ଠିକାଦାରଙ୍କୁ ହତ୍ୟା କରି ୩ଟି ଗାଡ଼ି ପୋଡ଼ି ପକାଇଲେ ନକ୍ସଲ

ଠିକାଦାରଙ୍କୁ ହତ୍ୟା କରି ୩ଟି ଗାଡ଼ି ପୋଡ଼ି ପକାଇଲେ ନକ୍ସଲ୍‌

ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ପାରିନି ପୁଲିସ

ମାଲକାନଗିରି: ଗୁରୁବାର ସକାଳେ ମାଥିଲି ବ୍ଲକ୍‌ ଅଞ୍ଚଳର ମହୁପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଳିଆଗୁଡ଼ା ଗ୍ରାମ ନିକଟରେ ନକ୍ସଲ୍‌ମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ୩ଟି ଗାଡ଼ି ପୋଡ଼ି ପକାଇଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଚାଲିଥିବା ରାସ୍ତା କାମ ତଦାରଖ କରିବାକୁ ଠିକାଦାର ସୁକୁମାର ମଣ୍ଡଳ ଆଜି ସକାଳ ପ୍ରାୟ ୯ଟା ବେଳେ ଏକ ବୋଲେରୋ ଗାଡ଼ିରେ ସେଠାରେ ପହଞ୍ଚିଥିଲେ। ସେହି ସମୟରେ ନକ୍ସଲ୍‌ମାନେ ତାଙ୍କୁ ଗାଡ଼ିରୁ ବାହାର କରି ଆଣି ହତ୍ୟା କରିଥିଲେ। ତାଙ୍କୁ ହତ୍ୟା କରିବା ପରେ ନକ୍ସଲ୍‌ମାନେ ତାଙ୍କର ତିନୋଟି ଗାଡ଼ିକୁ ମଧ୍ୟ ପୋଡ଼ି ପକାଇଛନ୍ତି। ଉଲ୍ଲେଖଯୋଗ୍ୟ କି, ଗତ ଏକ ମାସ ମଧ୍ୟରେ ମାଲକାନଗିରି ପୁଲିସ ଦୁଇଟି ଏନ୍‌କାଉଣ୍ଟର୍‌ରେ ୩୦ଜଣ ଦୁର୍ଦ୍ଦାନ୍ତ ନକ୍ସଲ୍‌ଙ୍କୁ ହତ୍ୟା କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି। ‘ଲାଲଗଡ଼’ କୁହାଯାଉଥିବା ଜିଲ୍ଳାର ସ୍ୱାଭିମାନ ଅଞ୍ଚଳରେ ୭ଟି ‘ବିଏସ୍‌ଏଫ୍‌’ କ୍ୟାମ୍ପ୍‌ ସ୍ଥାପନା କରାଯିବା ସହ ‘ଏସ୍‌ଓଜି’ ଏବଂ ଡିଭିଏଫ୍‌ ଯବାନଙ୍କଦ୍ୱାରା ଘନ ଘନ ଚଢ଼ାଉ କରାଯିବା କାରଣରୁ ନକ୍ସଲ୍‌ମାନେ ଏକ ପ୍ରକାର ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇ ଘାଇଲା ବାଘ ଭଳି ଆଚରଣ କରୁଛନ୍ତି। ତେବେ ଏହି କାଣ୍ଡରେ ଦରଭା ଡିଭିଜନର ମାଓବାଦୀ ସାମିଲ ଥିବା ଜଣାପଡିଛି।

Share Now:

Kalinga News Beuro

Next Post

ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ

Thu Dec 17 , 2020
ଭୁବନେଶ୍ୱର: ଟାଟା ମୋଟର୍ସ ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି.ସର୍ବେଶ୍ୱର ରାଓଙ୍କୁ ଗିରଫ କରିଛି। କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ଟିମ୍‌ ସର୍ବେଶ୍ୱରଙ୍କୁ ବୁଧବାର ରାତିରେ ବ୍ରହ୍ମପୁରରୁ ଗିରଫ କରିଥିବା ଜଣାଯାଇଛି। ସୂଚନା ଅନୁସାରେ ସର୍ବେଶ୍ୱର ରାଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ମଧ୍ୟରେ ମଧ୍ୟସ୍ଥି କରୁଥିଲେ। ବ୍ରହ୍ମପୁର ସିଟି କଲେଜରୁ ଅବସର ନେଇଥିବା […]
ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial