ପାୱାର ଉପା ନେତୃତ୍ବ ନେଲେ ସମର୍ଥନ କରିବ ଶିବସେନା

ଶରଦ ପାୱାର

ମୁମ୍ବାଇ : ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଉପା ଅଧ୍ୟକ୍ଷ ହେବାପାଇଁ ଯଦି କୌଣସି ପ୍ରସ୍ତାବ ଆସେ ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଶିବସେନା ଏହାକୁ ସମର୍ଥନ କରିବ। ଶିବସେନା ନେତା ସଂଜୟ ରାଉତ କହିଛନ୍ତି, ଯଦି ଶରଦ ପାୱାର ଉପା ଅଧ୍ୟକ୍ଷ ହୁଅନ୍ତି ତେବେ ଆମେ ଖୁବ୍‌ ଖୁସି ହେବୁ। କଂଗ୍ରେସ ଏବେ ଦୁର୍ବଳ ହୋଇଯାଇଛି। ତେଣୁ ବିରୋଧୀ ଦଳଗୁଡ଼ିକ ଏବେ ଏକଜୁଟ୍‌ ହୋଇ ଉପାକୁ ସୁଦୃଢ଼ କରିବାକୁ ପଡ଼ିବ ବୋଲି ରାଉତ କହିଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ପାଖରେ ଦେଶର ନେତୃତ୍ବ ନେବାର ସମସ୍ତ ଯୋଗ୍ୟତା ରହିଛି ବୋଲି ରାଉତ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ଥାନରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର କଂଗ୍ରେସର ନୂଆ ଅଧ୍ୟକ୍ଷ ହୋଇପାରନ୍ତି ଏବଂ ଉପାର ନେତୃତ୍ବ ନେଇପାରନ୍ତି ବୋଲି ଏକ ଖବର ଆସିଥିବା ବେଳେ ଏନେଇ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ରାଉତଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ରାଉତ କହିଥିଲେ, ରାଜନୀତି ହେଉଛି ଅପ୍ରତ୍ୟାଶିତ। ପରବର୍ତ୍ତୀ ସମୟରେ କ’ଣ ହେବ କିଛି କହିହେବନି। କିନ୍ତୁ ଶରଦ ପାୱାର ଏହାକୁ ଏକ ମିଥ୍ୟା ଖବର କହିଛନ୍ତି। ଉପା ନେତୃତ୍ବ ନେବାପାଇଁ ଯେଉଁ ଆଲୋଚନା ‌ହେଉଛି କିମ୍ବା ଖବର ଆସିଛି ତାହା ମିଥ୍ୟା ବୋଲି ପାୱାର କହିଛନ୍ତି।

Share Now:

Kalinga News Beuro

Next Post

୨୩ ବର୍ଷ ପୂର୍ତ୍ତି ପାଳିବ ବିଜେଡି: ଆସନ୍ତା ୨୦ରେ କାର୍ଯ୍ୟକାରିଣୀ ଓ ୨୧ରେ ରାଜ୍ୟ ପରିଷଦ ବୈଠକ

Sun Dec 13 , 2020
ଭୁବନେଶ୍ବର: ଡିସେମ୍ବର ୨୬ ତାରିଖରେ ବିଜେଡି ୨୩ ବର୍ଷରେ ପଦାର୍ପଣ କରୁଛି। ଦଳ ଗଠନର ୨୩ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି। ଏଥିପାଇଁ ଆସନ୍ତା ୨୦ରେ ବିଜେଡି କାର୍ଯ୍ୟକାରିଣୀ ଏବଂ ୨୧ତାରିଖରେ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିରେ ଦଳର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ପରିଷଦ ସଦସ୍ୟ ଯୋଗ ଦେବେ। ପରିଷଦ ବୈଠକରେ […]
୨୩ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial