ଦୁଇଦିନ ଉପବାସ ପରେ ଛପନଭୋଗୀଙ୍କୁ ଲାଗିଲା ଭୋଗ

ପୁରୀ: ଦୁଇ ଦିନ ଧରି ଉପବାସ ରହିବା ପରେ ଶେଷରେ ଶ୍ରୀଜିଉଙ୍କଙ୍କ ଠାରେ ଲାଗି ହେଲା ଭୋଗ। ଗତକାଲି ରାତିରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପର୍ଣ୍ଣ କରାଯାଇଛି। ରାତି ୧୦ଟା ୫୦ ମିନିଟରେ ମହାପ୍ରଭୁଙ୍କ ରୋସ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ଗୋପାଳ ବଲ୍ଲଭ ନୀତି କରାଯାଇଥିଲା। ରାତି ୧ଟା୨୦ ମିନିଟରେ ମହାପ୍ରଭୁଙ୍କ ସକାଳ ଧୂପ କରାଯାଇ ଖେଚୁଡି ଭୋଗ ଲାଗି କରାଯାଇଥିଲା।
ଗର୍ଭଗୃହକୁ କେବଳ ପାଳିଆ ସେବାୟତଙ୍କ ପ୍ରବେଶ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଫଳରେ ୨ଦିନ ହେବ ଉପବାସରେ ରହିଥିଲେ କୋଟି ଓଡ଼ିଆଙ୍କ ଅରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ। ଜଗମୋହନ କଟକଣା ହଟିବା ପରେ ପାଖରୁ ଶ୍ରୀଜିଉ ମାନଙ୍କ ଦର୍ଶନ ତ ମିଳୁଛି, ହେଲେ ଆନନ୍ଦ ବଜାରରୁ ବିଷାଦ ମନରେ ଫେରୁଛନ୍ତି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ। ଗର୍ଭଗୃହକୁ କେବଳ ପାଳିଆ ସେବାୟତଙ୍କ ପ୍ରବେଶ ନେଇ ସେବାୟତଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଶ୍ରୀମନ୍ଦିର ଗର୍ଭଗୃହକୁ ସମସ୍ତ ସେବାୟତଙ୍କ ପ୍ରବେଶ ଓ ସାହାଣମେଳା ଦର୍ଶନ ସମ୍ପର୍କରେ ପୁନଃବିଚାର କରିବାକୁ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର।

Share Now:

Kalinga News Beuro

Leave a Reply

Next Post

ଜୟଦେବ ଜୟନ୍ତୀ ପାଇଁ ସଂକୀର୍ତ୍ତନ ଶୋଭାଯାତ୍ରା

Wed Apr 18 , 2018
ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ହେଉଛି ଓଡ଼ିଆ ଜାତିର ଗର୍ବ ଓ ଗୌରବ, ଶ୍ରୀଗୀତଗୋବିନ୍ଦର ସ୍ରଷ୍ଠା ମହାକବି ଶ୍ରୀ ଜୟଦେବଙ୍କର ଆଜି ଜୟନ୍ତୀ। ଏଥିପାଇଁ ଆଜି ପବିତ୍ର ଅକ୍ଷୟ ତୃତୀୟା ଓ ଶ୍ରୀ ଜୟଦେବ ଜୟନ୍ତୀ ପାଳନ ପାଇଁ ଆଜି ସକାଳୁ ପୁରୁଣା ଭୁବନେଶ୍ୱରସ୍ଥିତ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ଠାରୁ ଏକ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରି ଶ୍ରୀ ଜୟଦେବଙ୍କ ଜନ୍ମପୀଠ କେନ୍ଦୁଲି ଅଭିମୁଖେ ଯାତ୍ରା କରିଛି। ରାଜ୍ୟ ସଂସ୍କୃତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial