ପରୀ ହତ୍ୟା ମାମଲାରେ ବଡ଼ ଖୁଲାସା : ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ଦିଆ ଯାଇଥିଲା

ପରୀ ହତ୍ୟା ମାମଲାରେ ବଡ଼ ଖୁଲାସା

ଷ୍ଟାଟସ୍‌ ରିପୋର୍ଟ ପ୍ରକାଶ କଲା ଏସ୍‌ଆଇଟି

ଭୁବନେଶ୍ବର: ପରୀ ହତ୍ୟା ମାମଲାକୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି। ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ପକ୍ଷରୁ ବୁଧବାର ହାଇକୋର୍ଟରେ ତଦନ୍ତର ଯେଉଁ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି ସେଥିରେ ପରୀକୁ ଯୌନ ନିର୍ଯାତନା ଦିଆଯିବା ପରେ ଅତ୍ୟନ୍ତ ନିଷ୍ଠରୁ ଭାବେ ହତ୍ୟା କରାଯାଇଥିବା କଥା ଉଲ୍ଲେଖ ରହିଛି ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ନୟାଗଡ଼ ଜିଲ୍ଲା ଯଦୁପୁରର ୫ ବର୍ଷୀୟା ଝିଅ ପରୀର ଖଣ୍ଡବିଖଣ୍ଡିତ ଶରୀର ଜୁଲାଇ ୨୩ ତାରିଖରେ ଘର ପଛପଟୁ ମିଳିଥିଲା। ପରୀକୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିଲା ବୋଲି ଏସଆଇଟି ଏଯାବତ୍ କରିଥିବା ତଦନ୍ତରୁ ଜଣାପଡ଼ିଛି। ଏସ୍‌ଆଇଟି ପକ୍ଷରୁ ଜାରି ଷ୍ଟାଟସ୍‌ ରିପୋର୍ଟ ଅନୁସାରେ, ହତ୍ୟା ପୂର୍ବରୁ ପରୀ ଉଲଗ୍ନ ଥିଲା। କେବଳ ସେତିକି ନୁହେଁ, ଫୋରେନ୍ସିକ୍ ପରୀକ୍ଷଣ ସମୟରେ ପୀଡ଼ିତା ପରୀର ଫ୍ରକ୍‌ରେ ଶୁକ୍ର (ସିମେନ୍‌) ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହି ସବୁ ପ୍ରମାଣ ହାତକୁ ଆସିବା ପରେ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ଏସ୍‌ଆଇଟି ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ଏ ମାମଲାରେ ଆଉ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ସୂଚନା ଅନୁସାରେ ପରୀର ହତ୍ୟାକାରୀ ବାହାରର ନୁହେଁ, ସେଇ ଗାଁର। ଯଦୁପୁର ଗାଁର ଜଣେ ଅଭିଯୁକ୍ତ ଏପରି ବର୍ବର କାଣ୍ଡ ଘଟାଇଛି ବୋଲି ଏସଆଇଟି ଏକପ୍ରକାର ନିଶ୍ଚିତ ହୋଇଛି। ତେବେ ଅଭିଯୁକ୍ତ କିଏ, ତାହା ଖୁବ୍ ଶୀଘ୍ର ଘୋଷଣା କରିବ ତଦନ୍ତକାରୀ ଦଳ। ଉଲ୍ଲେଖଯୋଗ୍ୟ ଗତ ଜୁଲାଇ ୧୪ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ପରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା। ଝିଅକୁ ନପାଇ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଥିଲା। ଏଭଳି ସ୍ଥିତିରେ ସେହିମାସ ୨୩ରେ ପରୀର ଶବ ଉଦ୍ଧାର ହୋଇଥିଲା। ଦୀର୍ଘ ୪ ମ‌ାସ ଧରି ପୁଲିସ ଅନୁସନ୍ଧାନ କରୁଥିବା କହୁଥିଲେ ମଧ୍ୟ ହତ୍ୟାକାରୀ ନିକଟରେ ପହଞ୍ଚିବାକୁ ଫେଲ୍‌ ମାରିଥିଲା। ଅଭିଯୁକ୍ତ ବିଜେଡି ଦଳର ହୋଇଥିବାରୁ ଓ ସେମାନଙ୍କୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସୁରକ୍ଷା ଦେଉଥିବା ଅଭିଯୋଗ ଆସିଥିଲା। ଏଭଳି ସ୍ଥିତିରେ ପରୀ ବାପା, ମା’ ଗତ ମାସ ୨୪ ତାରିଖରେ ବିଧାନସଭା ସମୁଖରେ ଆତ୍ମାହୁତି ଉଦ୍ୟମ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସରକାର ପ୍ରଥମେ କ୍ରାଇମବ୍ରାଞ୍ଚ, ପରେ ଏସଆଇଟି ଗଠନ କରି ତଦନ୍ତ କରିବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି।

Share Now:

Kalinga News Beuro

Next Post

ତିହିଡି ବ୍ଲକରେ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୋୖଶଲ୍ୟ ଶିବିର ଅନୁଷ୍ଠିତ

Wed Dec 16 , 2020
ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଓରମାସ ପକ୍ଷରୁ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୋୖଶଲ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ବିଲଣା, ବାରୋ ଓ ବୋଡ଼କ ପଞ୍ଚାୟତକୁ ନେଇ ଗତକାଲି ବିଲନା ମହିଳା ମହାସଂଘ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଏପିଡ଼ି ରୂପାଲି ମହାପାତ୍ର ଯୋଗଦେଇ ଏହି ଯୋଜନା ମାଧ୍ୟମରେ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତିର ସୁଯୋଗ ଦେଉଛି। ବ୍ଲକ ଅଧ୍ୟକ୍ଷା ସୁଶ୍ରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial