ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ କରୋନା ଟିକା

ଜୋ ବିଡେନଙ୍କୁ କରୋନା ଟିକା

ନ୍ୟୁୟର୍କ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ କରୋନା ଟିକା ଦିଆଯାଇଛି। ୭୮ ବର୍ଷୀୟ ବିଡେନ କରୋନାର ହାଇ-ରିସ୍କ ଗ୍ରୁପରେ ଆସୁଥିବାବେଳେ ତାଙ୍କୁ କରୋନା ଟିକାର ପ୍ରଥମ ମାତ୍ରା ଦିଆଯାଇଛି। ଏକ ଲାଇଭ୍ ଟେଲିଭିଜନରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଟୀକାକରଣ କରାଯାଇଥିଲା। ଏହି ଅବସରରେ ବିଡେନ ବୈଜ୍ଞାନିକ,ସ୍ୱାସ୍ଥ୍ୟକର୍ମୀ ସମେତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କୁ ଫାଇଜର ଦ୍ୱାରା ବିକଶିତ କରୋନା ଟିକା ଦିଆଯାଇଥିଲା। ଆମେରିକାରେ ଫାଇଜରର କରୋନା ଟିକା ସରକାରୀ ଅନୁମୋଦନ ଲାଭ କରିଛି। ଡେଲାୱେରର ଏକ ହସ୍ପିଟାଲର ଜଣେ ନର୍ସ ସୋମବାର ଅପରାହ୍ନରେ ନୂତନ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ ଫାଇଜର ଏବଂ ବାୟୋଟେକ୍ ଦ୍ୱାରା ବିକଶିତ ଟିକା ଦେଇଛନ୍ତି । ଜନସାଧାରଣଙ୍କ ଆତ୍ମବିଶ୍ୱାସ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଡେନ ଲାଇଭ ଟିଭିରେ କରୋନା ଟିକା ଡୋଜ ନେଇଥିଲେ। ଏହି ସମୟରେ ବିଡେନ କହିଛନ୍ତି, ‘ଚିନ୍ତା କରିବାର କିଛି ନାହିଁ। ଏହି ଟିକା ବର୍ତ୍ତମାନ ଉପଲବ୍ଧ ଏବଂ ମୁଁ ସମସ୍ତଙ୍କୁ ଏହି ଟିକା ନେବାକୁ ଅନୁରୋଧ କରୁଛି ‘। ଜାନୁଆରୀରୁ ଆମେରିକାର ସାଧାରଣ ଜନତାଙ୍କ ପାଇଁ କରୋନା ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। କରୋନାର ପ୍ରଭାବ ବିଷୟରେ କହିବାକୁ ଗଲେ ସାରା ବିଶ୍ୱରେ ବର୍ତ୍ତମାନ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୭୭,୧୭୨,୨୩୭ ରେ ପହଞ୍ଚିଛି। ଏହି ମହାମାରୀ ହେତୁ ଏପର୍ଯ୍ୟନ୍ତ ୧,୬୯୯,୬୪୪ ଲୋକ ପ୍ରାଣ ହରାଇଛନ୍ତି।

Share Now:

Kalinga News Beuro

Next Post

ସୁନାରେ ଛାଉଣୀ ହେବ ସୋମନାଥ ମନ୍ଦିର: ୧୪୦୦ କଳସରେ ଦିଆଯିବ ସୁନା ପ୍ରଲେପ

Tue Dec 22 , 2020
ଅହମ୍ମଦାବାଦ: ଦେଶର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ସୋମନାଥ ମନ୍ଦିର ଅନ୍ୟତମ। ଇତିହାସରେ ଅନେକ ଥର ଏହି ମନ୍ଦିର ଭାଙ୍ଗି ପୁନର୍ବାର ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ସୋମନାଥ ମନ୍ଦିର ଟ୍ରଷ୍ଟ ମନ୍ଦିରରେ ଲାଗିଥିବା ୧୪୦୦ କଳସକୁ ସୁନାର ପ୍ରଲେପ ଦେବାକୁ ନିଷ୍ପତ୍ତି ନେଇଛି। ୨୦୨୧ ବର୍ଷ ଶେଷ ସୁଦ୍ଧା, ମନ୍ଦିରର ସମସ୍ତ କଳସକୁ ସୁନା ଛାଉଣୀରେ ପରିଣତ କରିବାର କାର୍ଯ୍ୟ ସମାପ୍ତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦୦ ଜଣ ଲୋକ […]
ସୁନାରେ ଛାଉଣୀ ହେବ ସୋମନାଥ ମନ୍ଦିର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial