼ିବ। ତେବେ ଦେଶର କିଛି ମହାନଗରରେ ଏବେ ବି ଏହି ବ୍ୟବସ୍ଥା ରହିଛି।

Share Now:

Kalinga News Beuro

Next Post

ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ଏବଂ ସାଧାରଣ ନାଗରିକ ଆହତ

Sun Dec 6 , 2020
ନୂଆଦିଲ୍ଲୀ: ଶ୍ରୀନଗରରେ ଆତଙ୍କବାଦୀମାନେ ଆଜି ପୁଲିସ ଏବଂ ସିଆରପିଏଫର ମିଳିତ ଦଳ ଉପରେ ସଶସ୍ତ୍ର ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଜଣେ ପୁଲିସ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଏନେଇ ପୁଲିସ ପକ୍ଷରୁ କୁହାଯାଇଛି ଯେ ଶ୍ରୀନଗରର ହୱାଲ ଅଞ୍ଚଳର ସାଜାଗରିପୋରାରେ ଏହି ଘଟଣା ଘଟିଛି। ଆତଙ୍କବାଦୀମାନେ ସାଜାଗରିପୋରା ହୱାଲରେ ଏକ ପୁଲିସ୍ ପାର୍ଟି ଉପରେ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇଥିଲେ। ଏଥିରେ ଫାରୁକ୍ ଅହମ୍ମଦ […]
ଆତଙ୍କବାଦୀଙ୍କ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial