ଆମେରିକାରେ ଆଜିଠୁ କୋଭିଡ୍‌ ଟିକାକରଣ

ଆଜିଠୁ ଆମେରିକାରେ କୋଭିଡ୍‌ ଟିକାକରଣ

ପେରୁ ବନ୍ଦ କଲା ଚୀନ୍‌ ଟିକାର ନୈଦାନିକ ପରୀକ୍ଷଣ

ନୂଆଦିଲ୍ଲୀ : ବର୍ଷକ ତଳେ ଚୀନ୍‌ର ଉହାନ ପ୍ରଦେଶରେ ଉପଦ୍ରବ ଆରମ୍ଭ କରିଥିବା ମହାମାରୀ କୋଭିଡ୍‌-୧୯ ଅଦ୍ୟାବଧି ସାରା ବିଶ୍ବରେ ୭ କୋଟି ୨୨ ଲକ୍ଷରୁ ଅଧିକ ଲୋକଙ୍କୁ ଘାଇଲା କରିବା ସହ ପାଖାପାଖି କୋଟିଏ ସାଢ଼େ ୬୧ ଲକ୍ଷଙ୍କର ମୃତ୍ୟୁର କାରଣ ସାଜିଛି। ତେବେ ଏହାର ମୁକାବିଲା ପାଇଁ ବିଭିନ୍ନ ରାଷ୍ଟ୍ର ଯୁଦ୍ଧକାଳୀନ ଭିତ୍ତିରେ ଫଳପ୍ରଦ ଟିକାଟିଏ ବିକଶିତ କରିବାରେ ବ୍ରତୀ ରହିବା ସହ ନିଜ ନାଗରିକମାନଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ଦିଗରେ ମଧ୍ୟ ଯତ୍‌ପରୋନାସ୍ତି ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ଆଜି (ଡିସେମ୍ବର ୧୪) ଆମେରିକୀୟମାନଙ୍କର ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏଥିରେ ଆମେରିକୀୟ କମ୍ପାନି ଫାଇଜର-ବାୟୋଏନ୍‌ଟେକ୍‌ ଦ୍ବାରା ବିକଶିତ ଟିକା ଦେଶବାସୀଙ୍କୁ ପ୍ରୟୋଗ କରାଯିବ ବୋଲି ଜଣାଯାଇଛି। ପେରୁରେ ନୈଦାନିକ ପରୀକ୍ଷଣ ବେଳେ ସ୍ବେଚ୍ଛାସେବୀଙ୍କ ଠାରେ ସାଂଘାତିକ ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବାରୁ ଚୀନ୍‌ କମ୍ପାନି ସିନୋଫାର୍ମ ଦ୍ବାରା ବିକଶିତ ଟିକାର ଚାଲୁ ରହିଥିବା ପରୀକ୍ଷଣକୁ ବନ୍ଦ କରିଦିଆଯାଇଛି। ଅପରପକ୍ଷେ, ଆସନ୍ତା ବର୍ଷ ପ୍ରଥମାର୍ଦ୍ଧ ସୁଦ୍ଧା ବ୍ରାଜିଲ ସରକାର ୫.୧ କୋଟି ଦେଶବାସୀଙ୍କର ଟିକାକରଣ କରିବାକୁ ଲକ୍ଷ୍ୟ ରଖିଥିବା ଘୋଷଣା କରିଛନ୍ତି। ଭାରତରେ ହୃତ୍‌ସମସ୍ୟା ଓ ମଧୁମେହ ଥିବା ବ୍ୟକ୍ତିବିଶେଷଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯିବ ବୋଲି ଜଣାଯାଇଛି। ଏଥିପାଇଁ ଘରକୁ ଘର ସର୍ବେକ୍ଷଣ କରାଯିବ ଏବଂ ପ୍ରସ୍ତୁତ ତାଲିକାରୁ ଯୋଗ୍ୟ ହିତାଧିକାରୀଙ୍କ ନାମ ଜଣାପଡ଼ିବ।

Share Now:

Kalinga News Beuro

Next Post

ଜାନୁଆରିରୁ ଆରମ୍ଭ ହୋଇପାରେ ଭାରତରେ ଟିକାକରଣ

Mon Dec 14 , 2020
ଅକ୍ଟୋବର ସୁଦ୍ଧା ପ୍ରକ୍ରିୟା ସରିବା ଆଶା ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଭାରତ ସବୁସ୍ତରରେ ପ୍ରୟାସ ଜାରି ରଖିଛି ଏବଂ ଦେଶରେ ତିଆରି ଚାଲିଥିବା କୋଭିଡ୍‌ ଟିକାର ଅଗ୍ରଗତିକୁ ଦୃଷ୍ଟିରେ ରଖି ଗଣ ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଶ୍ବର ସବୁଠାରୁ ବଡ଼ ଟିକା ନିର୍ମାତା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଜାନୁଆରିୁ ଭାରତରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବା ଆଶା […]
କରୋନା ଟିକା ପାଇଁ ଟାସ୍କଫୋର୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial