୨୩ ବର୍ଷ ପୂର୍ତ୍ତି ପାଳିବ ବିଜେଡି: ଆସନ୍ତା ୨୦ରେ କାର୍ଯ୍ୟକାରିଣୀ ଓ ୨୧ରେ ରାଜ୍ୟ ପରିଷଦ ବୈଠକ

୨୩ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ଡିସେମ୍ବର ୨୬ ତାରିଖରେ ବିଜେଡି ୨୩ ବର୍ଷରେ ପଦାର୍ପଣ କରୁଛି। ଦଳ ଗଠନର ୨୩ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି। ଏଥିପାଇଁ ଆସନ୍ତା ୨୦ରେ ବିଜେଡି କାର୍ଯ୍ୟକାରିଣୀ ଏବଂ ୨୧ତାରିଖରେ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିରେ ଦଳର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ପରିଷଦ ସଦସ୍ୟ ଯୋଗ ଦେବେ। ପରିଷଦ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ଦଳର ପରବର୍ତ୍ତୀ ରାଜନୈତିକ ରଣନୀତି ସ୍ଥିର କରାଯିବ। ୨୬ ତାରିଖରେ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀ ଓ ବ୍ଲକରେ ସ୍ତରରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିବ। କୋଭିଡ କଟକଣା ମଧ୍ୟରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସଦସ୍ୟ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା

Sun Dec 13 , 2020
ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଘରୋଇ ସ୍କୁଲର ଅଭିଭାବକଙ୍କ ଧାରଣା। ଘଣ୍ଟ ହୁଳହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢାଉଥିବା ଅଭିଭାବକ। ଘରୋଇ ସ୍କୁଲରେ ଫି’ ବିବାଦରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ହସ୍ତକ୍ଷେପ କରିବା ପାଇଁ ଅଭିଭାବକ ସଂଘ ଦାବି କରିଛନ୍ତି। ମହାମାରୀ କରୋନା ଭୟରେ ପ୍ରାୟ ୯ ମାସ ହେବ ବିଦ୍ୟାଳୟ ବନ୍ଦ ରହିଛି। ଅନଲାଇନରେ ପାଠପଢା ହେଉଛି। […]
ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial