ଯୋଗାଯୋଗ ସାଟେଲାଇଟ୍‌ ‘ସିଏମ୍‌ଏସ୍‌-୦୧’ ଉତ୍‌କ୍ଷେପଣ କରିବ ‘ପିଏସ୍‌ଏଲ୍‌ଭି-ସି୫୦’: ଇସ୍ରୋ

ସାଟେଲାଇଟ୍‌ ‘ସିଏମ୍‌ଏସ୍‌-୦୧’-1

ନେଲୋର‌: ଡିସେମ୍ବର ୧୭ ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌’(ପିଏସ୍‌ଏଲ୍‌ଭି-ସି୫୦) ଦ୍ୱାରା ସୂଚନା ପ୍ରସାରଣ ସାଟେଲାଇଟ୍‌ (କୃତ୍ରିମ ଉପଗ୍ରହ) ‘ସିଏମ୍‌ଏସ୍‌-୦୧’ ଉତ୍‌କ୍ଷେପଣ କରାଯିବ ବୋଲି ଶୁକ୍ରବାର ଦିନ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) କହିଛି। ‘ଇସ୍ରୋ’ କହିବା ଅନୁସାରେ, ‘ପିଏସ୍‌ଏଲ୍‌ଭି-ସି୫୦’ ହେଉଛି ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌’ର ୫୨ତମ ଅଭିଯାନ।

ଶ୍ରୀହରିକୋଟାର ‘ଏସ୍‌ଏଚ୍‌ଏଆର୍‌’ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ୍‌ ପ୍ୟାଡ୍‌ରୁ ‘ସିଏମ୍‌ଏସ୍‌-୦୧’କୁ ମହାକାଶକୁ ଉତ୍‌କ୍ଷେପଣ କରିବ। ପାଗ ଅବସ୍ଥାକୁ ଲକ୍ଷ୍ୟ କରି ୨୦୨୦ ଡିସେମ୍ବର ୧୭ ତାରିଖ ଭାରତୀୟ ସମୟ ୧୫:୪୧ରେ ଏହାକୁ ଉତ୍‌କ୍ଷେପଣ କରାଯିବ। ‘ସିଏମ୍‌ଏସ୍‌-୦୧’ ହେଉଛି ଭାରତର ୪୨ତମ ସୂଚନା ପ୍ରସାରଣକାରୀ ବା ଯୋଗାଯୋଗ ସାଟେଲାଇଟ୍‌। ଏହା ସମଗ୍ର ଭାରତ ଭୂଖଣ୍ଡ ସମେତ ଆଣ୍ଡାମାନ-ନିକୋବର ଏବଂ ଲାକ୍ଷାଦ୍ୱୀପ ଅଞ୍ଚଳ ପାଇଁ ‘ଏକ୍ସଟେଣ୍ଡେଡ୍‌-ସି ବ୍ୟାଣ୍ଡ୍‌’ କ୍ଷେତ୍ରରେ ସେବା ଯୋଗାଇବ। ଶ୍ରୀହରିକୋଟାର ‘ଏସ୍‌ଏଚ୍‌ଏଆର୍‌’ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହା ହେବ ୭୭ତମ ରକେଟ୍‌ ଉତ୍‌କ୍ଷେପଣ ଅଭିଯାନ।

Share Now:

Kalinga News Beuro

Next Post

୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଳକ ଓ ଖଲାସୀ ଫେରାର

Sat Dec 12 , 2020
ଲମତାପୁଟ: କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅଞ୍ଚଳରୁ ଚୋରାଚାଲାଣ ବେଳେ ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବୋଲେରୋରୁ ୪୮୦ କିଲୋଗ୍ରାମ ୮୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି| ଉକ୍ତ ବୋଲେରୋ ଏବଂ ନମ୍ବର ପ୍ଲେଟ୍ ନଥିବା ଗୋଟିଏ ପିକ୍ ଅପ୍ ଭ୍ୟାନ୍ ବି ଜବତ ହୋଇଛି। ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ […]
୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial